ମନୋରଞ୍ଜନ

Varun Dhawan ଙ୍କ ପରେ ଏବେ Sraddha Kapoor କରିବାକୁ ଯାଉଛନ୍ତି ବିବାହ, ମ୍ୟାରେଜ ଫିକ୍ସଡ ?

ବନ୍ଧୁଗଣ ବଲିଉଡ ଅଭିନେତା ବରୁଣ ଧାବନ ଚବିଶି ଜାନୁଆରୀ ରେ ନିଜ ପ୍ରେମିକା ନତାଶା ଦଲାଲ ଙ୍କୁ ବିବାହ କରିଥିଲେ। ଏମାନେ ଅଲ୍ଲିବାଗ ରେ ଥିବା ଏକ ବିଶାଳ ଘର ରେ ବିବାହ କରିଥିଲେ। ଏବଂ ଯେବେ ଏହି ଦୁଇ ଜଣ ଙ୍କ ବିବାହ ର ଖବର ଓ ଫଟୋ ଏବଂ ଭିଡିଓ ଦେଖିବାକୁ ମିଳୁଛି ସେବେଠୁ ସୋସିୟାଲ ମିଡିଆରେ ଏହି ଦୁଇ ଜଣ ଙ୍କ ବିଷୟରେ ଚର୍ଚ୍ଚା କରାଯାଉଛି। ସେଇଠି ବରୁଣ ଧବନ ଙ୍କ ଏକ ପୋଷ୍ଟ ରେ ଶ୍ରଦ୍ଧା କପୂର କିଛି ଲେଖିଥିଲେ ଏବଂ ସେହି ଥିରେ ରୋହନ ଶ୍ରେଷ୍ଠା ଯିଏ କି ଶ୍ରଦ୍ଧା କପୂର ଙ୍କ ପ୍ରେମିକ ସିଏ ବି ମଧ୍ୟ କିଛି ଲେଖିଥିଲେ ଏବଂ ସେବେଠୁ ଶ୍ରଦ୍ଧା କପୂର ମଧ୍ୟ ଚର୍ଚ୍ଚା ରେ ଆସିଗଲେ।

ସେଥିରେ ବରୁଣ ଧାବନ ଶ୍ରଦ୍ଧା କପୁର ଙ୍କ ବାହାଘର ବିଷୟରେ ପଚାରି ଥିଲେ ସେଥିପାଇଁ ଏବେ ସେ ସୋସିୟାଲ ମିଡିଆରେ ଚର୍ଚ୍ଚା ରେ ରହୁଛନ୍ତି। ଏହି ପୋଷ୍ଟ ରେ ବରୁଣ ଧବନ ଶ୍ରଦ୍ଧା କପୂର ଙ୍କୁ କହିଥିଲେ କି ସେ ନିଜର ପ୍ରିୟ ବନ୍ଧୁ ଙ୍କର ବିବାହ ଶୀଘ୍ର ଦେଖିବାକୁ ଚାହୁଁଛନ୍ତି। ଏବଂ ଶୀଘ୍ର ବିବାହ କଲେ ସେ ନିଜ ପତ୍ନୀ ନତାଶା ଙ୍କ ସହିତ ଆସିବେ।

ଶ୍ରଦ୍ଧା କପୂର ନିଜର ଓ ରୋହନ ଶ୍ରେଷ୍ଠା ଙ୍କ ସମ୍ପର୍କ କୁ ନେଇ ଏବେ ପର୍ଯ୍ୟନ୍ତ କିଛି ବି କହି ନାହାନ୍ତି। ତାଙ୍କୁ ଯେବେବି ଏହି ବିଷୟରେ କିଛି ବି ପଚାରିଲେ କିମ୍ବା ତାଙ୍କ ବିବାହ କୁ ନେଇ କିଛି ପଚାରିଲେ ସେ କେବଳ ହସି ଦିଅନ୍ତି ଏବଂ ସେ ଏବେ ବାହାଘର ବିଷୟରେ କିଛି ଭାବିନାହାନ୍ତି ଏବଂ ତାଙ୍କ ପାଖରେ ଏବେ ଅନେକ ସିନେମା ଅଛି ତ ସେଥିପାଇଁ ସେ ଏବେ ବିବାହ ବିଷୟରେ କିଛି ବି ଭାବିବାକୁ ସମୟ ନାହିଁ।

 

ଶକ୍ତି କପୂର ଙ୍କୁ ବି ଏ ବିଷୟରେ ପଚାରିଲେ ସେ ମଧ୍ୟ ଶ୍ରଦ୍ଧା ଏବେ ବିବାହ ପାଇଁ ପ୍ରସ୍ତୁତ ନାହିଁ ବୋଲି କହୁଛନ୍ତି। ଏବଂ ସେ ଚାହାନ୍ତି କି ତାଙ୍କ ଝିଅ କୁ ଏକ ଭଲ ବ୍ୟକ୍ତି ମିଳୁ ଯିଏ ତାଙ୍କ ଝିଅ ଙ୍କୁ ଖୁସି ରେ ରଖୁଥାଉ। କିନ୍ତୁ ବାହାଘର କେବେ ଓ କାହା ସହିତ ସେ ସମ୍ପର୍କରେ ସେ କିଛି କୁହନ୍ତି ନାହିଁ।

କିନ୍ତୁ ଏବେ ବରୁଣ ଧବନ ଙ୍କ ବିବାହ ର ଖବର ସମସ୍ତେ ଜାଣି ସାରିଲା ପରେ ଶ୍ରଦ୍ଧା କପୂର ଙ୍କ ବିବାହ କୁ ନେଇ ଅନେକ ପ୍ରଶ୍ନ ଓ ଉତ୍ସାହ ନଜର ଆସୁଛନ୍ତି। ଏବଂ କିଛି ଖବର ଶୁଣିବାକୁ ମିଳୁଛି ଯେ ଶ୍ରଦ୍ଧା କପୂର ବହୁତ ଶୀଘ୍ର ତାଙ୍କ ପ୍ରେମିକ ରୋହନ ଶ୍ରେଷ୍ଠା ଙ୍କ ସହିତ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏ ବିଷୟରେ ବହୁତ ଚର୍ଚ୍ଚା ହେଉଛି ।

କିନ୍ତୁ ଶ୍ରଦ୍ଧା ଏହାକୁ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଓ ଏହା ମଧ୍ୟ କହିଛନ୍ତି କି ସେ ଏବେ ନିଜ କ୍ଯାରିଆର ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି । ଶ୍ରଦ୍ଧା କପୂର ବଲିଉଡ ର ଜଣେ ସଫଳ ଓ ସୁନ୍ଦରୀ ଏବଂ ଲୋକପ୍ରିୟ ଅଭିନେତ୍ରୀ।ସେ ନିଜର ଅଭିନୟ ର ଯାଦୁ ରେ ଦର୍ଶକଙ୍କ ହୃଦୟ କୁ ଜିଣି ପାରି ଛନ୍ତି। ଏବଂ ସେ ନିଜର ହସ କୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଏବଂ ରୋହନ ଶ୍ରେଷ୍ଠା ମଧ୍ୟ ବଲିଉଡ ର ଜଣେ ଜଣାଶୁଣା ଫଟୋ ଗ୍ରାଫର୍। ଏହି ଦୁଇ ଜଣ ଙ୍କୁ ବହୁତ ଉତ୍ସବ ଓ ଅନୁଷ୍ଠାନ ରେ ଏକାଠି ଦେଖିବାକୁ ମିଳୁଛି ।

ରୋହନ ସୋସିୟାଲ ମିଡ଼ିଆ ରେ ନିଜର ଫଟୋ କୁ ପୋଷ୍ଟ କରି ସବୁବେଳେ ଚର୍ଚ୍ଚା ର ପାତ୍ର ହୋଇଥାନ୍ତି। ଏବଂ ଆମେ ଅପେକ୍ଷା କରିବା କି ଏହି ଦୁଇ ଜଣ ଙ୍କ ଯୋଡି କେବେ ବିବାହ ବନ୍ଧନରେ ବାନ୍ଧି ହେବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button