ରାଜନୀତି

ପ୍ରଚାର ମଙ୍ଗ ଧରିବେ ମୋଦୀ, ଶାହ: ଓଡ଼ିଶା ପାଇଁ ବିଜେପିର ୪୦ଜଣିଆ ତାରକା ପ୍ରଚାରକ – Kalinga News

[ad_1]

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ପୂରା ଦମ୍‌ରେ ପ୍ରଚାର କରିବ। ଏନେଇ ବିଜେପି ୪୦ଜଣ ତାରକା ପ୍ରଚାରକଙ୍କ ତାଲିକା ‌ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରମୁଖ ପ୍ରଚାର ମଙ୍ଗ ଧରିବେ। ଏହି ଚାରି ନେତାଙ୍କ ଦ୍ବାରା ବିଜେପି ରାଜ୍ୟର ସମସ୍ତ ଲୋକସଭା କ୍ଷେତ୍ରରେ ପ୍ରଚାର କରାଇବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ୮ଟି ବଡ଼ ସମାବେଶରେ ଯୋଗଦେବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହା ବାଦ୍ ଅମିତ ଶାହ ଓ ଜେପି ନଡ୍ଡା ୫ରୁ ଅଧିକ ସ୍ଥାନରେ ଜନ ସମାବେଶକୁ ସମ୍ବୋଧନ କରିବାକୁ ଆପା‌ତତଃ ସ୍ଥିର ହୋଇଛି।

ଏହି ତାରକା ପ୍ରଚାରକ ତାଲିକାରେ ବିଜେପି ଶାସିତ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ଛତିଶଗଡ଼ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଓଡ଼ିଶାରେ ଯୋଗୀ ଆଦିତ୍ୟନାଥଙ୍କ କ୍ରେଜ୍‌ ଥିବାରୁ ତାଙ୍କୁ ପୁରୀ ସମେତ ଦୁଇରୁ ତିନିଟି ଲୋକସଭା କ୍ଷେତ୍ରରେ ପ୍ରଚାର କରାଇବାକୁ ଓଡ଼ିଶା ବିଜେପି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ବିଜେପିର ଏହି ତାରକା ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୀତିନ ଗଡ଼କରୀ, ସ୍ମୃତି ଜୁବିନ ଇରାନୀ, ବି‌େଶ୍ବଶ୍ବର ଟୁଡ଼ୁ, ଭୁପେନ୍ଦର ଯାଦବ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟର ସମସ୍ତ ଲୋକସଭା କ୍ଷେତ୍ର ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ବୋଲି ସ୍ଥିର ହୋଇଛି। ଏହି ତାରକା ପ୍ରଚାରକ ତାଲିକାରେ ବୈଜୟନ୍ତ ପଣ୍ତା, ସୁନିଲ ବଂଶଲ, ବିଜୟପାଲ ସିଂହ ତୋମାର, ଲତା ଉସେଣ୍ଡି, ଶାନ୍ତନୁ ଠାକୁର, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେଦାରନାଥ କାଶ୍ୟପ, ଅପରାଜିତା ଷଡ଼ଙ୍ଗା, ସମ୍ବିତ ପାତ୍ର, ବସନ୍ତ କୁମାର ପଣ୍ଡା, ସୁରେଶ ପୂଜାରୀ, କେ.ଭି. ସିଂହଦେଓ, ସମୀର ମହାନ୍ତି, ମାନସ କୁମାର ମହାନ୍ତି, ଗୋଲକ ପ୍ରସାଦ ମହାପାତ୍ର, ପୂର୍ଣ୍ଣିମା କେରକେଟ୍ଟା, ସାରଦା ପ୍ରସାଦ ଶତପଥୀ, ରମେଶ ସାହୁ ପ୍ରମୁଖ ଅଛନ୍ତି। ସିନେ ତାରକାଙ୍କ ମଧ୍ୟ‌ରେ ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀତମ ଦାସ ପ୍ରମୁଖ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାରକା ପ୍ରଚାରକଙ୍କ ମଧ୍ୟରୁ କିଏ ପଶ୍ଚିମ ଓଡ଼ିଶା, ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା‌ ଏବଂ ଆଉ କିଏ ସାରା ରାଜ୍ୟରେ ପ୍ରଚାର କରିବେ ସେନେଇ ବି‌େଜପି ପକ୍ଷରୁ ମାନସମନ୍ଥନ ଚାଲିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button