୨ ବାଇକ୍ଚୋର ଗିରଫ, ୩ ବାଇକ୍ ଜବତ – Kalinga News

[ad_1]
ଖୋର୍ଦ୍ଧା: ସ୍ଥାନୀୟ ଆଦର୍ଶ ଥାନା ପୁଲିସ ୨ଟି ଜଣ ବାଇକ୍ ଚୋରଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୩ଟି ବାଇକ୍ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଯୋଗିଆପାଲି ଗାଁର ମୁରଲୀ ପରିଡ଼ା (୨୨) ଓ ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ କାମନାବଡ଼ସାହିର କୁନା ନାୟକ (୨୪)।
Sambad is now on WhatsApp
Join and get latest news updates delivered to you via WhatsApp
ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ ଗୁରୁଜଙ୍ଗ କୋଚିଲାକଣାସାହି ଗାଁର ଅମିତ କୁମାର ବିଶ୍ବାଳଙ୍କ ବାଇକ୍ (ଓଡି ୦୨ ଡବ୍ଲୁ ୭୫୧୮) ଚୋରି ହେବା ନେଇ ଥାନାରେ ଗତ ୧୪ ତାରିଖରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଏସ୍ପିଙ୍କ ନିର୍ଦ୍ଦେଶରେ ଓ ଏସ୍ଡିପିଓଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ କରିଥିଲା। ଏଥି ପାଇଁ ଟିମ୍ ଗଠନ କରିଥିଲା। ଶେଷରେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଅଭିଯୁକ୍ତ ମୁରଲୀ ଓ କୁନାକୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୩ଟି ବାଇକ୍ ଓଡି ୦୨ ଡବ୍ଲୁ ୭୫୧୮ ସହିତ ଓଡି ୦୫ ଏଜି ୯୩୭୪ ଓ ଓଡି ୦୨ ଏମ୍ ୮୪୦୨ ଜବତ କରିଥିଲା। ପୁଲିସ କହିଛି ଉଭୟ ଅଭିଯୁକ୍ତଙ୍କ ନାମରେ ଖୋର୍ଦ୍ଧା ଆଦର୍ଶ ଥାନା ଓ ଖଣ୍ଡପଡ଼ା ଥାନାରେ ୫ଟି ଲେଖାଏଁ ମାମଲା ରହିଛି। ଚଢ଼ଉ ସମୟରେ ଏସ୍ଆଇ ଏସ୍ ଦାସ, ଏସ୍ ପାଣିଗ୍ରାହୀ, ଏଏସ୍ଆଇ ଏସ୍କେ ସାହୁ ଉପସ୍ଥିତ ଥିଲେ। ଏସ୍ଆ ସ୍ବାଗତିକା ଦାସ ତଦନ୍ତ ଅଧିକାରିଣୀ ଥିଲେ।
[ad_2]




