ରାଜନୀତି

ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ  – Kalinga News

[ad_1]

ସର୍ବାଙ୍ଗୀନ ବିକାଶ ସହ ଅପରାଧ, ଦୁର୍ନିତୀ ଓ ଭୟ ମୁକ୍ତ ସମାଜ ଗଠନ ପ୍ରାଥମିକ ଲକ୍ଷ୍ୟ

ଜୟପୁର: ବିରାଟ ଶୋଭାଯାତ୍ରା, ନାଚ, ଆତସବାଜୀ ପୁଟା ଓ ଜିନ୍ଦାବାଦ ନାରା ମଧ୍ୟରେ ଆଜି ଜୟପୁର ବିଧାୟକ ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୫ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଜୟପୁର ଏଆରଓ ତଥା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କ ନିକଟରେ  ଆଜି ଗୋଟିଏ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି ଗୌତମ। ଏହା ପରେ ନିଜ ପ୍ରତିକ୍ରୀୟାରେ ଗୌତମ କହିଛନ୍ତି, ଜୟପୁର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶ ସହ ଅପରାଧ, ଦୁର୍ନିତୀ ଓଭୟ ମୁକ୍ତ ସମାଜ ଗଠନ କରିବା ତାଙ୍କ ପ୍ରାଥମିକ ଲକ୍ଷ୍ୟ ରହିଛି। ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ତଥା ଆଂଚଳ ଭିତ୍ତିକ ନିଯୁକ୍ତି ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ସମସ୍ତ ଯୋଜନାକୁ ଏହି ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି  ବୋଲି କହିଥିଲେ। ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରହିବା ପାଇଁ ଚାହୁଁଛନ୍ତି। ସମସ୍ତ ଆଶାୟୀ ଏକଜୁଟ୍ ହୋଇ ବିରୋଧୀଙ୍କ ସହ ଲଢ଼ି ବିଜେପି ପ୍ରାର୍ଥୀଙ୍କୁ ଜିତାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଆଜି ପୂର୍ବାହ୍ନ ୧୦ଟାରେ ମାଭଗବତୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରଚାରରେ ସାମିଲ ହୋଇଥିଲେ ଗୌତମ। ହଜାର ହଜାର ସମର୍ଥକଙ୍କ ଗହଣରେ ରାଲିରେ ରାଜନଗର ଛକରୁ ବାହାରି ମୁଖ୍ୟରାସ୍ତା, ଟ୍ରାଫିକ ଛକ, ଖ୍ରୀଷ୍ଠିଆନ୍ ପେଟା, ଲକ୍ଷ୍ମୀପଣ୍ଡା ଛକ, ଜୟନଗର ରାସ୍ତା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଂଥିଲେ। ରାସ୍ତାରେ ଜଗନ୍ନାଥ ମନ୍ଦିର, ନାରାୟଣ ମନ୍ଦିର,  ଭଗବତୀ ଜଗତଜନନୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଗୌତମ। ନାମାଙ୍କନ ଶୋଭାଯାତ୍ରାରେ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ, ମହିଳା ମୋର୍ଚ୍ଚା ନେତ୍ରୀ ଅଂଜଳି ମିଶ୍ର, ପୁର୍ଣ୍ଣିମା ନାୟକ, ସୁରଭି ପାଣି, ସୁଷମା ଶୁକ୍ଳ, ସ୍ବାତୀ ହୋତା, ଭବାନୀ ରେଡ୍ଡୀ, ଲୋକସଭା ପ୍ରଭାରୀ ଗୋବିନ୍ଦ ଜୈନ, ଜିଲ୍ଲାସଭାପତି ସୁମନ୍ତ ପ୍ରଧାନ, ସାବନ ମହାନ୍ତି, ରାଧେଶ୍ୟାମ ପରିଡ଼ା, ମୀନକେତନ ଦାଶ, ଅରୁଣ ଭଟ୍ଟମିଶ୍ର, ରବିନ୍ଦ୍ର ମହାପାତ୍ର, ମୋହନ ମାଝୀ, ବିଧାନସଭା ପ୍ରଭାରୀ ଚିତ୍ତରଂଜନ ପ୍ରଧାନ ପ୍ରମୁଖ  ଭାଗ ନେଇଥିଲେ। ଆଶାୟୀ ଥିବା ହିମାଂଶୁ ମହାପାତ୍ର ଓ ତାଙ୍କ ସମର୍ଥକଙ୍କର ରାଲିରେ ଦେଖା ମିଳିନଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button