ଜ୍ୟୋତିଷ

ଯଦି ଅବିବାହିତ ପୁରୁଷ ଏଭଳି ଝିଅ କେଉଁଠାରେ ଦେଖିବାକୁ ପାଇଥାନ୍ତି, ତେବେ ତାଙ୍କୁ ହିଁ ବିବାହ କରନ୍ତୁ, Chanakya Niti

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ମାନବ ଜୀବନକୁ ସହଜ ଓ ସୁଖକର କରିବା ପାଇଁ ଅନେକ ଉପୋଯୋଗୀ ପନ୍ଥା ରହିଛି । କାରଣ ଏହି ଗ୍ରନ୍ଥର ମୂଳ ଲକ୍ଷ ହେଉଛି ମାନବ ସମାଜକୁ ଉଚିତ ଶିକ୍ଷା ଦେବା । ତେବେ ଅନେକ ପୁରୁଷ ନିଜ ଜୀବନରେ ଜଣେ ଭଲ ଜୀବନସାଥିଟିକୁ ବାହା ହେବାକୁ ଚାହିଁଥାନ୍ତି । ଯେଉଁ ସାଥିକୁ ପାଇଲାପରେ ତା’ ର ବୈବାହିକ ଜୀବନ ସୁଖମୟ ହୋଇପାରିବ । ତେବେ ଚାଣକ୍ୟ ନୀତିରେ କେଉଁ ଝିଅ ମାନଙ୍କୁ ପୁରୁଷ ବିବାହ କରିବା ଦ୍ଵାରା ତାଙ୍କର ଦାମ୍ପତ୍ୟ ଜୀବନ ଭଲରେ ବିତିଥାଏ, ଚାଲନ୍ତୁ ସେହି ସମ୍ପର୍କରେ ଆଲୋଚନା କରିବା ।

1- ଯେଉଁ ମହିଳା ମାନେ କୌଣସି କାମରେ ସଠିକ ଭାବେ ପରଫେକ୍ଟ ହୋଇନଥିଲେ ମଧ୍ୟ ଘରର ସବୁ ଦାୟିତ୍ଵ ବୁଝିବାରେ ସକ୍ଷମ ହୋଇଥାନ୍ତି । ତେବେ ସେହି ମହିଳା ମାନେ ଘରର ମାନ ସମ୍ମାନ ବଢାଇଥାନ୍ତି । ଏହି ମହିଳା ନିଜ ଘରର ଦାୟିତ୍ଵ ଯେକୌଣସି ପରିସ୍ଥିତିରେ ସମ୍ଭାଳି ନେଇଥାନ୍ତି ।

2- ଯେଉଁ ମହିଳା ନିଜ ଠାରୁ ସାନ ହେଉ ଅବା ବଡ ଯଦି ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ କରିବାର ଗୁଣ ନିଜ ପାଖରେ ରଖିଥାଏ । ତେବେ ସେହି ନାରୀକୁ ବିବାହ କରୁଥିବା ପୁରୁଷ ମଧ୍ୟ ବହୁତ ଭାଗ୍ୟବାନ ହୋଇଥାଏ ।

3- ଯେଉଁ ନାରୀ ନିଜ ସଂସ୍କୃତି ଓ ପରମ୍ପରାକୁ କେବେ ଭୁଲିନଯାଇ ତାହାର ଠିକ ଭାବେ ପାଳନ କରିଥାଏ । ସେଭଳି ନାରୀ ବିବାହ ପାଇଁ ଶ୍ରେଷ୍ଠ ବୋଲି ବିବେଚିତ ହୋଇପାରିଥାଏ ।

4- ଯେଉଁ ନାରୀ ଠାରେ ସଞ୍ଚୟ କରିବାର ଗୁଣ ରହିଥାଏ । ସେହି ନାରୀ ନିଜ ପରିବାର ପାଇଁ ଶୁଭ ଅଟନ୍ତି । କାରଣ ସେହି ମହିଳା ମାନେ ନିଜ ସ୍ଵାମୀକୁ ସବୁବେଳେ ଅଯଥା ଖର୍ଚାନ୍ତ ହେବାକୁ ଦିଅନ୍ତି ନାହିଁ । ଯାହା ଦ୍ଵାରା ଘରର ବହୁ ଉନ୍ନତି ହୋଇପାରିଥାଏ । ଏହି ମହିଳା ଥିବା ଘର ମାନଙ୍କରେ ପରିବାରର ଆର୍ଥିକ ସ୍ଥିତି ଭଲ ରହିଥାଏ ।

5- ଯେଉଁ ନାରୀ ମାନଙ୍କ ବଚନ କଟୁ ନହୋଇ ମଧୁର ହୋଇଥାଏ । ଅଧିକ କଥା ହେଉ କି ନହେଉ, ଯେତିକି କଥା ହୋଇଥାଏ । ଲୋକଙ୍କର ମନ କିଣିନେଇଥାଏ । ସେଭଳି ନାରୀ ଯେଉଁ ପୁରୁଷଙ୍କୁ ମିଳିଥାଏ ସେମାନଙ୍କ ଭାଗ୍ୟ ଖୋଲିଯାଇଥାଏ ।

6- ଯେଉଁ ମହିଳା ନିଜ ସ୍ଵାମୀର କୌଣସି ଖରାପ ପରିସ୍ଥିତିରେ ମଧ୍ୟ ତା’ ର ସାଥ ଛାଡିନଥାଏ । ବଂର ସ୍ଵାମୀକୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ । ସେହି ମହିଳା ନିଜ ସ୍ଵାମୀ ପାଇଁ ବହୁତ ଲକି ହୋଇଥାନ୍ତି ।

ତେଣୁ ଏହି ସବୁ ସ୍ଵଭାବ ଥିବା ଝିଅ ମାନଙ୍କୁ ପୁରୁଷ ବିବାହ କଲେ, ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲରେ ବିତିଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button