ବାପାଙ୍କର ଶେଷ ଇଚ୍ଛା ପୂରଣ କରିପାରିନଥିଲେ ରିଦ୍ଧିମା, ଆଜି ବି କରୁଛନ୍ତି ପଶ୍ଚାତାପ – Kalinga News
[ad_1]
ମୁମ୍ବାଇ: ବାପାଙ୍କର ଶେଷ ଇଚ୍ଛା ପୂରଣ କରିପାରିନଥିଲେ ରିଦ୍ଧିମା। ଆଜି ବି କରୁଛନ୍ତି ପଶ୍ଚାତାପ। ରିଦ୍ଧିମା କପୁର ହେଉଛନ୍ତି ବରିଷ୍ଠ ଅଭିନେତ୍ରୀ ନୀତୁ କପୁର ଏବଂ ସ୍ୱର୍ଗତ ଅଭିନେତା ଋଷି କପୁରଙ୍କ ଝିଅ। ସେ ଉଦ୍ୟୋଗୀ ଭରତ ସାହନିଙ୍କୁ ବିବାହ କରିଛନ୍ତି। ସେମାନଙ୍କର ସମାଇରା ନାମକ ଏକ ଝିଅ ମଧ୍ୟ ଅଛି। ନିକଟରେ ଏକ ସାକ୍ଷାତକାରରେ ରିଦ୍ଧିମା କପୁର ସାହନି ତାଙ୍କ ବାପା ତଥା ସ୍ୱର୍ଗତ ଅଭିନେତା ଋଷି କପୁରଙ୍କ ଶେଷ ଇଚ୍ଛା ପୂରଣ କରିପାରିନଥିବା କଥା କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୨୦୨୦ମସିହାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ସାରା ବିଶ୍ବ ଲକଡାଉନ ହୋଇଥିଲା। ଏହି ସମୟରେ ଋଷି କପୁରଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ରିଦ୍ଧିମା ନୂଆଦିଲ୍ଲୀରେ ଥିଲେ। ବିଶେଷ ଅନୁମତି ପାଇବା ପରେ ସେ ମୁମ୍ବାଇ ଯାଇଥିଲେ। ଶେଷ ରୀତିନୀତି ସରିବା ପରେ ହିଁ ରିଦ୍ଧିମା ମୁମ୍ବାଇରେ ପହଞ୍ଚିଥିଲେ। ବାପାଙ୍କ ଶେଷ ଦର୍ଶନ କରିନପାରିବାର ଦୁଃଖ ରିଦ୍ଧିମାଙ୍କ ମନରେ ଆଜି ବି ଥିବା ବେଳେ ବର୍ତ୍ତମାନ ଋଷି କପୁର ଡାକ୍ତରଖାନାରେ ଭର୍ତ୍ତି ହେବାର ଦୁଇ ଦିନ ପୂର୍ବରୁ କ’ଣ ଘଟିଥିଲା ତାହା ଜଣାଇଛନ୍ତି।
ରିଦ୍ଧିମା ଏକ ସାକ୍ଷାତକାରରେ ଜଣାଇଛନ୍ତି ଯେ, “ଡାକ୍ତରଖାନାରେ ଭର୍ତ୍ତି ହେବାର ଦୁଇ ଦିନ ପୂର୍ବରୁ ବାପା ମୋତେ କଲ୍ କରିଥିଲେ। ହେଲେ ମୁଁ କଲ୍ ରିସିଭ୍ କରିପାରିନଥିଲି। ପରେ ମୁଁ ବାପାଙ୍କୁ କଲ୍ କରିବାକୁ ଚେଷ୍ଟା କରିଥିଲି କିନ୍ତୁ କଥା ହୋଇପାରିନଥିଲି। କାରଣ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସେ କଥା ହେବା ସ୍ଥିତିରେ ନଥିଲେ। ତେଣୁ ତାଙ୍କ ମିସଡ କଲର ସ୍କ୍ରିନସଟ ମୁଁ ଏବେ ବି ମୋ ପାଖରେ ରଖିଛି।”
[ad_2]