ରାଜନୀତି

ଏକାମ୍ର ବିଜେଡିରେ ଚିତ୍ର ସ୍ପଷ୍ଟ ହେଉନି: ଚତୁର୍ଥ ଥର ଟିକେଟ୍‌ ପାଇବାକୁ ଆଶାବାଦୀ ଅଶୋକ – Kalinga News

[ad_1]

ଦୌଡ଼ରେ ନାହାନ୍ତି ସଂଗ୍ରାମ, ନଜର ବିରଞ୍ଚିଙ୍କ ଉପରେ

ଭୁବନେଶ୍ବର: ବିଜେଡିର ପ୍ରଥମ ଦଫା ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ନାମ ନାହିଁ। ଫଳରେ ଏଠାରେ ପ୍ରାର୍ଥିତ୍ବକୁ ନେଇ ନେତା ଓ କର୍ମୀଙ୍କ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଠାରେ ଟିକେଟ୍‌ ଦୌଡ଼ରେ ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଗରେ ଅଛନ୍ତି। କିନ୍ତୁ ଦଳ ଭିତରେ ସେ ସମ୍ପୂର୍ଣ୍ଣ ବିରୋଧଶୂନ୍ୟ ହୋଇନାହାନ୍ତି। ଦଳର ଅନ୍ୟତମ ଆଶାୟୀ ଭାବେ ଉଭା ହୋଇଛନ୍ତି କର୍ପୋରେଟର୍‌ ବିରଞ୍ଚି ନାରାୟଣ ମହାସୂପକାର। ପୂର୍ବରୁ ଏଠାରେ ଖଦି ବୋର୍ଡର ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ସଂଗ୍ରାମ କେଶରୀ ପାଇକରାୟ ଅନ୍ୟତମ ଦାବିଦାର ଥିଲେ। ନିର୍ବାଚନମଣ୍ଡଳୀରେ ବିଶେଷ କରି ଏକାମ୍ର ଅଧୀନସ୍ଥ ପଞ୍ଚାୟତ ଅଞ୍ଚଳରେ ସେ ସମାନ୍ତରାଳ ସଂଗଠନ କରୁଥିଲେ। କିନ୍ତୁ ଗତ ଦୁଇ ମାସ ହେଲା ତାଙ୍କର କୌଣସି କାର୍ଯ୍ୟ ଦେଖିବାକୁ ମିଳୁ ନାହିଁ। କେନ୍ଦୁଝର ଓ ତେଲକୋଇ ନିର୍ବାଚନମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବ ତାଙ୍କ ଉପରେ ଦଳ ନ୍ୟସ୍ତ କରିବା ପରେ ସେ ସମ୍ପୂର୍ଣ୍ଣ ନିରବ।

ଶ୍ରୀ ପାଇକରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ଥର ଟିକେଟ୍‌ ପାଇଁ ଆଲୋଚନା ହୋଇଥିଲା। କିନ୍ତୁ ଦଳ ଟିକେଟ୍‌ ପ୍ରସ୍ତାବରେ ସହମତି ହୋଇ ନଥିଲା। ଏଥିରେ ମୋର କିଛି କହିବାର ନାହିଁ। ବରଂ ଦଳ ଯେଉଁ ଦାୟିତ୍ବ ଦେଇଛି ତାକୁ ପାଳନ କରିବି କହି ଏକ ପ୍ରକାର ଟିକେଟ୍‌ ରେସ୍‌ରୁ ବାହାରି ଯାଇଛନ୍ତି ସଂଗ୍ରାମ। ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଉଦ୍ୟମ ଓ ଶକ୍ତି ପ୍ରଦର୍ଶନ ଆହୁରି ପ୍ରଭାବୀ ଢଙ୍ଗରେ ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏବେ ସେଭଳି ଦେଖିବାକୁ ମିଳୁ ନାହିଁ। ସଂଗ୍ରାମ ଦୂରେଇ ରହିଥିଲା ବେଳେ ବିରଞ୍ଚିଙ୍କ ପ୍ରଚାର କାର୍ଯ୍ୟ ପୂର୍ବ ଭଳି ପ୍ରଭାବୀ ହେଉ ନଥିବା ଲକ୍ଷ୍ୟ କରାଯାଉଛି। ବିରଞ୍ଚି ଲଗାତର ଭାବେ ଦୁଇ ତିନି ଥର ସଭା କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ବହୁ ସମର୍ଥକଙ୍କୁ ସେଥିରେ ଏକାଠି କରିଥିଲେ। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ପ୍ରାର୍ଥୀ ଅମରେଶ ଜେନାଙ୍କ ସହ ସେ ନବୀନ ନିବାସ ଯାଇ ଟିକେଟ୍‌ ପାଇଁ ଆବେଦକ କରିଥିଲେ। କିନ୍ତୁ ଗତ ଦୁଇ ସପ୍ତାହ ହେଲା ତାଙ୍କର କୌଣସି ବଡ଼ ଧରଣର କାର୍ଯ୍ୟକ୍ରମ ଦେଖିବାକୁ ମିଳୁନି। ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟକ୍ରମରେ କେବଳ ତାଙ୍କର ଉପସ୍ଥିତି ଦେଖିବାକୁ ମିଳୁଛି। ଟିକେଟ୍‌ ଘୋଷଣା ପରେ ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ପଷ୍ଟ ହେବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।

ଏପଟେ ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କର ସାଂଗଠନିକ କାର୍ଯ୍ୟକ୍ରମ ଜୋର୍‌ଦାର ଜାରି ରଖିଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବହୁ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରୁଥିଲେ। ଏବେ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ଏକାମ୍ର ନିର୍ବାଚନମଣ୍ଡଳୀର ସବୁ କର୍ପୋରେଟର୍‌ ଏକାଠି ହୋଇ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ। ଏହି ବୈଠକରେ ବିରଞ୍ଚି ସାମିଲ୍ ହୋଇ ନଥିଲେ। ସେହିପରି ପଞ୍ଚାୟତ ଅଞ୍ଚଳର ବିଜେଡି ନେତାମାନଙ୍କ ସହ ଶ୍ରୀ ପଣ୍ଡା ବିଭିନ୍ନ ସ୍ଥାନରେ ଘନ ଘନ ବୈଠକ କରୁଛନ୍ତି। ବିଜେଡି ସଂଗଠନ ତାଙ୍କ ସପକ୍ଷରେ ଅଛି ବୋଲି ପ୍ରମାଣ କରିବାର କୌଣସି ସୁଯୋଗକୁ ସେ ହାତଛଡ଼ା କରୁନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button