ରାଜନୀତି

ସବୁ ଆସନରେ ତ୍ରିମୁଖୀ ଲଢ଼େଇ: ମଇଦାନରେ ୧୪ ସ୍ବାଧୀନ ପ୍ରାର୍ଥୀ – Kalinga News

[ad_1]

କୋରାପୁଟ: କୋରାପୁଟ ଜିଲ୍ଲାର ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ମେ’ ୧୩ରେ ଅନୁଷ୍ଠିତ ହେବ ନିର୍ବାଚନ। ଜିଲ୍ଲାର ସବୁ ଆସନରେ ଚଳିତଥର ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ। ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ମୁଣ୍ଡବ୍ୟଥା ସାଜିବେ ସ୍ବାଧୀନ ପ୍ରାର୍ଥୀ। ବିଭିନ୍ନ ଦଳରୁ ଆଶାୟୀ ରହି ଟିକେଟ ପାଇବାରୁ ବଞ୍ଚିତ ହେବାପରେ ସ୍ବାଧୀନ ଭାବେ ନାମାଙ୍କନ ଭରିଛନ୍ତି ୧୪ ପ୍ରାର୍ଥୀ। ଏହି ସ୍ବାଧୀନ ପ୍ରାର୍ଥୀଙ୍କ କିଭଳି ପ୍ରଭାବ ରହିବ, ତାହା ଉପ‌ରେ ସମସ୍ତଙ୍କ ନଜର ରହିଛି। କୋରାପୁଟ, ଲକ୍ଷ୍ମୀପୁରରେ ବିଜେଡି ପ୍ରାର୍ଥୀ ଦୋହରାଇଛି। କୋରାପୁଟ ଆସନରୁ ରଘୁରାମ ପଡାଲ୍, ଲକ୍ଷ୍ମୀପୁର ଆସନରୁ ପ୍ରଭୁ ଜାନିଙ୍କୁ ଦଳ ଟିକେଟ ଦେଇଛି। କଂଗ୍ରେସ ମଧ୍ୟ ପୁଣିଥରେ କୃଷ୍ଣ କୁଲଦୀପକୁ ଟିକେଟ ଦେଇଛି। ୨୦୧୯ର ବିଜେପି ପ୍ରାର୍ଥୀ ତ୍ରିପୁରାରି ଗରଡ଼ା ବିଜେଡିକୁ ଘର ବାହୁଡ଼ା ହେବାପରେ ବିଜେପି ରଘୁରାମ ମାଛକୁ ପ୍ରାର୍ଥୀ କରିଛି। ତିନି ପ୍ରମୁଖ ଦଳକୁ ଛାଡ଼ିଲେ କୋରାପୁଟ ଆସନରୁ ସର୍ବାଧିକ ୬ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଯାହା ପ୍ରମୁଖ ଦଳର ନିର୍ବାଚନୀ ଅଙ୍କକୁ ଗୋଳିଆ କରିପାରେ। ଲକ୍ଷ୍ମୀପୁର ଆସନରେ କଂଗ୍ରେସ ନବାଗତ ପବିତ୍ର ସାଉଁନ୍ତା ଓ ବିଜେପି କୈଳାସ କୁଲେସିକାକୁ ପ୍ରାର୍ଥୀ କରିଛି। ଏହି ଆସନରୁ ୨ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। କୋରାପୁଟ ଓ ଲକ୍ଷ୍ମୀପୁର ଆସନରେ ବିଜେପି ସହରୀ ଭୋଟ ସହ ମୋଦୀ ହାୱା ଉପରେ ଭରସା କରିଛି। ବିଜେଡି ଗାଁ ଭୋଟ ସହ ତୃଣମୂଳସ୍ତରରେ ବିକାଶକୁ ପ୍ରସଙ୍ଗ କରିଛି। କଂଗ୍ରେସ ପାରମ୍ପରିକ ଭୋଟ ବ୍ୟାଙ୍କ ସହ ନୂତନ ପ୍ରସଙ୍ଗକୁ ନେଇ ବିଜୟ ଲକ୍ଷ୍ୟରେ ରହିଛି।

ପଟାଙ୍ଗୀ ଆସନରେ କଂଗ୍ରେସ ପ୍ରାର୍ଥୀ ଦୋହରାଇ ରାମଚନ୍ଦ୍ର କାଡାମଙ୍କୁ ଏବଂ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ପୂର୍ବତନ ବିଧାୟକ ପ୍ରଫୁଲ ପାଙ୍ଗୀଙ୍କୁ ଟିକେଟ ଦେଇଛି। ବିଜେପି ଚୈତନ୍ୟ ନନ୍ଦିବାଲିକୁ ଟିକେଟ ଦେଇଛି। ଏହି ଆସନରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେଡି-କଂଗ୍ରେସ ମଧ୍ୟରେ ଫାଇଟ୍ ହୋଇ ଆସୁଥିଲା। ଚଳିତ ନିର୍ବାଚନରେ ବିଜେପି କିନ୍ତୁ ଟକ୍କର୍ ଦେବ। ପଟାଙ୍ଗି ଆସନରୁ ୩ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଜୟପୁର ଆସନକୁ ଦଖଲ ପାଇଁ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ମହିଳା କାର୍ଡ ଖେଳି ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ, ବିଜେପି ଟିକେଟ୍ ରିପିଟ୍ କରିଛନ୍ତି। କଂଗ୍ରେସରୁ ତାରା ପ୍ରସାଦ ବାହିନୀପତି ଏବଂ ବିଜେପିରୁ ଗୌତମ ସାମନ୍ତରାୟ ନାମାଙ୍କନ ଭରିଛନ୍ତି। ତେବେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରଘୁନାଥ ପଟ୍ଟନାୟକଙ୍କ ନାତି ପ୍ରୀତିଶ୍ ପଟ୍ଟନାୟକଙ୍କ ସମେତ ଦୁଇ ଜଣ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଆମ ଆଦମି ପାର୍ଟିରୁ ବୁଲୁ ଦେବଶର୍ମା ‌ପ୍ରାର୍ଥୀ ହୋଇଥିବାରୁ ଜୟପୁର ରାଜନୀତି ଜଟିଳ ହେବା ଅନୁମାନ କରାଯାଉଛି। କୋଟପାଡ ଆସନରେ ତିନି ପ୍ରମୁଖ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି। କଂଗ୍ରେସ ଅନାମ ଦିଆନ୍, ବିଜେପି ରୁପୁ ଭତ୍ରା ଓ ବିଜେଡି ଚନ୍ଦ୍ରଶେଖର ମାଝିଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସରୁ ଆସି ବିଜେଡି ଟିକେଟ ହାତେଇଥିବା ଚନ୍ଦ୍ରଶେଖର କଂଗ୍ରେସ ଭୋଟ ନିଜ ସପକ୍ଷରେ ଟାଣି ଜିତିବା ନେଇ ଆଶାବାଦୀ ଅଛନ୍ତି। କିନ୍ତୁ ଏଠାରୁ ମଧ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button