‘ଓଡ଼ିଶା ପରିବର୍ତ୍ତନ” ନାମରେ ଗୀତ ଗାଇଲେ କଣ୍ଠଶିଳ୍ପୀ କୈଳାଶ ଖେର – Kalinga News
[ad_1]
ନୂଆଦିଲ୍ଲୀ/ ଭୁବନେଶ୍ୱର: ଦେଶର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ କୈଳାଶ ଖେର ସାମାଜିକ ଗଣମାଧ୍ୟମ ଜରିଆରେ ହିନ୍ଦୀ ସଙ୍ଗୀତ “ଓଡ଼ିଶା ପରିବର୍ତ୍ତନ” ପୋଷ୍ଟ୍ କରିଛନ୍ତି । କୈଳାଶ ଖୈର ଟ୍ୱିଟ୍ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମ୍ବଲେଶ୍ୱରୀ ଓଡ଼ିଶାର ପବିତ୍ର ଭୂମିରେ ସବୁ ଦେବାଦେବୀ ମାନେ ସଙ୍କେତ ଦେଉଛନ୍ତି ଯେ ପରିବର୍ତ୍ତନ ବିକାଶର ପ୍ରଥମ ସୋପାନ । କୈଳାସ ପରିବାର ତରଫରୁ ସଙ୍ଗୀତ ମାଧ୍ୟମରେ ଏହି ଆଧ୍ୟାତ୍ମିକ ପ୍ରାର୍ଥନା ଓଡ଼ିଶାର ଜନସାଧାରଣଙ୍କୁ ଉପହାର ।
Sambad is now on WhatsApp
Join and get latest news updates delivered to you via WhatsApp
महाप्रभु जगन्नाथ,माँ संबलेश्वरी, उड़ीसा की पावन धरती, सारे देवता भी संकेत दे रहे,परिवर्तन विकास का प्रथम चरण है – कैलासा परिवार की आध्यात्मिक प्रार्थना उड़ीसा के परमात्म रूपी जनवासियों से संगीत के माध्यम से,एक संगीतिक भेंट, हमारे अग्रज @dpradhanbjp को समर्पित॥ #OdishaParivartan ॐ pic.twitter.com/1Z6YMG3dOl
— Kailash Kher ( मोदी का परिवार ) (@Kailashkher) April 3, 2024
“ଓଡ଼ିଶା ପରିବର୍ତ୍ତନ” ଆଡକୁ ଗୋଟିଏ ପାଦ ଆଗକୁ କଥାବସ୍ତୁ ଉପରେ ପ୍ରସ୍ତୁତ ହୋଇଥିବା ନିର୍ବାଚନୀ ଗୀତରେ କୈଳାଶ ଖେର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସମଲେଶ୍ୱରୀଙ୍କ ପବିତ୍ର ଭୂମିକୁ ସମୃଦ୍ଧି ଏବଂ ବିକାଶର ଭୂମି କହିଛନ୍ତି । ଏହି ପବିତ୍ର ଭୂମିରୁ ପ୍ରଭୁଙ୍କ ଚରଣରେ ପଦ୍ମ ଫୁଟାଇବା ସହ ଓଡ଼ିଶାରେ ପରିବର୍ତ୍ତନ ଆଣିବା ଉପରେ ଗୀତଟି ରଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶର କାର୍ଯ୍ୟଶୈଳୀ ଓ ସେମାନଙ୍କ ନେତୃତ୍ୱରେ ସମ୍ବଲପୁର ସମେତ ଓଡ଼ିଶାରେ ବିକାଶର କାର୍ଯ୍ୟ ଉପରେ ଗୀତଟି ପର୍ଯ୍ୟବେସିତ ହୋଇଛି । ଓଡ଼ିଶାର ସଂକଳ୍ପକୁ ଗୀତରେ ପ୍ରତିଫଳିତ କରାଯାଇଛି ।
[ad_2]