ରାଜନୀତି

ଟ୍ରାଫିକ୍‌ କଟକଣା: ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ଯାଏ ଲାଗୁ – Kalinga News

[ad_1]

ଉତ୍ସବରେ ଓଡ଼ିଆ ଅସ୍ମିତାର ଝଲକ

ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭୁବନେଶ୍ବର ଆସୁଛନ୍ତି। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ନିର୍ଦ୍ଦେଶନାମା ଜାରି କରାଯାଇଛି। ବୁଧବାର ଦିନ ୨ଟାରୁ ସଂଧ୍ୟା ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବବିହାରରୁ ନାଲ୍‌କୋ ଛକ ଓ ସଂଲଗ୍ନ ଗଳିରାସ୍ତାରେ ସାଧାରଣ ଯାନବାହାନ ଚଳାଚଳକୁ ବାରଣ କରାଯାଇଛି। କେବଳ ଶପଥ ଗ୍ରହଣ ଉତ୍ସବକୁ କର୍ମୀ ତଥା ସମର୍ଥକଙ୍କୁ ନେଇ ଆସୁଥିବା ଗାଡ଼ିମାନେ ପୁଲିସ ନିର୍ଦ୍ଦେଶନାମା ରୁଟ୍‌ରେ ଯାତାୟାତ କରିପାରିବେ।

ଏହି ସମୟରେ କଟକ ପଟୁ ଆସୁଥିବା ବସ୍‌ଗୁଡ଼ିକ ରସୁଲଗଡ଼ ରେଲ୍‌ୱେ ଓଭରବ୍ରିଜ୍ ଠାରୁ ସର୍ଭିସ୍ ରୋଡ୍‌ରେ ଆସି ବାଣୀବିହାର ଛକ ଦେଇ ଆଚାର୍ଯ୍ୟବିହାର ଛକରୁ ଡାହାଣକୁ ଯିବେ ଏବଂ ଆପୋଲୋ ହସ୍ପିଟାଲ୍, ସୈନିକ ସ୍କୁଲ୍ ରାସ୍ତା ଦେଇ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକମାନଙ୍କୁ ଓହ୍ଲାଇବେ। ଏହାପରେ ଗାଡ଼ିଗୁଡ଼ିକ ନାଲ୍‌କୋ ଛକ, କଳିଙ୍ଗ ହସ୍ପିଟାଲ୍ ରାସ୍ତା ଓ ରେଲ୍‌ୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍‌ରେ ପାର୍କିଂ କରିପାରିବେ। ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ବସ୍ ଗୁଡ଼ିକ ଜୟଦେବବିହାର ଫ୍ଲାଏଓଭର ବ୍ରିଜ୍ ଅତିକ୍ରମ କଲାପରେ ସର୍ଭିସ୍ ରୋଡ୍ ଦେଇ ଆଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ୍ ଓ ସୈନିକ ସ୍କୁଲ୍ ରାସ୍ତା ଦେଇ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକ ମାନଙ୍କୁ ଓହ୍ଲାଇବେ ଏବଂ ନାଲ୍‌କୋ ଛକ ଦେଇ କଳିଙ୍ଗ ହସ୍ପିଟାଲ୍ ରାସ୍ତାରେ ରେଲୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍ ରେ ପାର୍କିଂ କରିପାରିବେ। ସେହିଭଳି ନନ୍ଦନକାନନ ପଟୁ ଆସୁଥିବା ବସ୍‌ଗୁଡ଼ିକ ଓମ୍‌ଫେଡ୍‌ ଛକରୁ ଏମ୍‌ସିଏଲ୍ ଅତିଥିଭବନ ଓ ପ୍ରେସ୍ କଲୋନି ଛକରୁ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକ ମାନଙ୍କୁ ଓହ୍ଲାଇବେ।

ଏହାପରେ ନାଲ୍‌କୋ ଛକ, କଳିଙ୍ଗ ହସ୍ପିଟାଲ୍ ରାସ୍ତା ଦେଇ ରେଲୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍ ରେ ପାର୍କିଂ କରିପାରିବେ। କଟକ ପଟୁ ଆସୁଥୁବା ଚାରିଚକିଆ ଯାନଗୁଡ଼ିକ ରସୁଲଗଡ଼ ରେଲୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ୍ ରୋଡ୍ ଦେଇ ବାଣୀବିହାର ଛକ, ଆଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ୍ ଓ ଦୂରଦର୍ଶନ ଲେନ୍‌ରେ ଯାତ୍ରୀ/ସମର୍ଥକମାନଙ୍କୁ ଛାଡ଼ି ସୈନିକ ସ୍କୁଲ୍ କ୍ୟାମ୍ପସ୍‌ରେ ପାର୍କିଂ କରିବେ। ଖୋର୍ଦ୍ଧା ପଟୁ ଆସୁଥିବା ଚାରି ଚକିଆ ଯାନଗୁଡ଼ିକ ଜୟଦେବବିହାର ଫ୍ଲାଏ ଓଭର ବ୍ରିଜ୍‌ରୁ ସର୍ଭିସ୍ ରୋଡ୍ ଦେଇ ଆଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ୍ ଓ ଦୂରଦର୍ଶନ ଲେନ୍‌ରେ ଯାତ୍ରୀ/ସମର୍ଥକମାନଙ୍କୁ ଛାଡ଼ି ସୈନିକ ସ୍କୁଲ୍ କ୍ୟାମ୍ପସ୍‌ରେ ପାର୍କିଂ କରିବେ। ନନ୍ଦନକାନନ ପଟୁ ଆସୁଥିବା ଚାରି ଚକିଆ ଯାନଗୁଡ଼ିକ ନାଲ୍‌କୋ ଛକରୁ ବାମକୁ ଯାଇ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକ ମାନଙ୍କୁ ଛାଡ଼ି ପ୍ରେସ୍‌ କଲୋନି ଛକ ଓ ସୈନିକ ସ୍କୁଲ୍ କ୍ୟାମ୍ପସ୍‌ରେ ପାର୍କିଂ କରିବେ।

ଭୁବନେଶ୍ବର: ଆସନ୍ତାକାଲି ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ। ଶପଥ ଗ୍ରହଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି। ସମଗ୍ର ଭୁବନେଶ୍ବର ସମେତ ସଭାସ୍ଥଳ କିଭଳି ଓଡ଼ିଆ ଓଡ଼ିଆ ବାସିବ ଏବଂ ଓଡ଼ିଆ ଅସ୍ମିତାର ପ୍ରତିଫଳିତ ହେବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଆସନ୍ତାକାଲି ରାଜଭବନ ଛକରୁ ଜନତା ମଇଦାନ ପର୍ଯ୍ୟନ୍ତ ବିଭିନ୍ନ ଛକରେ ଓଡ଼ିଶୀ ନୃତ୍ୟ ପରିବେଷଣ ପୂର୍ବକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯିବ। ପ୍ରଥମେ ରାଜଭବନ ଛକ, ପରେ ପରେ ଶାସ୍ତ୍ରୀନଗର, କଳିଙ୍ଗ ଷ୍ଟାଡ଼ିୟମ୍‌ର ଗେଟ୍‌ ନମ୍ବର-୩, ପାଲ୍‌ହାଇଟ୍‌ସ୍‌ ଛକ, ସ୍ବସ୍ତି ପ୍ରିମିୟମ୍‌ ଅପରପକ୍ଷ ପ୍ରମୁଖରେ ନୃତ୍ୟ ପରିବେଷଣ କରାଯିବ। ସ୍ବସ୍ତି ପ୍ରିମିୟମ୍‌ ନିକଟରେ ଭାଗବତ ଟୁଙ୍ଗି ଓ ଓଡ଼ିଆଣୀଙ୍କ ମାଣବସା ଓଷାର ପରିବେଶ ସୃଷ୍ଟି କରାଯିବ। ଏଥିସହ ରାଜଧାନୀର କଳ୍ପନା ଛକ, ମାଷ୍ଟର କ୍ୟାଣ୍ଟିନ୍‌, ବରମୁଣ୍ଡା କାଳୀ ମନ୍ଦିର ନିକଟ ପ୍ରମୁଖ ସ୍ଥାନରେ ଓଡ଼ିଶୀ ନୃତ୍ୟ କରାଯିବ। ଜନତା ମଇଦାନର ମୁଖ୍ୟ ଫାଟକରେ କୋଣାର୍କ ଘୋଡ଼ା ଓ ଧଉଳି ହାତୀ ଶୋଭାପାଇ‌ବ। ଭିଆଇପି ଗେଟ୍‌-୨ରେ ପୁରୀ ସାହିଯାତର ଝଲକ ଦେଖିବାକୁ ମିଳିବ। ଏଥିସହ ସଭାସ୍ଥଳକୁ ଯିବାର ଦୁଇପାର୍ଶ୍ବରେ ଓଡ଼ିଶାର ବରପୁତ୍ରମାନଙ୍କର ଫଟୋଚିତ୍ର ଓ ପ୍ରତିମୂର୍ତ୍ତି ରହିବ।

ମୁଖ୍ୟମଞ୍ଚର ବାମପାଖ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏଥିରେ ଓଡ଼ିଶୀ ସମେତ ସମ୍ବଲପୁରୀ, ଢେମସା, ଛଉ ନୃତ୍ୟ, ଦୋରିଆ ନୃତ୍ୟ ପରିବେଷଣ କରାଯିବ। ଏଥିସହ ୧୯୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବାର ଏକ ସ୍ବତନ୍ତ୍ର ଭିଡ଼ିଓ ଓ ଭାଗବତ ଟୁଙ୍ଗି ଉପରେ ଏକ ସ୍ବତନ୍ତ୍ର ଭିଡ଼ିଓ ଚଲାଯିବ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମୁଖ୍ୟମଞ୍ଚରେ ସ୍ବାଗତ ସଙ୍ଗୀତ ଗାନ କରାଯିବ। ଡାହାଣ ପାଖ ମଞ୍ଚରେ ସାଧୁସନ୍ଥମାନେ ଉପସ୍ଥିତ ରହିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button