ଦେଶ- ବିଦେଶ

ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପୂର୍ବରୁ ମଣିପୁରରେ ଆଇଇଡି ବିସ୍ଫୋରଣ – Kalinga News

[ad_1]

ଇମ୍ଫାଲ୍: ମଣିପୁରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପୂର୍ବରୁ ଗତକାଲି ରାତିରେ ଆଇଡି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଦ୍ବାରା ଜାତୀୟ ରାଜପଥର ଏକ ପ୍ରମୁଖ ପୋଲ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି କି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ମଧ୍ୟ ନିଜକୁ ଦାୟୀ କରିନାହାନ୍ତି। ମିଳିଥିବା ସୂଚନାନୁଯାୟୀ ମଙ୍ଗଳବାର ରାତି ପ୍ରାୟ ୧ଟା ୧୫ ମିନିଟ୍ରେ ଏହି ବିସ୍ଫୋରଣ ହୋଇଥିଲା। କାଂପୋକ୍ପି ଜିଲ୍ଲାର ୨ ନମ୍ବର ଜାତୀୟ ରାଜପଥର ଇମ୍ଫାଲ୍ ସହ ନାଗଲାଣ୍ଡର ଦିମାପୁରକୁ ସଂଯୋଗ କରୁଥିବା ଏକ ପୋଲରେ ତିନିଟି କମ୍ ଶକ୍ତି ସମ୍ପନ୍ନ ଆଇଡି ବିସ୍ଫୋରଣ ହୋଇଥିଲା। ଯାତାୟାତକୁ ପ୍ରଭାବିତ କରିବାକୁ ଏହି ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି। ତେବେ ଏଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ସମଗ୍ର ଅଞ୍ଚଳକୁ ଅର୍ଦ୍ଧସାମରିକ ବାହିନୀର ଯବାନ ଓ ପୁଲିସ ଘେରାବନ୍ଦୀ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button