ରାଜନୀତି

ଦିଲ୍ଲୀରେ ଆପ୍‌ ୪ କଂଗ୍ରେସ ୩ ଆସନରେ ଲଢ଼ିବ – Kalinga News

[ad_1]

ମମତାଙ୍କୁ ମନାଇବାକୁ ପ୍ରୟାସ ଜାରି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ପରେ ଆଜି ଦିଲ୍ଲୀ କଂଗ୍ରେସ ଓ ଆପ୍‌ ଆସନ ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ଆପ୍‌ ଦିଲ୍ଲୀର ୭ ଲୋକସଭା ଆସନରୁ ୪ଟିରେ ଲଢ଼ିବ ଏବଂ ଅନ୍ୟ ୩ଟିରେ କଂଗ୍ରେସ ଲଢ଼ିବ। କଂଗ୍ରେସକୁ ଆପ୍‌ ୩ ଆସନ ଛାଡ଼ିଥିବାରୁ ଦଳୀୟ ମହଲରେ ଏହାକୁ ସ୍ବାଗତ କରାଯାଇଛି। ଇଣ୍ଡି ମେଣ୍ଟ ପାଇଁ ଦିଲ୍ଲୀରେ ଆସନ ବୁଝାମଣା ଆଶ୍ବସ୍ତି ଆଣିଥିବା ବେଳେ ଆସନ୍ତାକାଲି ଆଉ କେତେକ ରାଜ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହେବ। ପଶ୍ଚିମବଂଗରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ମନାଇବା ପାଇଁ କଂଗ୍ରେସ ନେତାମାନେ ପ୍ରୟାସ ଜାରି ରଖିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଇଣ୍ଡି ମେଣ୍ଟ ଆସନ ବୁଝାମଣା ପାଇଁ ଏବେ ତତ୍ପରତା ଦେଖାଇଥିବାରୁ ବିରୋଧୀ ମହଲରେ ନୂଆ ଆଶା ସଂଚାର ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button