ଅପରାଧ

ଭିଡିଓରେ ସତର୍କ କରାଇଲେ ଡିସିପି: ସାଇବର ଠକଙ୍କ ନୂଆ ଚାଲ୍‌ ଡିଜିଟାଲ୍‌ ଆରେଷ୍ଟ – Kalinga News

[ad_1]

ଭୁବନେଶ୍ବର: ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍‌ତରାଜ ଚଳାଇଛନ୍ତି। ଏବେ ସେମାନେ ପୁଲିସ, ସିବିଆଇ, ଇଡି ବା ସେହିଭଳି ଅନ୍ୟ ତଦନ୍ତକାରୀ ସଂସ୍ଥାର ପଦସ୍ଥ ଅଧିକାରୀ ବେଶରେ ଧମକ ଦେଇ ଲୁଟୁଛନ୍ତି। ଏବେ ଏଭଳି ଧରଣର ଲୁଟ୍‌ ବେଶି ହେଉଛି। ଏହାକୁ କମିସନରେଟ୍‌ ପୁଲିସ ଭାଷାରେ ଏଭଳି ଡିଜିଟାଲ୍‌ ଠକେଇକୁ ଡିଜିଟାଲ୍‌ ଆରେଷ୍ଟ ବୋଲି କୁହାଯାଉଛି। ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏକ ଭିଡିଓ ଜାରି କରି ଏଭଳି ଲୁଟ୍‌ ପ୍ରତି ସତର୍କ ରହିବାକୁ ସଚେତନ କରାଇଛନ୍ତି।

ଡିସିପି ଶ୍ରୀ ସିଂଙ୍କ କହିବା ଅନୁସାରେ ସାଇବର ଠକ ଟାର୍ଗେଟ୍‌ କରୁଥିବା ଲୋକକୁ ପ୍ରଥମେ ହ୍ବାଟସ୍‌ଆପ୍‌ କିମ୍ବା ମେଲ୍‌ରେ ମେସେଜ୍‌ କରୁଛି। ଏହାପରେ ନିଜକୁ ବିଭିନ୍ନ ତଦନ୍ତ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ଫୋନ୍‌ କରୁଛି ଏବଂ ଆରମ୍ଭରୁ ଚଢ଼ାଗଳାରେ ଧମକ ଦେଉଛି। ‘ତୁମ ନାଁରେ ଆସିଥିବା ପାର୍ସଲ୍‌ରେ ନିଶାସାମଗ୍ରୀ ଆସିଛି, ସେଥିପାଇଁ ତୁମକୁ ଆରେଷ୍ଟ କରାଗଲା।’ ଏମିତି ଧମକପୂର୍ଣ୍ଣ ମେସେଜ୍‌ରେ ସ୍ବାଭାବିକଭାବେ ଯେ କେହି ଭୟଭୀତ ହୋଇପଡ଼ୁଛନ୍ତି। ଏହାପରେ ଅନ୍ୟ ଜଣେ ପୁଲିସ ବେଶଧାରୀ ଭିଡିଓ କଲ କରି ଗିରଫଦାରୀରୁ ବର୍ତ୍ତିବା ପାଇଁ ବାଟ ବତାଉଛି। ଟାର୍ଗେଟ୍‌ ବ୍ୟକ୍ତି ବୁଝିଯିବା ପରେ ତାଙ୍କଠାରୁ ବ୍ୟାଙ୍କ ତଥ୍ୟ ହାତେଇ ନିଆଯାଉଛି। ତେଣୁ ଏଭଳି କଲ୍‌ ଆସୁଥିଲେ, ତୁରନ୍ତ ନିକଟସ୍ଥ ଥାନାରେ ଜଣାଇବା ସହିତ ସାଇବର ଥାନା କିମ୍ବା ୧୯୩୦ରେ ଫୋନ୍‌ କରି ଜଣାଇବାକୁ ଡିସିପି ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button