ସିଲି ପଏଣ୍ଟ୍: ସିଏସ୍କେ ହାରିବା ପଛରେ ମାହିଙ୍କ ମନ୍ତ୍ର – Kalinga News
[ad_1]
ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସବୁବେଳେ ଯୁବ କ୍ରିକେଟର୍ଙ୍କୁ ପ୍ରେରଣା ଦେଇଆସୁଛନ୍ତି। କିନ୍ତୁ ଖରାପ ଲୟରେ ଗତି କରୁଥିବା ମାର୍କସ ଷ୍ଟୋଇନିସ୍ଙ୍କୁ ଧୋନି ଦେଇଥିବା ଗୋଟିଏ ଧାଡ଼ି ମନ୍ତ୍ର ହିଁ ମଙ୍ଗଳବାର ଚେନ୍ନାଇ ସୁପରକିଙ୍ଗ୍ସ ପରାଜୟର କାରଣ ହୋଇଛି। ଏହା ଖୋଦ୍ ଷ୍ଟୋଇନିସ୍ ମ୍ୟାଚ୍ ଶେଷ ହେବା ପରେ ଏକ ଭିଡିଓରେ ପ୍ରକାଶ କରିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓରେ ଷ୍ଟୋଇନିସ୍ କହିଛନ୍ତି, ମହେନ୍ଦ୍ର ସିଂହ ଧୋନି ମୋତେ ଗୋଟିଏ କଥା କହିଥିଲେ। କୌଣସି ବଡ଼ ମ୍ୟାଚ୍ରେ କିଛି ଅଧିକା କରିବା ପାଇଁ ସମସ୍ତେ ଭାବିଥା’ନ୍ତି। ମୋତେ ଅଲଗା କିଛି କରିବାକୁ ହେବ। ଧୋନି ନିଜ ମନ୍ତ୍ର ନିଜେ ବ୍ୟବହାର କରନ୍ତି ଓ ନିଜ ସହ କଥା ହୁଅନ୍ତି, ସେଥିପାଇଁ ସେ ଆଜି ଏତେ ବଡ଼ ସ୍ଥାନରେ ଅଛନ୍ତି। ସେ ସ୍ଥିର ଥା’ନ୍ତି ଓ ସମସ୍ତେ ମ୍ୟାଚ୍ରେ କିଛି ପରିବର୍ତ୍ତନ ଆଣିପାରିବେ ବୋଲି ପରାମର୍ଶ ଦେଇଥାନ୍ତି। ଏହି ମ୍ୟାଚ୍ରେ ମୁଁ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥିଲି ବୋଲି ଷ୍ଟୋଇନିସ୍ କହିଛନ୍ତି। ଏଲ୍ଏସ୍ଜି ମଧ୍ୟ ଭିଡିଓର ଶୀର୍ଷକ ରଖିଛି ‘ଏମ୍ଏସ୍ କହିଥିଲେ ଓ ଏମ୍ଏସ୍ ଶୁଣିଲେ’। ସୂଚନାଯୋଗ୍ୟ, ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ଷ୍ଟୋଇନିସ୍ଙ୍କୁ ଅପରାଜିତ ୧୨୪* ରନ୍ ବଳରେ ଏଲ୍ଏସ୍ଜି ୩ବଲ୍ ପୂର୍ବରୁ ସିଏସ୍କେକୁ ହରାଇଥିଲା।
[ad_2]