ନିର୍ବାଚନମଣ୍ଡଳୀ ନେତାଙ୍କୁ ସୁଶାନ୍ତଙ୍କ ବିଜୟ ମନ୍ତ୍ର – Kalinga News

[ad_1]
ଚନ୍ଦ୍ରଶେଖରପୁର: ‘୨୦୧୯ରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅଧୀନରେ ଥିବା ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ୬ଟିରେ ବିଜେଡି ଜିତିଥିଲା। ହେଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହାରିଥିଲେ। ଏଥର ଆଉ ବିରୋଧୀଙ୍କୁ ସୁଯୋଗ ଦେବା ନାହିଁ। ଭୁବନେଶ୍ବର ଲୋକସଭା କ୍ଷେତ୍ର ବିଜେପିଠାରୁ ଛଡ଼ାଇ ଆଣିବା। ଉଭୟ ଲୋକସଭା ଓ ବିଧାନସଭାରେ ଯେପରି ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ମିଳିବ ସେଦିଗରେ ଏବେଠାରୁ କାର୍ଯ୍ୟ କରିବା। ପ୍ରତି ୱାର୍ଡର ପ୍ରତିଟି ଘରେ ପହଞ୍ଚିବା।’
ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଆଜି ନିର୍ବାଚନମଣ୍ଡଳୀର ସମସ୍ତ କର୍ପୋରେଟର, ପୂର୍ବତନ କର୍ପୋରେଟର, ଛାତ୍ର ଓ ଯୁବ ସଭାପତି, ନିର୍ବାଚନ ମଣ୍ଡଳୀ ସଭାପତିଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥ୍ ଓ ୱାର୍ଡ ସ୍ତରରୁ ସଂଗଠନକୁ କିପରି ମଜଭୁତ କରାଯିବ, ସେନେଇ ଆଲୋଚନା ହୋଇଥିଲା। ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ବୁଥ୍ ପାଇଁ ୱାର୍ଡ ସ୍ତରରୁ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଥିଲା। ଆସନ୍ତା ଦେଢ଼ ମାସ ଗୁରୁତ୍ବପୂର୍ଣ୍ଣ ଥିବାରୁ ବିଜେଡି ଯେପରି ଏଠାରେ ବିପୁଳ ସଫଳତା ହାସଲ କରିବ ସେଥିପ୍ରତି ସମସ୍ତେ ନିଷ୍ଠାର ସହ କାମ କରିବାକୁ ଶ୍ରୀ ରାଉତ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ, ସାମାଜିକ ଗଣମାଧ୍ୟମରେ କର୍ମୀମାନଙ୍କୁ ସକ୍ରିୟ ହେବାକୁ କୁହାଯାଇଥିଲା। ଶ୍ରୀ ରାଉତ କହିଥିଲେ, କୋଭିଡ୍ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏକ ନମ୍ବର। ଶୃଙ୍ଖଳା, ସେବା ଓ ସମର୍ପଣ ଭାବ ଯୋଗୁଁ ବିଜେଡି ଅପରାଜେୟ ହୋଇଛି। ଏହି ଧାରାକୁ ବଜାୟ ରଖିବାକୁ ହେବ। ଏଥିରେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଅପରାହ୍ଣରେ ବିଜେଡି ପ୍ରାର୍ଥୀ ଶ୍ରୀ ରାଉତରାୟ ୫ ପଞ୍ଚାୟତରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ସାମିଲ ହୋଇ ଭୋଟ ଭିକ୍ଷା କରିଥିଲେ। ନିର୍ବାଚନମଣ୍ଡଳୀର ଢାୱାସ୍ଥିତ ସୋମନାଥ ମନ୍ଦିର ନିକଟରେ ଶ୍ରୀ ରାଉତଙ୍କ ନେତୃତ୍ବରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା।
[ad_2]