ରାଜନୀତି

ସିଇଓଙ୍କ ନିକଟରେ ବିଜେପିର ଅଭିଯୋଗ: ସରକାରୀ ଅଧିକାରୀ ବିଜେଡି ପାଇଁ ପ୍ରଚାର କରୁଛନ୍ତି – Kalinga News

[ad_1]

ଭୁବନେଶ୍ୱର: ଆଠଗଡ଼, ଚାନ୍ଦବାଲି ଏବଂ ବଲାଙ୍ଗୀରରେ ସରକାରୀ ଅଧିକାରୀମାନେ ବିଜେଡି ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି। ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ସେମାନଙ୍କ ବି‌େରାଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଦାବି କରିଛି ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ‌େନତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଇଦୁଲ୍ ଫିତର୍‌ ସଭା ନାଁରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାନସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଫଟୋ ଓ ଦଳୀୟ ଚିହ୍ନ ଲାଗିଥିଲା। ସେହି ସଭାରେ ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ ମହିଳା ପୁଲିସ ଅଧିକାରୀ ସରସ୍ୱତୀ ସ୍ୱାଇଁ ବସି ଭାଷଣ ଦେଇଛନ୍ତି। ଯାହା ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲ୍ଲଂଘନ କରୁଛି। ତେଣୁ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଉ।

ସେହିପରି ଆଠଗଡ଼ ମେଡିକାଲର କିରାଣୀ ସନ୍ତୋଷ ମିଶ୍ର ବିଧାନସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଇଁ ପ୍ରଚାର କରୁଛନ୍ତି। ଭଦ୍ରକ ଜିଲ୍ଲା ସାଳନ୍ଦୀ ଡିଭିଜନ ଜଳସେଚନ ଅଫିସ କର୍ମଚାରୀ ପରମେଶ୍ୱର ମଲ୍ଲିକ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ସହିତ ବିଜେଡି ପାଇଁ ପ୍ରଚାର କରୁଛନ୍ତି। ଯାହାର ଫଟୋ ଓ ଭିଡିଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ମିସନ ଶକ୍ତିର ପ୍ରୋଜେକ୍ଟ ମ୍ୟାନେଜର ସୁମନ ଦ୍ୱିବେଦୀ ବିଜେଡିକୁ ଭୋଟ୍‌ ଦେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପର ମା’ମାନଙ୍କୁ ‌େଫାନ୍‌ କରି କହୁଛନ୍ତି। ଏମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉର୍ମିଳା ମହାପାତ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ରାଜ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନ୍‌ଗୋ, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ, ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button