ମନୋରଞ୍ଜନ

ବରୁଣ ଧୱନ ନୁହନ୍ତି, ଅକ୍ଷୟଙ୍କ ସହ ଥିଲା ଆଲିଆଙ୍କ ପ୍ରଥମ ଫିଲ୍ମ ! – Kalinga News

[ad_1]

ମୁମ୍ବାଇ: ବଲିଉଡ ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍’ରୁ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ମୁଖ୍ୟ ନାୟିକା ଭାବେ ପ୍ରବେଶ କରିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ପ୍ରଥମ ଫିଲ୍ମରୁ ହିଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ସେ ଆଜି ଜଣେ ବଡ଼ ଷ୍ଟାର୍‌ ପାଲଟିଥିବା ବେଳେ ଅନେକ ଲୋକ ତାଙ୍କ ଡେୁବ୍ୟ ଫିଲ୍ମ ବିଷୟ ଜାଣନ୍ତି ନାହିଁ। ଆଲିଆ, ଅଭିନେତା ବରୁଣ ଧୱନଙ୍କ ସହ ନୁହେଁ ବରଂ ଅକ୍ଷୟ କୁମାରଙ୍କ ସହ ବଲିଉଡରେ ଡେବ୍ୟୁ କରିଥିବା ଜଣାପଡ଼ିଛି।

ଆଜ୍ଞା ହଁ, ଏହା ସତ। ଆମେ ଏଠାରେ ୧୯୯୯ରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସଙ୍ଘର୍ଷ’ ବିଷୟରେ କହୁଛୁ, ଯେଉଁଥିରେ ପ୍ରୀତି ଜିଣ୍ଟା ମୁଖ୍ୟ ଅଭିନେତ୍ରୀ ଥିଲେ। ଏମାନଙ୍କ ବ୍ୟତୀତ ଅଭିନେତା ଆଶୁତୋଷ ରାଣା ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଯେତେବେଳେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ସେତେବେଳେ ଆଲିଆ ଭଟ୍ଟ ମାତ୍ର ୬ବର୍ଷର ହୋଇଥିଲେ। ଏହି ଫିଲ୍ମରେ  ସେ ପ୍ରୀତି ଜିଣ୍ଟାଙ୍କ ପିଲାବେଳର ଭୂମିକାରେ ଅଭିନୟ କରିଥିଲେ, ଯାହା କେବଳ ଅଳ୍ପ ସମୟ ପାଇଁ ଥିଲା। କିନ୍ତୁ କମ ସମୟ ପାଇଁ ନଜର ଆସି ବି ସେ ଦର୍ଶକଙ୍କ ହୃଦୟ ଜିତିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button