ଖେଳ ଖବର

କେକେଆରଠାରୁ ହାରିବା ପରେ ପାର୍ଟି କରୁଥିବାର ନଜର ଆସିଲେ ଆରସିବି ଟିମ, ଖପ୍ପା ହେଲେ ପ୍ରଶଂସକ – Kalinga News

[ad_1]

ମୁମ୍ବାଇ: ଚଳିତ ଆଇପିଏଲ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେତେ ଭଲ ପ୍ରଦର୍ଶନ କରିନାହିଁ | ବର୍ତ୍ତମାନ ବେଙ୍ଗାଲୁରୁ ପାଇଁ ପ୍ଲେ ଅଫ୍ ଯିବା କଷ୍ଟକର ହୋଇପଡିଛି। ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି କେବଳ ଗୋଟିଏ ମ୍ୟାଚ୍ ଜିତିଛି | ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସେମାନଙ୍କର ଅଷ୍ଟମ ମ୍ୟାଚ୍ ଖେଳିଥିଲେ। ଏହି ରୋମାଞ୍ଚକର ମ୍ୟାଚରେ ବେଙ୍ଗାଲୁରୁକୁ ୧ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ପରାଜୟ ପରେ ବିରାଟ କୋହଲିଙ୍କ ସମେତ କିଛି ଖେଳାଳି କୋଲକାତାରେ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା। ପାର୍ଟିର ଚିତ୍ର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଏବେ ତାତିଛନ୍ତି |

ବାସ୍ତବରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ବିରାଟ କୋହଲି, କର୍ଣ୍ଣ ଶର୍ମା, ମହିପାଲ ଲୋମୋରର, ବୈଶାଖ ବିଜୟକୁମାର, ଅନୁଜ ରାୱତ ଏବଂ ସୁୟଶ ପ୍ରଭୁଦେସାଇଙ୍କୁ ଦେଖିବାକୁ ମିଳିଛି। କୋଲକାତାର ‘ୱାନ ୮ କମ୍ୟୁନ’ ନାମକ ରେଷ୍ଟୁରାଣ୍ଟରେ ଏମାନେ ପାର୍ଟି କରୁଥିଲେ | ସୂଚନା ଥାଉ କି ଯେ ‘ୱାନ ୮ କମ୍ୟୁନ’ ହେଉଛି ଏକ ରେଷ୍ଟୁରାଣ୍ଟ ଚେନ୍, ଯାହାର ମାଲିକ ନିଜେ ବିରାଟ କୋହଲି | ତେବେ ସୋସିଆଲ ମିଡିଆରେ ଏହି ଫଟୋ ପୋଷ୍ଟ ପରେ ପ୍ରଶଂସକମାନେ ଆଦୌ ପସନ୍ଦ କରୁନାହାଁନ୍ତି |

ଜଣେ ପ୍ରଶଂସକ ଲେଖିଛନ୍ତି, ଯେତେବେଳେ ଦଳ ୭ଟି ମ୍ୟାଚ ମଧ୍ୟରୁ ୭ଟି ହାରିଛି, ସେତେବେଳେ ଏସବୁ କରିବାକୁ ଲାଜ ଲାଗୁନାହିଁ। ଉଲ୍ଲେଖ ଥାଉ କି ଏହି ଟିମ ଏଯାଏଁ ୮ଟି ମ୍ୟାଚ ଖେଳିଛି, ଯେଉଁଥିରେ କେବଳ ଗୋଟିଏରେ ବିଜୟ ହୋଇଛି | ରୟାଲ ଚ୍ୟାଲେଞ୍ଜର୍ସର ନେଟ୍ ରନ୍ ହାର ହେଉଛି -୧.୦୪୬ | ଦଳ ଦୁଇ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦଶମ ସ୍ଥାନରେ ରହିଛି | ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୫ ଏପ୍ରିଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button