ରାଜନୀତି

ଯୋଡ଼ିଶଙ୍ଖ ଭିଡିଓ ଧର୍ମେନ୍ଦ୍ରଙ୍କ ନିଦ ହଜାଇ ଦେଲାଣି: ବିଜେଡି – Kalinga News

[ad_1]

୨୪ ଘଣ୍ଟାରେ ୪ ନିୟୁତ ଲୋକ ଦେଖିଲେଣି ଏହି ଭିଡିଓ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିର୍ବାଚନ ମଇଦାନକୁ ଓହ୍ଲାଇ ନାହାନ୍ତି, କିନ୍ତୁ କିଛି ଲୋକଙ୍କ ବଦହଜମୀ ଆରମ୍ଭ ହୋଇଗଲାଣି। ଯୋଡ଼ି ଶଙ୍ଖ ଭିଡିଓ ଦେଖି ରାତିର ନିଦ ହଜିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଯୋଡ଼ି ଶଙ୍ଖର ଭିଡିଓ ଏତେ ଲୋକପ୍ରିୟ ହେଲା ଯେ, ଇନ୍‌ଷ୍ଟାଗ୍ରାମରେ ସବୁ ରେକର୍ଡ କାଟିଦେଲା। ୨୪ ଘଣ୍ଟାରୁ କମ୍ ସମୟରେ ୪ ନିୟୁତ ଲୋକ ଏହି ଭିଡିଓ ଦେଖିସାରିଲେଣି। ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟତା ହିଁ ବିରୋଧୀ ଦଳର ନେତା ଖାସ୍ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇର୍ଷାନ୍ୱିତ କରିଦେଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର।

ଏଠାରେ ଗଣମାଧ୍ୟମକୁ ଶ୍ରୀ ପାତ୍ର ଓ ଶ୍ରୀ ମହାପାତ୍ର କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ’ଣ କହୁଛନ୍ତି ଆଉ କ’ଣ କରୁଛନ୍ତି ତାହା ଜାଣିପାରୁନାହାନ୍ତି। ସେ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିଛନ୍ତି। ଏଭଳି କରି ସେ ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ଅପମାନିତ କରିଛନ୍ତି। ଲକ୍ଷ ଲକ୍ଷ ବୁଣାକାର, ଯେଉଁମାନେ ଏହାକୁ ତିଆରି କରିଛନ୍ତି, ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଏହାକୁ ପିନ୍ଧୁଛନ୍ତି, ସେମାନଙ୍କୁ ଅପମାନିତ କରିଛନ୍ତି। ରାଜ୍ୟରେ ବୁଣାକାରମାନଙ୍କର ଏକ ସଶକ୍ତ ଅର୍ଥନୀତି ରହିଛି, ସେମାନଙ୍କର ଉତ୍ପାଦ ବେଶ୍ ଲୋକପ୍ରିୟ ଯାହାର ବହୁତ ଚାହିଦା ରହିଛି। ଏହି ସଶକ୍ତ ଅର୍ଥନୀତି ଉପରେ ଆଘାତ ଦେବାକୁ ଶ୍ରୀ ପ୍ରଧାନ ଉଦ୍ୟମ କରିଛନ୍ତି। ସାରା ଓଡ଼ିଶାରେ ଖାସ୍ କରି ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଲୋକ ଆଜି ବି ଲୁଙ୍ଗି ପିନ୍ଧନ୍ତି।

୨୪ ଘଣ୍ଟାରେ ୪ ନିୟୁତ ଲୋକ ଦେଖିଲେଣି ଏହି ଭିଡିଓ
ସମ୍ବଲପୁରୀ ବସ୍ତ୍ର ଓ ବୁଣାକାରଙ୍କୁ ଅପମାନିତ କଲେ କେନ୍ଦ୍ରମନ୍ତ୍ରୀ

ସେହି ଲୁଙ୍ଗିକୁ ଓଡିଶାର ବୁଣାକାରମାନେ ତିଆରି କରନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଲୁଙ୍ଗି ପିନ୍ଧିଥିଲେ ତାହା ହେଉଛି ସମ୍ବଲପୁରୀ ଲୁଙ୍ଗି। ଯାହା ପଛରେ ଅନେକ ବୁଣାକାରଙ୍କ ପରିଶ୍ରମ ଥିଲା। ଶ୍ରୀ ପ୍ରଧାନ ଓଡ଼ିଶା ବାହାରେ ବହୁ ବର୍ଷ ଧରି ରହିଛନ୍ତି। ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶରେ ଅନେକ ସମୟ ତାଙ୍କର କଟିଛି। ସେଥି ପାଇଁ ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଅର୍ଥନୀତିକୁ ବୁଣାକାର ଭାଇଭଉଣୀଙ୍କ ଅବଦାନକୁ ସେ ଭୁଲି ଯାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଲକ୍ଷ ଲକ୍ଷ ବୁଣାକାରଙ୍କ ପାଖରେ ଖାସ୍ କରି ସମ୍ବଲପୁରବାସୀଙ୍କ ପାଖରେ ସେମାନଙ୍କର ପରମ୍ପରାକୁ ଅପମାନିତ କରିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଦୁଇ ମୁଖପାତ୍ର ଲୁଙ୍ଗି ପିନ୍ଧିଥିବା ଦେଖିବାକୁ ମିଳିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button