ରାଜନୀତି

ସାମ୍‌ନାକୁ ଆସିଲେ ମୋକିମ୍‌ଙ୍କ ଝିଅ ସୋଫିଆ: କଂଗ୍ରେସ ସୁଯୋଗ ଦେଲେ ଲଢ଼ିବି – Kalinga News

[ad_1]

କଟକ: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଏଥର ନିର୍ବାଚନ ଲଢି ନ ପାରିବା ସ୍ପଷ୍ଟ ହେବା ପରେ ଆଜି ସାମନାକୁ ଆସିଛନ୍ତି ତାଙ୍କ ଝିଅ ସୋଫିଆ ‌ଫିରଦୋସ୍‌। ଆଜି ମୋକିମଙ୍କ ସମର୍ଥକ, ସହଯୋଗୀ, କଂଗ୍ରେସର ବିଭିନ୍ନ କ‌ର୍ମକର୍ତ୍ତା ଓ କର୍ପୋରେଟରଙ୍କ ସହିତ ସୋଫିଆ ଏକାଠି ହେବା ସହିତ ପରିବର୍ତ୍ତିତ ସ୍ଥିତିରେ ତାଙ୍କ ପାଇଁ ସୃଷ୍ଟି ହୋଇଥିବା ଆହ୍ବାନକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। କଂଗ୍ରେସ ନେତୃବୃନ୍ଦ ଯଦି ତାଙ୍କ ଉପରେ ଆସ୍ଥା ରଖି ସୁଯୋଗ ଦିଅନ୍ତି ତେବେ ସେ ବାରବାଟୀ-କଟକରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ତାଙ୍କ ବାପା ମହମ୍ମଦ ମୋକିମଙ୍କ ସହିତ ସେ ପୂର୍ବରୁ ନିର୍ବାଚନ ପ୍ରଚାର କରିଛନ୍ତି। ଲୋକଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ରହି ଆସିଛନ୍ତି। ରାଜନୀତି ତାଙ୍କ ପାଇଁ ନୂଆ ନୁହେଁ। ତେଣୁ ତାଙ୍କ ବାପାଙ୍କ ପାଇଁ ଯେଉଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି, ବାପାଙ୍କ ସମ୍ମାନ ପାଇଁ ତାହାକୁ ସେ ଆହ୍ବାନ ଭାବେ ଗ୍ରହଣ କରୁଛନ୍ତି ଏବଂ ସୁଯୋଗ ମିଳିଲେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ।

ଏହି ବୈଠକରେ ନିଜେ ବିଧାୟକ ମହମ୍ମଦ ମୋକିମ ଉପସ୍ଥିତ ଥିବା ବେଳେ ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିବାଳା ବେହେରା, ନିକୁଞ୍ଜ ପଶାୟତ, ବରିଷ୍ଠ କର୍ପୋରେଟର ସନ୍ତୋଷ ଭୋଳ, ଶୈଳବାଳା ଜେନା, କର୍ପୋରେଟର ସ୍ବର୍ଣ୍ଣଲତା ପଶାୟତ, ଲିଜାରାଣୀ ରାଉତ, ଭାନୁ ସେନାପତି, ଜନାର୍ଦ୍ଦନ ପରିଡ଼ା, କେ. କାମେଶ୍ବର ରାଓ, ମଜିଦ ଖାନ, ଶେଖ ଲିୟାକତ ଉଦ୍ଦିନ ଅହମ୍ମଦ, କେଦାର ପୃଷ୍ଟି, ଆର୍ଯ୍ୟବୀର ଲେଙ୍କା, ବିକି ଚକ୍ରବର୍ତ୍ତୀ, ସୂର୍ଯ୍ୟକାନ୍ତ ରାଉତ, ଅମ୍ରିତା ଦାସ, ପୂର୍ବତନ କକେର୍ପାରେଟର ଚାରୁଲତା ସାହୁ, ଶେଖ୍ ସମ୍ମିମୁଲ୍ଲା, ଅନିତା ନାୟକ, ରାଜ୍ୟ ଯୁବକଂହଗ୍ରସ ପୂର୍ବତନ ଉପସଭାପତି ମହମ୍ମଦ ଅଲ୍ଲିମ୍, ସାନଝିଅ ନଇମା ଜାଜିନ୍, ଶେଖ୍ ମିର୍ଜାଉଲ୍ ହକ୍‌, ଅହମ୍ମଦ ଅଜିମ୍ ପ୍ରମୁଖ ଉପସ୍ଥିତ ଥିଲେ। ସୋଫିଆ ବୃତ୍ତିରେ ଜଣେ ଇଂଜିନିୟର ହୋଇଥିବା ବେଳେ ମୋକିମଙ୍କ ବ୍ୟାବସାୟିକ କାରବାର ବୁଝି ଆସୁଥିଲେ। ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହ ଜଡିତ ଥିବା ବେଳେ ୨୦୧୪ରୁ କଂଗ୍ରେସର ପ୍ରାଥମିକ ସଦସ୍ୟ ରହି ଆସିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button