ଜ୍ୟୋତିଷ

ବିବାହିତା ନାରୀ ଏହି 4 ଟି ସ୍ଥାନରେ ସିନ୍ଦୁର ଲଗାଇଲେ, ସ୍ଵାମୀ ଉପରକୁ କେବେବି ବିପଦ ଆସିନଥାଏ

ବର୍ତ୍ତମାନର ଅନେକ ବିବାହିତ ମହିଳା ନିଜ ମଥାରେ ସିନ୍ଦୁର ପରିବର୍ତ୍ତେ ପାଶ୍ଚାତ୍ୟ ସଭ୍ୟତା ଆଧାରରେ ଟିକିଲି ଲଗାଉଛନ୍ତି । ହେଲେ ବିବାହିତ ନାରୀ ମାନେ ନିଜ ମଥାରେ ସିନ୍ଦୁର ଲଗାଇବା ହିଁ ଉଚିତ । କାରଣ ସିନ୍ଦୁର ସ୍ଵାମୀର ପ୍ରତୀକ ହୋଇଥାଏ । ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀର ମଙ୍ଗଳ ହୋଇଥାଏ । ତେବେ ବନ୍ଧୁଗଣ ସିନ୍ଦୁର କିପରି ଓ କେଉଁ କେଉଁ ସ୍ଥାନରେ ଲଗାଇବାକୁ ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି ? ଚାଲନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା ।

1- ମହିଳା ମାନେ ନିଜ ସିନ୍ଥିରେ ସିନ୍ଦୁର ଲଗାଇବା ଉଚିତ । ଯେତେବେଳେ ମହିଳା ମାନେ ନିଜ ସିନ୍ଥିରେ ସିନ୍ଦୁର ଲଗାଉଛନ୍ତି । ସେତେବେଳେ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରି ସିନ୍ଥିରେ ସିନ୍ଦୁର ଧାରଣ କରନ୍ତୁ । ଏପରି ଭାବେ ସିନ୍ଦୁର ଲଗାଇବା ଦ୍ଵାରା ସେହି ମହିଳାଙ୍କ ସ୍ଵାମୀଙ୍କ ଆର୍ଥିକ ସ୍ଥିତି କେବେବି ଖରାପ ହୋଇନଥାଏ । ସବୁବେଳେ ସ୍ଵାମୀଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ରହିଥାଏ ।

2- ଦିତୀୟରେ ମହିଳା ମାନେ ନିଜ କପାଳରେ ସିନ୍ଦୁର ଲଗାଇବା ଉଚିତ । ମା’ ଚଣ୍ଡୀଙ୍କୁ ସ୍ମରଣ କରି ମହିଳା ମାନେ ନିଜ କପାଳରେ ସିନ୍ଦୁର ଲଗାଇବା ଉଚିତ । ତେବେ ମା’ ଚଣ୍ଡୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀଙ୍କ ଜୀବନରେ କେବେ କୌଣସି ବଡ ବିପତ୍ତି ଆସିନଥାଏ । ସ୍ଵାମୀ ତଥା ପରିବାରର ମଙ୍ଗଳ କାମନା କରି ନିଜ କପାଳରେ ସିନ୍ଦୁର ଲଗାନ୍ତୁ ।

3- ତୃତୀୟରେ କଣ୍ଠରେ ସିନ୍ଦୁର ଲଗାଇବା ସମୟରେ ମା’ ସରସ୍ଵତୀଙ୍କୁ ସ୍ମରଣ କରି ମହିଳା ମାନେ ସିନ୍ଦୁର ଲଗାଇବା ଉଚିତ । ସ୍ଵାମୀଙ୍କ ପ୍ରତି ଯେମିତି କେବେବି ନିଜ ମୁହଁରୁ କଠୋର ବଚନ ନବାହାରୁ ସେହି କଥା ମନରେ ରଖି ମା’ ସରସ୍ଵତୀଙ୍କୁ ପ୍ରାଥନା କରି କଣ୍ଠରେ ସିନ୍ଦୁର ଧାରଣ କରନ୍ତୁ ।

4- ଚତୁର୍ଥରେ ନିଜ ଶଙ୍ଖାରେ ମହିଳା ମାନେ ସିନ୍ଦୁର ଲଗାଇବା ସମୟରେ ମା’ ସାବିତ୍ରୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାନ୍ତୁ । କାରଣ ଶଙ୍ଖାରେ ମା’ ସାବିତ୍ରୀଙ୍କର ବାସ ଅଟେ । ନିଜ ସ୍ଵାମୀର ଲମ୍ବା ଆୟୁଷ ନିମନ୍ତେ ତାଙ୍କର ମଙ୍ଗଳ କାମନା କରି ନିଜ ଶଙ୍ଖାରେ ସିନ୍ଦୁର ଲଗାନ୍ତୁ ।

ତେବେ ମହିଳା ମାନେ ଏହି 4 ଟି ସ୍ଥାନରେ ସିନ୍ଦୁର ଲଗାଇବା ସମୟରେ ଏହି 4 ଟି ଦେବୀଙ୍କର ସ୍ମରଣ କରି ସିନ୍ଦୁର ଧାରଣ କରିବା ଉଚିତ । ଯାହା ଦ୍ଵାରା ତାଙ୍କ ସ୍ଵାମୀଙ୍କର ସବୁବେଳେ ମଙ୍ଗଳ ହେଉଥିବ । ଏଥିସହ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ଦାମ୍ପତ୍ୟ ଜୀବନଟିଏ ରହିଥିବ ।

Related Articles

Leave a Reply

Your email address will not be published. Required fields are marked *

Back to top button