ରାଜନୀତି

ବିଧାୟକ ରୁଦ୍ର ମହାରଥୀ ଙ୍କ ପାଇଁ ଛୁଟୁଛି ପ୍ରଶଂସା ସୁଅ ଦେଖନ୍ତୁ କେମିତି ବନ୍ୟା ଲୋକଙ୍କୁ ଖାଇବା ବାଢ଼ୁଛନ୍ତି ବିଧାୟକ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କିଛି ଦିନ ହୋଇଥିବା ପ୍ରବଳ ବର୍ଷା କିଭଳି ଭାବରେ ଚାରି ଆଡେ ବନ୍ୟାର ତାଣ୍ଡବ ଲୀଳା ରାଚାଇଛି। ଏବେ ବର୍ଷା ତ ଛାଡି ଯାଇଛି ହେଲେ ବନ୍ୟା ଚାରି ଆଡେ ତା କରାଳ ଦୃଶ୍ୟ ଦେଖାଇଛି। ଅନେକ ଲୋକ ମାନେ ଏବେ ଜଳ ମଗ୍ନ ଅବସ୍ଥାରେ ଅଛନ୍ତି। କଚ୍ଚା ଘରେ ଥିବା ଲୋକ ମାନଙ୍କୁ ରାତିରେ ନିଦ ହେଉ ନାହିଁ କାରଣ ଏହି କଚ୍ଚା ଘର ଭାଙ୍ଗିଯିବା ହେତୁ ଅନେକ ଲୋକ ମାନଙ୍କର ମୃ-ତ୍ୟୁ ମଧ୍ୟ ଘଟି ସାରିଲାଣି।
ସେପଟେ ଯୋଗା ଯୋଗ ବିଚ୍ଛିନ୍ନ ହେତୁ ଲୋକ ମାନେ ନିଜ ଖ୍ୟାଦ୍ୟ ସାମଗ୍ରୀ ମଧ୍ୟ ଆଣିବାକୁ ଯାଇ ପାରୁ ନାହାଁନ୍ତି। ସେପଟେ ରାସ୍ତାରେ ମଧ୍ୟ ଚାଲୁଛି ଅଣ୍ଟାଏ ପାଣି କିଏ ଖାଇବାକୁ ପାଉଛି ତ କିଏ ଉପାସ ରେ ନିଜ ଦିନ କାଟୁଛି। ଏହି ଭୋକ ର ଜ୍ୱାଳାରେ ଲୋକଙ୍କ ଆଖିକୁ ନିଦ ଅବା କେମିତି ଆସିବ ।ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏହି ଲୋକ ମାନଙ୍କୁ ନିଜ ଦୁଃଖ କାହାକୁ କହିବେ ତାହା ମଧ୍ୟ ସେମାନେ ଜାଣି ପାରୁ ନାହାଁନ୍ତି।
ହେଲେ ଏମିତି ସମୟରେ ଡେଲାଙ୍ଗ ଓ ମୁନିନ୍ଦା ର ବନ୍ୟା ପ୍ରଭାବିତ ମାନଙ୍କୁ ସାହାଯ୍ୟର ହାତ ବଢାଇ ଛନ୍ତି । ପିପିଲି ର ମାନ୍ୟବର ବିଧାୟକ ରୁଦ୍ର ମହାରଥୀ । ସେ ହେଉଛନ୍ତି ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ପୁତ୍ର ନିଜ ପିତାଙ୍କ ଭଳି ସେ ମଧ୍ୟ ଲୋକ ମାନଙ୍କୁ ଅନେକ ସାହାଯ୍ୟ କରୁଛନ୍ତି। ଆଜ୍ଞା ହଁ ସେ ସେହି ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି। ଏବଂ ତାଙ୍କୁ ମଧ୍ୟ ଲୋକ ମାନେ ବେଶ ଆରାମ ରେ ବସି ଖାଉଛନ୍ତି।
ପିଲା ଠାରୁ ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ଏହି ଖାଦ୍ୟକୁ କୁ ଖୁବ୍ ଆନନ୍ଦ ସହକାରେ ଖାଉଛନ୍ତି। ଏବଂ ବେଶ ଶ୍ରଦ୍ଧା ସହକାରେ ଖାଇବା ପରସି ଦେଉଛନ୍ତି ପିପିଲି ବିଧାୟକ ରୁଦ୍ର ମହାରଥୀ। ତାଙ୍କର ଏଭଳି କାର୍ଯ୍ୟ ତାହା ପୁଣି ଲୋକ ମାନଙ୍କ ବିପଦ ସମୟରେ ନିଶ୍ଚିତ ଭାବରେ ପ୍ରଶଂସନୀୟ ଅଟେ । ସେହି ଲୋକ ମାନଙ୍କ ଆଶୀର୍ବାଦ ତାଙ୍କ ଉପରେ ନିଶ୍ଚିତ ରହିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button