ରାଜନୀତି

ନୂଆପଡ଼ାରେ ବିଜେଡିର ଗୋଷ୍ଠୀ ବିବାଦ: ଢୋଲକିଆଙ୍କ ସମର୍ଥନରେ ବାହାରିଲେ କର୍ମୀ – Kalinga News

[ad_1]

ଅସନ୍ତୁଷ୍ଟ ନେତାଙ୍କୁ ଭୁବନେଶ୍ବର ଡାକରା

ନୂଆପଡ଼ା: ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ କିଛିଦିନ ହେବ ସ୍ଥାନୀୟ ବିଜେଡି ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଲଙ୍କୁ କିଛି ଦଳୀୟ ନେତା ବିରୋଧ କରିଆସୁଛନ୍ତି। ଏହାକୁ ନେଇ ଶୁକ୍ରବାର ବିଧାୟକଙ୍କ ସମର୍ଥନରେ ବହୁସଂଖ୍ୟାରେ ସମର୍ଥକ ଏକଜୁଟ ହୋଇଥିବା ଦେଖିବାକୁ ମିଳିଛି। ଆଜି ବିଧାୟକଙ୍କ ସମର୍ଥକମାନେ ଖରିଆର ରୋଡ଼ ଶଙ୍କର ମନ୍ଦିରଠାରେ ଏକତ୍ର ହୋଇ ବାଇକ୍‌ ରାଲିରେ ନୂଆପଡ଼ା ତେଲିପଡ଼ା ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେଠାରୁ କର୍ମୀମାନେ ନୂଆପଡ଼ା ସହର ପରିକ୍ରମା ପରେ ପୁଲିସ ପଡ଼ିଆଠାରେ ଏକ ବିଶାଳ ସମାବେଶରେ ଯୋଗ ଦେଇଥିଲେ। ଏହି କର୍ମୀ ସମାବେଶରେ ରାଜ୍ୟ ବିଜେଡି ସଂପାଦକ ରାଜେଶ ନିଗମ କହିଥିଲେ, ବିଜେଡି ଲୋକମାନଙ୍କ ଦଳ ହୋଇ ରହିଛି। ଏହି ଦଳ  କାହାର ବ୍ୟକ୍ତିଗତ ଦଳ ନୁହେଁ। ଓଡ଼ିଶା ତଥା ନୂଆପଡ଼ାର ଉନ୍ନତି ପାଇଁ ଚିନ୍ତାକରିବା କଥା। ଦଳ ଯାହାକୁ ଟିକେଟ ଦେବ କର୍ମୀମାନେ ସଂପୂର୍ଣ୍ଣ ଭାବେ ସମର୍ଥନ କରିବା ସହ ନୂଆପଡ଼ା ବିଧାୟକ ଶ୍ରୀ ଢୋଲକିଆ ତଥା ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ମଜଭୁତ କରାଯିବ ବୋଲି ସେ କହିଥିଲେ।

ଅସନ୍ତୁଷ୍ଟ ନେତାଙ୍କୁ ଭୁବନେଶ୍ବର ଡାକରା
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଖୋଲାଖୋଲି ଭାବେ ବିରୋଧ କରିଥିବା ନୂଆପଡ଼ା ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ଉପସଭାପତି ଭାନୁ ପ୍ରତାପ ସିଂ ମାଝୀ, ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଆଜିର ଏହି ବିଶାଳ କର୍ମୀ ସମାବେଶରେ ବିଧାୟକଙ୍କୁ ବିରୋଧ କରିବେ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହୋଇଥିଲା। ଏହା ଜଣାପଡ଼ିବା ପରେ ଗୁରୁବାର ଭୁବନେଶ୍ବରରୁ ଏହି ତିନିନେତାଙ୍କୁ ଡାକରା ଆସିଥିଲା। କର୍ମୀ ସମାବେଶରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହେବ ସେଥିପାଇଁ ଏଭଳି କରାଯାଇଥିବା ଚର୍ଚ୍ଚା ହେଉଛି।

ଏହି କର୍ମୀ ସମାବେଶରେ ବିଜେଡି ରାଜ୍ୟ ଯୁଗ୍ମସଂପାଦକ ଅବନୀ ରଞ୍ଜନ ଯୋଷୀ, ଏସ୍‌ଡିସି ଅଧ୍ୟକ୍ଷ ଭଗତ ସିଂ ମାଝୀ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଲକର, ଖରିଆର ରୋଡ଼ ଏନ୍‌ଏସି ଉପାଧ୍ୟକ୍ଷ ନିଶାନ୍ତ ଡାଗା, କୋମ୍‌ନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନସୂୟା କୁମ୍ଭାର, ଜୟଦେବ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ମୁରଲୀଧର ଭୋଇ, ଉମା ଠାକୁର, ନୂଆପଡ଼ା ବିଜେଡି ସଭାପତି ରମାକାନ୍ତ ଠାକୁର, କ୍ଷମା ସିଂ ନିଆଲ, ଧନୀରାମ ସାହୁ, ମଇନ ଖାନ, ଚନ୍ଦ୍ରକାନ୍ତ ଠାକୁର, ଜିଲ୍ଲା ବିଜେଡି ସଭାନେତ୍ରୀ ସରସ୍ବତୀ ବାଗ, ସେଫାଲି ଶର୍ମା, ସଙ୍ଗୀତା ପାରକ, ପ୍ରତିଭା ହୋତାଙ୍କ ସହ ବିଜେଡିର ବହୁ କର୍ମୀ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button