ଅପରାଧ

ହାଥରସ ଦଳାଚକଟା: ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ, ଗିରଫ ହୋଇପାରନ୍ତି ‘ଭୋଲେ ବାବା’ – Kalinga News

[ad_1]

ନୂଆଦିଲ୍ଲୀ: ମଙ୍ଗଳବାର ଉତ୍ତରପ୍ରଦେଶର ହାଥରସରେ  ‘ସତସଙ୍ଗ’ ବେଳେ ଦଳାଚକଟାରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯିବା ପରେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି ପୁଲିସ୍‌। ଏବେ ସଂପୃକ୍ତ ଅଞ୍ଚଳରେ ଆଶ୍ରମ ଚଳାଉଥିବା ଅଭିଯୁକ୍ତ ‘ଭୋଲେ ବାବା’ଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ସୂଚନାରୁ ପ୍ରକାଶ ଯେ ସେଠ‌ା‌ରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିଲେ।

ବହୁ ବରିଷ୍ଠ ପୋଲିସ ଅଧିକାରୀ ହାଥରସ ସାଇଟରେ ପହଞ୍ଚିଥିବା ବେଳେ ଅନ୍ୟମାନେ ତାଙ୍କ ଆଶ୍ରମ, ରାମ କୁଟିର୍ ଚାରିଟେବୁଲ୍ ଟ୍ରଷ୍ଟରେ ଅଛନ୍ତି। ପୁଲିସ୍ କର୍ମଚାରୀଙ୍କ ବ୍ୟତୀତ ଆଶ୍ରମରେ ଥିବା ଏକ ଏନଡିଟିଭି ଟିମ୍ ମଧ୍ୟ ତାଙ୍କ ଅନୁଗାମୀମାନଙ୍କୁ ବହୁ ସଂଖ୍ୟାରେ ଏକାଠି ହେଉଥିବା ଦେଖିଛି।

ଘଟଣାରେ ଏବେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବଡ଼ କଥା ହେଉଛି, ୮୦ହଜାର ଲୋକଙ୍କ ପାଇଁ ଅନୁମତି ନିଆଯାଇଥିବା ବେଳେ ସତସଙ୍ଗରେ ୨ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିବା ଏଫଆଇଆରରେ ଉଲ୍ଲେଖ ହୋଇଛି।

ଏହାସହ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କରିଛି ପୁଲିସ। ସେହିପରି ଆହ୍ଲାବାଦ ହାଇକୋର୍ଟରେ ଆଇନଜୀବୀ ଗୌରବ ଦ୍ବିବେଦୀ ସିବିଆଇ ତଦନ୍ତ ଦାବି କରି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ୟୁପି ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ୟୁପିର ସକର ବିଶ୍ବହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଘଟଣା ଘଟିଛି। ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି।

ସୂଚନା ଅନୁସାରେ ଫୁଲେର ଗାଁରେ ଭୋଲେ ବାବାଙ୍କ ସତସଙ୍ଗ ଚାଲିଥିଲା। ପ୍ରବଚନ ଶୁଣିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ଭୋଲେ ବାବା ପ୍ରବଚନ ଦେଇ କାର୍ଯ୍ୟକ୍ରମସ୍ଥଳ ଛାଡିବା ପରେ ଶ୍ରଦ୍ଧାଳୁଙ୍କୁ ଛାଡିଥିଲେ ଆୟୋଜକ କମିଟି। ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିବା ଶ୍ରଦ୍ଧାଳୁ ଶୀଘ୍ର ଟେଣ୍ଟରୁ ବାହାରିବାକୁ ଉଦ୍ୟମ କରିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button