୧୭ ଜଣ ରୋଗୀଙ୍କ ହତ୍ୟା ଓ ୧୯ ଜଣଙ୍କୁ ହତ୍ୟା ଉଦ୍ୟମ ନର୍ସଙ୍କୁ ୭୦୦ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍ – Kalinga News

[ad_1]
ନୂଆଦିଲ୍ଲୀ: ଅଧିକ ପରିମାଣର ଇନସୁଲିନ୍ ଦେଇ ପ୍ରାୟ ୧୭ ଜଣ ରୋଗୀଙ୍କ ଜୀବନ ନେଇଥିବା ନର୍ସ ହିଥର ପ୍ରେସ୍ଡିଙ୍କୁ ୭୦୦ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଓକିଲମାନେ ଅଭିଯୋଗ କରିଛନ୍ତି ଯେ ସେ ରୋଗୀଙ୍କୁ ବହୁତ ପରିମାଣର ଇନସୁଲିନ୍ ଦେଇଥିଲେ, ଯାହାଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ରାତି ସିଫ୍ଟ ସମୟରେ କମ୍ କର୍ମଚାରୀ ଥିବା ସମୟରେ ସେ ସାଧାରଣତ ରାତି ଇନସୁଲିନ୍ ଦେବା କଥା ପରିଚାଳନା କରୁଥିଲେ। ପ୍ରାରମ୍ଭିକ ଅଭିଯୋଗ ଦାଖଲ ହେବାର କିଛି ସମୟ ପରେ ଗତ ବର୍ଷ ପ୍ରାରମ୍ଭରେ ତାଙ୍କ ନର୍ସିଂ ଲାଇସେନ୍ସକୁ ସ୍ଥଗିତ ରଖାଯାଇଥିଲା

Sambad is now on WhatsApp
Join and get latest news updates delivered to you via WhatsApp
ସେ ୧୭ ଜଣ ରୋଗୀଙ୍କ ମୃତ୍ୟୁ କାରଣ ବନିଥିବା ବେଳେ ୧୯ ଜଣଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ସବୁ ଅପରାଧ ସେ ୨୦୨୦ରୁ ୨୦୨୩ ମସିହା ମଧ୍ୟରେ କରିଛନ୍ତି। ସେ ବିଶେଷ କରି ୪୩ରୁ ୧୦୪ ବର୍ଷ ମଧ୍ୟରେ ଧିବା ରୋଗୀମାନଙ୍କୁ ଅଧିକ ଇନ୍ସୁଲିନ୍ ଦେଇ ମାରିବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ମେ ମାସରେ ତାଙ୍କ ବିରୋଧରେ ୨ ଜଣ ରୋଗୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଲାଗିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିବାରୁ ଦିନକୁ ଦିନ ଅଧିକ ତଥ୍ୟ ମିଳିବାରେ ଲାଗିଲା।
ଅଧିକାରୀମାନେ କହିଛନ୍ତି ଯେ ସହକର୍ମୀମାନେ ପ୍ରେସିଙ୍କ ଆଚରଣ ଉପରେ ଅନେକ ସମୟରେ ପ୍ରଶ୍ନ କରିଥିଲେ, ସେ କହିଥିଲେ ଯେ ସେ ତାଙ୍କ ରୋଗୀମାନଙ୍କୁ ବାରମ୍ବାର ଖରାପ ବ୍ୟବହାର କରୁଥିଲେ ଏବଂ ସେମାନଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ
[ad_2]