ମନୋରଞ୍ଜନ

ନ୍ୟୁୟର୍କ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ‘ପ୍ରତୀକ୍ଷା’ ଓ ‘ଦମନ’ – Kalinga News

[ad_1]

ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଥିବା ଇଣ୍ଡୋ ଆମେରିକାନ୍‌ ଆର୍ଟସ କାଉନସିଲ୍‌ ପକ୍ଷରୁ ‘ନ୍ୟୁୟର୍କ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌’ (ଏନ୍‌ୱାଇଆଇଏଫ୍‌ଏଫ୍‌) ପାଇଁ ମନୋନୀତ ହୋଇଥିବା ବିଭିନ୍ନ ଭାରତୀୟ ଭାଷାର ୫୦ଟି ଫିଲ୍ମ ଭିତରେ ଦୁଇଟି ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ ଓ ‘ଦମନ’ ସ୍ଥାନ ପାଇଛି। ଏହାକୁ ନେଇ ଓଡ଼ିଆ ଫିଲ୍ମ ଜଗତରେ ଉତ୍ସାହ ଦେଖାଦେଇଛି। କାରଣ ଭାଷାଗତ ସଂରକ୍ଷଣ ନୀତିର ସୁଯୋଗ ନେଇ ନୁହେଁ, ବରଂ ନିଜ ଦମ୍‌ରେ ଏହି ଫିଲ୍ମ ଉତ୍ସବରେ ‘ଦମନ’ ଓ ‘ପ୍ରତୀକ୍ଷା’ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ମଧ୍ୟରେ ଜଣେ ଯୁବ ଡାକ୍ତରଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଦମନ’ ଜାତୀୟସ୍ତରରେ ଓଡ଼ିଆ ସିନେମାକୁ ଏକ ନୂଆ ପରିଚୟ ଦେଇଥିଲା। ଏ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁଶାନ୍‌ ଏହା ଜରିଆରେ ତାଙ୍କ ଅଭିନୟ କ୍ୟାରିୟର୍‌ର ଶ୍ରେଷ୍ଠ ଅଭିନୟ କରିଛନ୍ତି।

ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ଓ ଟିମ୍। ନ୍ୟୁୟର୍କ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅବସରରେ ଜୁନ୍‌ ୧ ତାରିଖ ଅପରାହ୍ନ ସାଢ଼େ ୩ଟାରେ ଆଞ୍ଜେଲିକା ଭିଲେଜ୍‌ ଇଷ୍ଟ ଥିଏଟର-୫ରେ ‘ଦମନ’ ପ୍ରଦର୍ଶିତ ହେବ। ସେହିପରି ‌ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କାହାଣୀ ଓ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଫିଲ୍ମ ‘ପ୍ରତୀକ୍ଷା’ ଜୁନ୍‌ ୨ ତାରିଖ ଅପରାହ୍ନ ୩ଟା ୩୦ରେ ଆଞ୍ଜେଲିକା ଭିଲେଜ୍‌ ଇଷ୍ଟ ଥିଏଟର-୫ରେ ପ୍ରଦର୍ଶିତ ହେବ। ଏହି ଫିଲ୍ମରେ ମଧ୍ୟବିତ୍ତ ପରିବାରରେ ବାପ-ପୁଅଙ୍କ ସଂପର୍କ ଓ ସମସ୍ୟାର ଅତିବିଶ୍ବସନୀୟ ଚିତ୍ର ରହିଛି, ଯାହାକୁ କେବଳ ଓଡ଼ିଆ ନୁହେଁ, ଅନ୍ୟ ଭାଷାର ଦର୍ଶକ ଓ ସମାଲୋଚକ ଉଚ୍ଚ ପ୍ରଶଂସା କରିଛନ୍ତି। ଫିଲ୍ମଟି ୨୦୨୨ ଡିସେମ୍ବର ୨ରେ ମୁକ୍ତିଲାଭ କରିଥିଲା। ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ଫିଚର ଫିଲ୍ମ ବର୍ଗରେ ‘ପ୍ରତୀକ୍ଷା’କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରିଥିଲେ। ଏହି ଫିଲ୍ମରେ ଦୀପାନ୍ୱିତ, ବର୍ଷା ପଟ୍ଟନାୟକ, ଜୟପ୍ରକାଶ ଓ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି। ଏହି ଅବସରରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଏହା ଓଡ଼ିଆ ସିନେମା ପାଇଁ ଖୁସିର କଥା ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button