ଅପରାଧ

ପରିବାରକୁ ବଞ୍ଚାଇବା ପାଇଁ ଭାରତୀୟ ଡାକ୍ତର ୨୫୦ଫୁଟ ତଳକୁ ଖସାଇ ଦେଲେ କାର – Kalinga News

[ad_1]

ନୂଆଦିଲ୍ଲୀ: କାଲିଫର୍ଣ୍ଣିଆରୁ ଏକ ଭୟାବହ  ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ  ସେୟ‌ାର କରାଯାଇଛି।

ଏହି ପୋଷ୍ଟରେ ଦାବି କରାଯାଇଛି କି ଡାକ୍ତର ଧର୍ମେଶ ପଟେଲ ତାଙ୍କ ପରିବାର ସହ ଟେସଲା କାରରେ ଯାତ୍ରା କରୁଥିଲେ। କେହି କିଛି ବୁଝିବା ପୂର୍ବରୁ ହଠାତ୍ କାରଟିକୁ ସେ ୨୫୦ ଫୁଟ ଗଭୀର ଖାଇ ଭିତରକୁ ଖସାଇ ଦେଇଥିଲେ।

ସୌଭାଗ୍ୟର ବିଷୟ ହେଉଛି ଏହି ଭୟ‌ାବହ ଦୁର୍ଘଟଣାର ଶିକାର ହୋଇଥିବ‌ା ଧର୍ମେଶ, ତାଙ୍କ ପତ୍ନୀ ଏବଂ ସେମାନଙ୍କର ୪ ଏବଂ ୭ ବର୍ଷର ପିଲାମାନେ ଚମତ୍କାର ଭାବରେ ବଞ୍ଚି ଯାଇଛନ୍ତି।

ଏହି ଦୁର୍ଘଟଣାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଧର୍ମେଶ କିଛି ମାନସିକ ସମସ୍ୟାରେ ପୀଡିତ ଥିଲେ, ଯେଉଁଥିପାଇଁ ସେ ଏହି ଭୟଙ୍କର ପଦକ୍ଷେପ ନେଇଥିଲେ।

 

ଡାକ୍ତର ମାର୍କ ଫେଟରସନ କହିଛନ୍ତି ଯେ ଧର୍ମେଶ “ସାଇକୋସିସ୍” ନାମକ ଏକ ମାନସିକ ରୋଗରେ ପୀଡ଼ିତ ଅଛନ୍ତି। ଯେଉଁ କାରଣରୁ  ଧର୍ମେଶ ଅନୁଭବ କରିଥିଲେ ଯେ ତାଙ୍କ ପଛରେ କେହି ଜଣେ ଆସୁଛନ୍ତି। ତେଣୁ ପରିବାରକୁ କେହି ହତ୍ୟା ବା ଅପହରଣ କରିନେବା ଭୟରେ ସେ କାରକୁ ୨୫୦ଫୁଟ ଖାଇକୁ ଖସାଇ ଦେଇଥିଲେ।

ଏହି ଘଟଣାକୁ ନେଇ ଧର୍ମେଶଙ୍କ ସ୍ତ୍ରୀ କହିଛନ୍ତି, ‘ସ୍ବାମୀ ମାନସିକ ରୋଗରେ ପୀଡ଼ିତ ଥିବା ହେତୁ ସେ କାହାରି କିଛି କଥା ଶୁଣନ୍ତି ନାହିଁ। ତେଣୁ ସେ ଜାଣିଣୁଣି ଗାଡ଼ିକୁ ଖାଇକୁ ଖସାଇ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button