ଜ୍ୟୋତିଷ

ଭଲ ପାଇବାରେ ଏହି 4ଟି ରାଶିର ଲୋକ ଦେଇଥାନ୍ତି ଧୋକା, ଦେଖନ୍ତୁ କେଉଁ ସବୁ ରାଶି ଅଛି ସାମିଲ!

ନମସ୍କାର ବନ୍ଧୁଗଣ, ଜୀବନକୁ ଆନନ୍ଦର ସହ ଉପଭୋଗ କରିବା ପାଇଁ ଆମ ମନକୁ ବୁଝିପାରୁଥିବା ଗୋଟିଏ ସାଥିର ଆଶା ସମସ୍ତେ ରଖନ୍ତି । ତେବେ ଭଲ ପାଉଥିବା ସମସ୍ତ ପିଲା କଣ ସଚୋଟ ହୋଇଥାନ୍ତି ? ଏହାର ଉତ୍ତର ନା ହିଁ ଆସିବ କାରଣ ଆଜିକାଲି ଦେଖିବାକୁ ମିଳୁଛି କି ଭଲ ପାଇବା ଏକ ବେପାର ସଦୃଶ ହୋଇସାରିଲାଣି । ଇଚ୍ଛା ହେଲା ତ ହାତ ଧରିଲି ଇଚ୍ଛା ହେଲା ତ ହାତ ଛାଡିଲି । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ପିଲା ଏହି ଧୋକା ଦେବା ଭଳି କାମ କରିଥାନ୍ତି ।

ସିଂହ ରାଶି: ଏମାନଙ୍କ ଭଲ ପାଇବା ବହୁତ ନିବିଡ ହୋଇଥାଏ । କିନ୍ତୁ ଆପଣ ଏମାନଙ୍କ ମୁଣ୍ଡରେ ଚାଲିଥିବା କଥାକୁ ସହଜରେ ବୁଝି ପାରିବେ ନାହିଁ । କାରଣ ଏମାନେ ଡ୍ରାମା କରିବାରେ ମାହିର ଥାନ୍ତି । ଯଦି ଏମାନଙ୍କ ସାଥି ଏମାନଙ୍କ ଟିକିଏ ମନ ଊଣା କରିଦିଏ ତେବେ ଏମାନେ ନିଜ ସାଥି ଠାରୁ ସଙ୍ଗେ ସଙ୍ଗେ ମନ ଫେରାଇ ଆଣିଥାନ୍ତି ।

କୁମ୍ଭ ରାଶି: ଏମାନେ ଭଲ ପାଉଥିବା ମଣିଷର ସମସ୍ତ ତଥ୍ୟକୁ ଖୋଜିଥାନ୍ତି । ଧରା ପଡିଯିବାର ଭୟ ଏମାନଙ୍କ ପାଖରେ ନଥାଏ । ସାଥି ସହ ଭଲ ସମ୍ପର୍କ ସ୍ଥାପନ କରିଥାନ୍ତି କିନ୍ତୁ ଏମାନେ କୌଣସି ସାଥି ସହ ମଧ୍ୟ ସଚୋଟ ହୋଇ ରହିପାରନ୍ତି ନାହିଁ । ସମସ୍ତ ମିଥ୍ୟାକୁ ଲୁଚାଇବାକୁ ଅନେକ ପ୍ରୟାସ କରନ୍ତି କିନ୍ତୁ ବିଫଳ ହୁଅନ୍ତି । ଏହି କାରଣ ହେତୁ ଏମାନେ ବହୁତ ଜଣଙ୍କ ମନ ଭାଙ୍ଗି ଦେଇଥାନ୍ତି ।

ମୀନ ରାଶି: ଏହି ରାଶିର ଲୋକ ସବୁବେଳେ ନିଜ ସ୍ଵାର୍ଥର ଚିନ୍ତା କରନ୍ତି । ଏମାନଙ୍କ ପାଇଁ ନିଜ ଭାବନା ହିଁ ସବୁଠାରୁ ମୂଲ୍ଯବାନ ହୋଇଥାଏ । ଏମାନେ ନିଜ ସାଥିଙ୍କଠୁ ଦରକାର ଠାରୁ ଅଧିକ ଆଶା ରଖିଥାନ୍ତି । ଯାହାକୁ ପୁରା କରିପାରିବା ସାଥିଙ୍କ ପାଇଁ ବହୁତ କଷ୍ଟ ହୋଇପଡେ । ଏହି କାରଣ ପାଇଁ ଏମାନେ ନିଜ ସାଥିଙ୍କ ମନ ଭାଙ୍ଗି ଦେଇଥାନ୍ତି ।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତି ସମସ୍ତ କଥାକୁ ଜାଣିବାର ଜିଜ୍ଞାସା ନିଜ ମନ ଭିତରେ ରଖିଥାନ୍ତି । ଅନ୍ୟ ମାନଙ୍କୁ ନିଜ କଥାରେ ଫସାଇବା ଏମାନଙ୍କୁ ବହୁତ ଭଲରେ ଜଣାଥାଏ । ନିଜ କଥାରେ ଅନ୍ୟ ମାନଙ୍କୁ ବହୁତ ସହଜରେ ମୂର୍ଖ ବନେଇ ଦିଅନ୍ତି । ଏମାନେ ବହୁତ ଜଣଙ୍କ ସହ ସମ୍ପର୍କରେ ଆସିଥାନ୍ତି । ଏବଂ ସେମାନଙ୍କ ମନ ବହୁତ ସହଜରେ ଭାଙ୍ଗି ଦେଇଥାନ୍ତି ।

ମନ ଭାଙ୍ଗୁଥିବା ଲୋକର ଦୁଃଖ କଷ୍ଟକୁ ବୁଝିବା ପାଇଁ ଚେଷ୍ଟା ମଧ୍ୟ କରନ୍ତି ନାହିଁ । ଏହା ଥିଲା ସେହି ରାଶି ମାନଙ୍କ କଥା ଯେଉଁ ମାନେ ନିଜ ସାଥିଙ୍କ ମନ ଖୁବ ସହଜରେ ଭାଙ୍ଗି ଦେଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button