ମନୋରଞ୍ଜନ

କିଛି ମାସ ହେଲାଣି ଦେହ ଭଲ ନାହିଁ, ସବୁବେଳେ ୨୧ବର୍ଷୀୟା ଲାଗିପାରିବି ନାହିଁ: ରଶ୍ମି ଦେଶାଇ – Kalinga News

[ad_1]

ମୁମ୍ବାଇ: ଟିଭିର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ ରଶ୍ମି ଦେଶାଇ। ‘ଉତ୍ତରନ’ ଓ ‘ଦିଲ୍ ସେ ଦିଲ୍ ତକ୍’ ଭଳି ହିଟ୍ ଧାରାବାହିକରେ କାମ କରି ଲୋକପ୍ରିୟ ହୋଇଥିବା ରଶ୍ମିଙ୍କୁ ଏବେ ଟ୍ରୋଲ କରାଯାଉଛି। ତାଙ୍କ ଓଜନ ବଢ଼ିଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି।

ସୂଚନା ମୁତାବକ, ରଶ୍ମି ଦେଶାଇ, ଅଭିନେତ୍ରୀ ଆରତୀ ସିଂହଙ୍କ ସଙ୍ଗୀତ୍ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ସେ ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଥିଲା। ଏହି ଲେହେଙ୍ଗା ପିନ୍ଧିଥିବାର କିଛି ଫ‌ଟୋ ଓ ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏତେ ମୋଟା କେମିତି ହୋଇଗଲ, ପିନ୍ଧିଥିବା ବ୍ଲାଉଜ୍ ଫାଟିଯିବ; ଏଭଳି କିଛି କହି ଲୋକେ ତାଙ୍କୁ ଟ୍ରୋଲ କରିଥିଲେ।

ଏବେ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି ରଶ୍ମି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ମୋ ପାଇଁ ମୁଁ କେମିତି ଦିଶୁଛି, ତା’ଠାରୁ ଅଧିକ ଆରତୀଙ୍କ ସଙ୍ଗୀତ୍ କାର୍ଯ୍ୟକ୍ରମରେ ଯୋଗ ଦେବା ଜରୁରୀ ଥିଲା। ଜଣେ କେଉଁ ସମସ୍ୟା ଦେଇ ଗତି କରୁଛି, ତାହା ଲୋକେ ବୁଝନ୍ତି ନାହିଁ। ମୁଁ ଗତ କିଛି ମାସ ହେଲାଣି ରୋଗଗ୍ରସ୍ତ ଅଛି। ତେଣୁ ମୁଁ କିଭଳି ଦିଶୁଥିଲି ସେଥିରେ ମୋତେ ଫରକ ପଡେ ନାହିଁ। ମୁଁ ସବୁବେଳେ ୨୧ବର୍ଷୀୟା ଦିଶିପାରିବି ନାହିଁ। ଇଣ୍ଡଷ୍ଟ୍ରିରେ ରହିବା ପାଇଁ ନିଷ୍ଠା ଜରୁରୀ। ଆଜି ମୋ ପୋଷାକକୁ ନେଇ ଟ୍ରୋଲ କରୁଥିବା ଲୋକେ କାଲି ମୋ ଚରିତ୍ରକୁ ନେଇ ଟ୍ରୋଲ କରୁଥିଲେ। ଏସବୁ ଜିନିଷ ଆଉ ମୋ ଉପରେ ପ୍ରଭାବ ପକାଉ ନାହିଁ।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button