ଅଂଚଳର ବୋଉକୁ ଜିତାଇବାକୁ ଅନୁରୋଧ କଲେ ଇନ୍ଦିରା – Kalinga News

[ad_1]
ଜୟପୁର: ଜୟପୁର ବ୍ଲକର ପାତ୍ରପୁଟ ଓ ଡଙ୍ଗରଚିଂଛିର ବିଭିନ୍ନ ଗାଁରେ ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥିନୀ ଡ.ଇନ୍ଦିରା ନନ୍ଦ। ପାତ୍ରପୁଟ ପୂର୍ବତନ ମନ୍ତ୍ରୀଙ୍କ ଗାଁ। ଏହାକୁ ଦୃଷ୍ଟିରେ ରଖି ଇନ୍ଦିରା ନିଆରା ଷ୍ଟାଇଲରେ ପ୍ରଚାର କରିଥିଲେ। ଅଂଚଳର ପୁଅକୁ ପୂର୍ବରୁ ତିନି ଥର ଜିତାଇଥିଲ। ୨ଥର ଚେଷ୍ଟା କରି ବିଫଳ ହେଲ। ଏଥରକ ବୋଉ ଆପଣମାନଙ୍କ ସେବା କରିବାକୁ ଆସିଛି। ଏଥରକ ସହଯୋଗ କର ବୋଲି କହି ଭୋଟଭୀକ୍ଷା କରିଥିଲେ ଇନ୍ଦିରା।

Sambad is now on WhatsApp
Join and get latest news updates delivered to you via WhatsApp
ଅଂଚଳର ବୋଉକୁ ଅଧିକା ଭୋଟ ଦେଇ ଅଂଚଳର ନାଁ ରଖିବାକୁ ଅନୁରୋଧ କରିଥିଲେ। ଶାସକ ବିଜେଡି ପକ୍ଷରୁ କରାଯାଉଥିବା ବିଭିନ୍ନ ଜନହୀତକାରୀ ଯୋଜନା ସଂପର୍କରେ ବୁଝାଇବା ସହ ଲାଭ ଉଠାଉଛନ୍ତି ନା ନାହିଁ ବୋଲି ପଚାରି ବୁଝିଥିଲେ। ଜୟପୁର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥିନୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ ବଜାୟ ରଖିବାକୁ ଦେଇଥିଲେ ଆହ୍ବାନ।
[ad_2]