ରାଜନୀତି

ରେଳବାଇକୁ ବଞ୍ଚାଇବା ପାଇଁ ମୋଦୀ ସରକାରଙ୍କୁ ହଟାଇ ଦିଅନ୍ତୁ: ରାହୁଲ – Kalinga News

[ad_1]

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାର ରେଳବାଇକୁ ‘ଅଯୋଗ୍ୟ’ ପ୍ରମାଣିତ କରିବାକୁ ଚାହୁଁଛନ୍ତି, ଯାହାଫଳରେ ତାଙ୍କ ପାଖରେ ଏହାକୁ ‘ବନ୍ଧୁମାନଙ୍କୁ’ ବିକ୍ରି କରିବାର ବାହାନା ଅଛି ଏବଂ ସାଧାରଣ ଲୋକଙ୍କ ପରିବହନକୁ ବଞ୍ଚାଇବା ପାଇଁ ମୋଦୀ ସରକାରଙ୍କୁ ହଟାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଗାନ୍ଧି ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଲୋକମାନେ ଶୌଚାଳୟ ଏବଂ ଟ୍ରେନ୍‌ର ଚଟାଣରେ ବସି ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଏକ୍ସରେ ଏକ ପୋଷ୍ଟରେ ରାହୁଲ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ଶାସନରେ ‘ରେଳ ଯାତ୍ରା’ ଦଣ୍ଡ ପାଲଟିଛି। ସାଧାରଣ ଲୋକଙ୍କ ଟ୍ରେନରୁ ଜେନେରାଲ କୋଚ୍‌ ହ୍ରାସ କରି କେବଳ ’ଏଲିଟ୍‌ ଟ୍ରେନ୍‌’କୁ ପ୍ରୋତ୍ସାହନ ଦେଉଥିବା ମୋଦୀ ସରକାର ସବୁ ବର୍ଗର ଯାତ୍ରୀଙ୍କୁ ହଇରାଣ କରୁଛନ୍ତି।

କନଫର୍ମ ଟିକେଟ ଥାଇ ମଧ୍ୟ ଲୋକମାନେ ନିଜ ଆସନରେ ଶାନ୍ତିରେ ବସି ପାରୁ ନାହାନ୍ତି। ସାଧାରଣ ଲୋକ ଶୌଚାଳୟରେ ଲୁଚି ରହି କିମ୍ବା ତଳେ ବସି ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଗାନ୍ଧି କହିଛନ୍ତି।
ମୋଦୀ ସରକାର ରେଳବାଇକୁ ନିଜର ନୀତିରେ ଦୁର୍ବଳ କରି ଅଯୋଗ୍ୟ ପ୍ରମାଣିତ କରିବାକୁ ଚାହୁଁଛନ୍ତି; ଯାହାଦ୍ୱାରା ଏହାକୁ ନିଜ ସାଙ୍ଗମାନଙ୍କୁ ବିକ୍ରି କରିବାର ବାହାନା ରହିଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଯଦି ସାଧାରଣ ଲୋକଙ୍କ ପରିବହନକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ରେଳବାଇକୁ ନଷ୍ଟ କରିବାରେ ନିୟୋଜିତ ମୋଦୀ ସରକାରଙ୍କୁ ହଟାଇବାକୁ ପଡ଼ିବ ବୋଲି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button