Unwanted hair ପାଇଁ ଚିନ୍ତିତ କି ! ଥରେ ଏହି ପ୍ରାକୃତିକ ଉପାୟ ଘରେ କରି ଦେଖନ୍ତୁ, ସବୁ ଚୁଟି ଗାୟବ

ବନ୍ଧୁଗଣ ସବୁ ଝିଅ ନିଜକୁ ସୁନ୍ଦର କରି ରଖିବାକୁ ବହୁତ ଭଲ ପାଇଥାନ୍ତି । ତେଣୁ ସେମାନେ ନିଜର ଚେହେରାରୁ ଆରମ୍ଭ କରି ନିଜର ସଂପୂର୍ଣ୍ଣ ଶରୀରର ସୁନ୍ଦରତା ଉପରେ ଧ୍ୟାନ ରଖିଥାନ୍ତି । ହେଲେ ବନ୍ଧୁଗଣ ଅନେକ ଝିଅଙ୍କର ଚେହେରାରେ ଓଠର ଉପର ଭାଗରେ ଚୁଟି ଉଠିଥାଏ । ଯାହା ମୁହଁର ସୁନ୍ଦରତାକୁ କମାଇ ଥାଏ । ଏଥିପାଇଁ ଅନେକ ଝିଅ ଟଙ୍କା ଖର୍ଚ କରି ମାସକୁ ମାସ ପାର୍ଲର ମଧ୍ୟ ଯାଇଥାନ୍ତି ।
ହେଲେ ଆଜି ଆମେ ଆପଣଙ୍କୁ ଘରେ ଏକ ପ୍ରାକୃତିକ ଉପାୟ ଦ୍ଵାରା କିଭଳି ନିଜର ଅନିଚ୍ଛାକୃତ ଚୁଟିକୁ ନିଜ ଚେହେରା ବା ନିଜ ସଂପୂର୍ଣ୍ଣ ଶରୀରରୁ ହଟାଇବାର ଉପାୟ ଏଠାରେ କହିବାକୁ ଯାଉଛୁ । ତେବେ ଏହି ହେୟାର ରିମୁଭାଲ ଫେସିଆଲକୁ ଘରେ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଚିନୀର ଆବଶ୍ୟକତା ପଡିବ । ଦିତୀୟରେ ଏଥିପାଇଁ ଆପଣଙ୍କୁ ମହୁର ଆବଶ୍ୟକତା ମଧ୍ୟ ପଡିବ । ତାପରେ ଏଥିପାଇଁ ତୃତୀୟରେ ଆପଣଙ୍କୁ ଲେମ୍ବୁର ମଧ୍ୟ ଦରକାର ପଡିବ ।
ପ୍ରଥମେ ଏକ ପାତ୍ରରେ 1 ଚାମଚ ଚିନୀ ରଖନ୍ତୁ । ତାପରେ ଚିନୀ ରଖିଥିବା ଚାମଚର ପରିମାଣ ଅନୁସାରେ 1 ଚାମଚ ମହୁ ସେହି ଚିନୀରେ ମିଶାନ୍ତୁ । ଏହାପରେ ଆପଣଙ୍କୁ ସେଥିରେ 1 ଲେମ୍ବୁକୁ କାଟି ତାହାର 1 ଚାମଚ ରସ ସେଥିରେ ମିଶାଇବାକୁ ପଡିବ । ଆପଣଙ୍କୁ କୁହାଯାଉଥିବା ଏହି 3 ଟି ଯାକ ସାମଗ୍ରୀ ବହୁତ ଆରମରେ ଆପଣଙ୍କ ରୋଷେଇ ଘରୁ ହିଁ ଆପଣଙ୍କୁ ମିଳିଯିବ । ଏଥିପାଇଁ ଆପଣଙ୍କୁ ବଜାରକୁ ଯାଇ ଅଧିକ ଖର୍ଚାନ୍ତ ମଧ୍ୟ ହେବାକୁ ପଡିବ ନାହିଁ ।
ତାପରେ ଏହି 3 ଟି ଯାକ ସାମଗ୍ରୀକୁ ଆପଣ ମାନେ ଭଲ ଭାବେ ଗୋଳାଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତେବେ ଏହାପରେ ଡବଲ ମେଥଡ ପ୍ରକ୍ରିୟାରେ ପ୍ରଥମେ ଗ୍ଯାସରେ ଏକ ତାୱା ବସାଇ ସେହି ତାୱା ଉପରେ ଏହି ପେଷ୍ଟ ରଖିଥିବା ପାତ୍ରକୁ ବସାନ୍ତୁ । ତାପରେ ତାହାକୁ ଅଳ୍ପ ଗରମ କରିବା ସହ ସେଥିରେ ସାମାନ୍ୟ ପାଣି ମଧ୍ୟ ଦେଇ ଭଲରେ ଚିନୀକୁ ମେଲ୍ଟ କରାନ୍ତୁ ।
ତାହା ଭଲ ଭାବେ ମେଲ୍ଟ ହୋଇଯିବା ପରେ ଭଲ ଭାବେ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଆପଣଙ୍କ ଶରୀରର ଯେଉଁ ପାର୍ଟରୁ ଚୁଟି ସଫା କରିବାର ଥିବ । ସେହି ପାର୍ଟରେ କିଛି ପାଉଡର ପକାଇ ତାପରେ ଏହି ପ୍ରସ୍ତୁତ କରିଥିବା ପେଷ୍ଟକୁ ନେଇ ସେହି ସ୍ଥାନରେ ଲଗାଇ ଭଲ ଭାବେ ତଳୁ ଉପରକୁ ଘଷନ୍ତୁ । ଏହିପରି ଭାବେ କିଛି ସମୟ ମସାଜ କରିବା ପରେ ଆପଣଙ୍କର ସେହି ସ୍ଥାନରୁ ଧୀରେ ଧୀରେ କରି ସବୁ ଗୋଟି ଗୋଟି କରି ଚୁଟି ଉପୁଡିବାକୁ ଲାଗିବ ।
ତାପରେ ଗୋଟି ଗୋଟି କରି ସେହି ସ୍ଥାନରୁ ସବୁ ଚୁଟି ଉପୁଡିଯିବା ସହ ସେହି ସ୍ଥାନରେ ଆଉ ଗୋଟିଏ ମଧ୍ୟ ଚୁଟି ଦେଖିବାକୁ ପାଇବେ ନାହିଁ ।