ଟିଭି ଚ୍ୟାନେଲ ବିତର୍କ ବେଳେ ବିଜେପି ନେତାଙ୍କୁ ଆକ୍ରମଣ – Kalinga News

[ad_1]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଟିକମଗଡ଼ରେ ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ୍ ପକ୍ଷରୁ ଆୟୋଜିତ ନିର୍ବାଚନୀ ବିତର୍କ ବେଳେ ଦୁଇ ଜଣ ବ୍ୟକ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ସ୍ଥାନୀୟ ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ରାତିରେ ଏକ ନ୍ୟୁଜ୍ ଚ୍ୟାନେଲ୍ ବିତର୍କ ଆୟୋଜନ କରିଥିବା ନଜରବାଗର ଏକ ପଡ଼ିଆରେ ଘଟିଥିବା ଏହି ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ବିତର୍କରେ ବିଜେପି ଓ କଂଗ୍ରେସର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
କୋତୱାଲି ଥାନା ଅଧିକାରୀ ଆନନ୍ଦ ରାଜ କହିଛନ୍ତି ଯେ ଅଭିଯୁକ୍ତ ହିମାଂଶୁ ତିୱାରୀ ଓ ବାବର ବିଜେପି ବିରୋଧରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ବିଜେପି ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ପ୍ରଫୁଲ୍ଲ ଦ୍ୱିବେଦୀ ଏହାକୁ ବିରୋଧ କରିବାରୁ ଦୁହେଁ ତାଙ୍କ ଉପରକୁ ଚେୟାର ଫିଙ୍ଗିଥିବା ଅଭିଯୋଗ ହୋଇଛି। କିଛି ସ୍ଥାନୀୟ ନେତା ଦ୍ଵିବେଦୀଙ୍କୁ ସୁରକ୍ଷା ଦେବା ପାଇଁ ହସ୍ତକ୍ଷେପ କରିଥିଲେ, ଯାହାଫଳରେ ଧସ୍ତାଧସ୍ତି ହୋଇଥିଲା।
ଦ୍ୱିବେଦୀଙ୍କ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୪୯୯ (ମାନହାନି), ୨୯୪ (ଅଶ୍ଳୀଳ କାର୍ଯ୍ୟ), ୩୨୩ (ସ୍ୱେଚ୍ଛାକୃତ ଭାବେ ଆଘାତ ଦେବା) ଏବଂ ୫୦୬ (ଅପରାଧିକ ଧମକ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବାବରଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଥିବା ତିୱାରୀଙ୍କୁ ଖୋଜା ଚାଲିଛି।
ଜିଲ୍ଲା କଂଗ୍ରେସ ସଭାପତି ନବୀନ ସାହୁ ସ୍ପଷ୍ଟ କରିଛନ୍ତି ଯେ ଅଭିଯୁକ୍ତଙ୍କ ଦଳ ସହ କୌଣସି ସମ୍ପର୍କ ନାହିଁ ଏବଂ ସେମାନେ ଦର୍ଶକ ଭାବେ ଉପସ୍ଥିତ ଥିଲେ। ମଧ୍ୟପ୍ରଦେଶରେ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ଦ୍ୱାରା ଆୟୋଜିତ ନିର୍ବାଚନୀ ବିତର୍କ ସମୟରେ ଏହା ହେଉଛି ଦ୍ୱିତୀୟ ଘଟଣା।
ଏହା ପୂର୍ବରୁ ଏପ୍ରିଲ ୧୩ ତାରିଖରେ ଜବଲପୁରର ଏକ ସାର୍ବଜନୀନ ପାର୍କରେ ଏକ ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ଆୟୋଜିତ ବିତର୍କ ସମୟରେ କଂଗ୍ରେସ ଓ ବିଜେପିର କର୍ମୀ ଓ ନେତାମାନେ ପରସ୍ପର ଉପରେ ଲାଠି ଓ ପ୍ଲାଷ୍ଟିକ ଚେୟାରରେ ଆକ୍ରମଣ କରିଥିଲେ।
ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ଲୋକ ପରସ୍ପର ଉପରକୁ ପ୍ଲାଷ୍ଟିକ ଚେୟାର ଫିଙ୍ଗୁଥିବାର ଦେଖିବାକୁ ମିଳିଛି।
[ad_2]




