ଅପରାଧ

ପୁଣି ନକଲି ସାମଗ୍ରୀ ଠାବ: ୧୬ଟି ପେଟିରେ ଥିବା ୧୦୦ ଲିଟର ନକଲି ତେଲ ଜବତ – Kalinga News

[ad_1]

୨୦୧୯ରୁ ବିନା ଟ୍ରେଡ୍‌ ଲାଇସେନ୍ସରେ ଚାଲୁଥିଲା

କଟକ: କଟକରେ ପୁଣି ଧରା ପଡିଛି ନକଲି କାରବାର। ପଟ୍ଟାପୋଲରେ ୫ ବର୍ଷ ଧରି ଚାଲିଥିବା ଏକ ନକଲି ପୂଜା ତେଲ କାରଖାନାରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଚଢ଼ଉ କରିଛି। ଏହି କାରଖାନାର ମାଲିକ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ପଟ୍ଟାପୋଲ ତନ୍ତି ସାହିର ଇ. ଜନାର୍ଦ୍ଦନ ନାଇଡ଼ୁ(୩୧)କୁ ପୁଲିସ ଗିରଫ କରିଛି। ଏହି ଫ୍ୟାକ୍ଟ୍ରିରୁ ୧୦୦ ଲିଟର ନକଲି ତେଲ ଜବତ ହୋଇଛି।

ସୂଚନା ଅନୁଯାୟୀ, ପଟ୍ଟାପୋଲ ତନ୍ତିସାହିରେ ଜନାର୍ଦ୍ଦନ ଏକ ନକଲି ପୂଜା ତେଲ ଫ୍ୟାକ୍ଟ୍ରି ଖୋଲିଥିଲା। ୨୦୧୯ରୁ ଏହି ଫ୍ୟାକ୍ଟ୍ରି ଖୋଲିଥିଲା। କିନ୍ତୁ ଏଥିପାଇଁ କୌଣସି ଟ୍ରେଡ୍ ଲାଇସେନ୍ସ ସେ ସିଏମସିରୁ ଆଣି ନଥିଲା। ସମ୍ପୂର୍ଣ୍ଣ ବେଆଇନ ଭାବେ ଏହି ତେଲ ଫ୍ୟାକ୍ଟ୍ରି ଚଲାଉଥିଲା। ତେଲ ଫ୍ୟାକ୍ଟ୍ରି ପାଇଁ ତେଲ ଡବା ବାଲେଶ୍ବର ଜିଲ୍ଲାରୁ ଆମଦାନୀ କରୁଥିଲା। ଏଥିରେ ପାମ୍ ଅଏଲ୍ ସମେତ ଅନ୍ୟାନ୍ୟ ଭେଜାଲ ସାମଗ୍ରୀ ମିଶାଇ ପୂଜା ତେଲ ପ୍ରସ୍ତୁତ କରୁଥିଲା। ଏଥିରେ ପୋଡ଼ା ମୋବାଇଲ ମିଶ୍ରଣ ହେଉଥିବା ପୁଲିସ ସନ୍ଦେହ କରୁଛି। ପ୍ରତି ତେଲ ଲିଟର ପିଛା ୧୫୦ ଟଙ୍କାରେ ବିକ୍ରି କରୁଥିଲା।

ତେବେ ଜନାର୍ଦ୍ଦନର ତେଲ ଫ୍ୟାକ୍ଟ୍ରି କେବଳ ରାତି ସମୟରେ ହିଁ ଚାଲୁଥିଲା। ସାଧାରଣ ଭାବେ ଭୋର ସମୟରେ ଏହାକୁ ସହରର ପ୍ରମୁଖ ମନ୍ଦିର ଓ ପୂଜା ସାମଗ୍ରୀ ଦୋକାନକୁ ଚାଲାଣ କରୁଥିଲା। ଦିନରେ ଧରାପଡ଼ିଯିବା ଭୟରେ କୌଣସି ତେଲ ପ୍ରସ୍ତୁତି ହେଉନଥିଲା କି ଚାଲାଣ ହେଉନଥିଲା। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ୨୨ ତାରିଖ ରାତିରେ ତନ୍ତିସାହି ଫ୍ୟାକ୍ଟ୍ରିରେ ଚଢ଼ଉ କରି ଗୋଟିଏ ତେଲ ପ୍ରସ୍ତୁତକାରୀ ମେସିନ୍, ପ୍ୟାକିଂ ମେସିନ ଓ ସିଲିଂ ମେସିନ୍ ଜବତ କରିଛି। ଏହା ସହିତ ପୁଲିସ ମୋଟ ୧୬ଟି ତେଲ ପେଟି ଜବତ କରିଛି। ପ୍ରତି ଲିଟର ପିଛା ୧୫୦ ଟଙ୍କାରେ ଏହାକୁ ବିକ୍ରି କରୁଥିବା ତଦନ୍ତ ସମୟରେ ଜଣାପଡ଼ିଥିବା କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ପ୍ରମୋଦ ପଟ୍ଟନାୟକ ସୂଚନା ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button