ଅକ୍ଷର ପଟେଲ, ରିଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ: ଗୁଜରାଟ ଟାଇଟନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୨୫ ରନ୍ – Kalinga News

[ad_1]
ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ୪୦ତମ ମ୍ୟାଚ୍ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣଜେଟଲୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମାନ୍ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଧାର୍ଯ୍ୟ ୨୦ ଓଭରରେ ୪ ୱିକେଟ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ୨୨୪ରନ୍ କରିଛି। ଫଳରେ ଗୁଜରାଟ ଟାଇଟନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୨୫ରନ୍ ରହିଛି। ଅକ୍ଷର ପଟେଲ, ରିଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ କରିଥିଲେ।
Woah
Noor Ahmad holds on to a sharp catch in the deep as #DC lose both their openers!
Watch the match LIVE on @JioCinema and @StarSportsIndia
#TATAIPL | #DCvGT pic.twitter.com/8zmIDwCdf2
— IndianPremierLeague (@IPL) April 24, 2024
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ବୀ ଶ୍ବ ୧୧ ରନ୍ କରିଥିଲେ। ସେହିପରି ଜାକେ ଫେଜର ମ୍ୟାକ୍ ଗୁର୍କ ୨୩ ରନ୍, ଅକ୍ଷର ପଟେଲ ୬୬ ରନ୍, ଶହି ହୋପ୍ ୫ ରନ୍, ରିଷଭ ପନ୍ତ ଅପରାଜିତ ୮୮ ରନ୍ ଏବଂ ଟ୍ରିଷ୍ଟନ ଷ୍ଟୁବ୍ସ ୨୬ ରନ୍ କରିଥିଲେ।
[ad_2]