ଦେଶ- ବିଦେଶ

କେଜ୍ରିୱାଲଙ୍କୁ ଇନସୁଲିନ ଦିଆଯାଉନି ଅଭିଯୋଗକୁ ନେଇ ଆପ୍ ବନାମ ଦିଲ୍ଲୀ ଉପରାଜ୍ୟପାଳ – Kalinga News

[ad_1]

ନୂଆଦିଲ୍ଲୀ : ଆମ୍ ଆଦମି ପାର୍ଟି (ଆପ୍) ଦଳ ଶନିବାର ଅଭିଯୋଗ କରିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରେ ଧୀରେ ଧୀରେ ମୃତ୍ୟୁ ମୁହଁକୁ ଠେଲି ଦିଆଯାଉଛି। ତେବେ କେଜ୍ରିୱାଲଙ୍କୁ କାହିଁକି କର୍ତ୍ତୃପକ୍ଷମାନେ ଇନସୁଲିନ ଦେବାକୁ ମନା କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି। କିନ୍ତୁ ଏହି ଦାବିକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଖଣ୍ଡନ କରିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କର ଟାଇପ୍ ୨ ଡାଇବେଟିସ ଅଛି ଏବଂ ତାଙ୍କ ରକ୍ତ ସର୍କରା ସ୍ତର ଠିକ୍ ରହୁନାହିଁ। ଆପ୍ ନେତା ଏବଂ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ ଆଜି ଦିନରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ କେଜ୍ରିୱାଲଙ୍କୁ ଧୀରେଧୀରେ ମୃତ୍ୟୁ ମୁହଁକୁ ଠେଲି ଦେବାପାଇଁ ଷଡ଼ଯନ୍ତ୍ର ହେଉଛି। ଅନ୍ୟ ଜଣେ ଆପ୍ ନେତା ଅତିଶୀ କହିଛନ୍ତି, ତିହାର କର୍ତ୍ତୃପକ୍ଷଙ୍କ ସ୍ବାସ୍ଥ୍ୟ ରିପୋର୍ଟ ବିଜେପି, କେନ୍ଦ୍ର ସରକାର ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ବାରା ହୋଇଥିବା ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେଇଛି। ଯେକୌଣସି ଡାକ୍ତର କହିିବେ ଯେ ୩୦୦ ରକ୍ତ ସର୍କରା ସ୍ତର ବିପଜ୍ଜନକ। ବିଜେପି ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାପାଇଁ ଯୋଜନା କରୁଛି। ଅତିଶୀ କହିଛନ୍ତି, କେଜ୍ରିୱାଲ ଗତ ୨୨ ବର୍ଷ ଧରି ଡାଇବେଟିସରେ ପୀଡ଼ିତ ଏବଂ ଗତ ୧୦ ବର୍ଷ ଧରି ସେ ଇନସୁଲିନ ନେଉଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button