ଅପରାଧ

ସାମାଜିକ ଗଣମାଧ୍ୟମର ବିପଦ: ଦିନକୁ ଲକ୍ଷେରୁ ଅଧିକ ଶିଶୁଙ୍କୁ ପଠାଯାଉଛି ଅଶ୍ଳୀଳ ଫଟୋ – Kalinga News

[ad_1]

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଲୋକଙ୍କ ମଧ୍ୟରେ ସଂପର୍କ ସ୍ଥାପନର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ବିଶ୍ବର କୋଣଅନୁକୋଣରେ ରହୁଥିବା ଲୋକଙ୍କ ସହିତ ତୁରନ୍ତ ଯୋଗାଯୋଗ ସ୍ଥାପନ କରିପାରିବା ଭଳି ସୁବିଧା ଫେସବୁକ, ଇନଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମ ଜରିଆରେ ଲୋକମାନେ ପାଇପାରୁଛନ୍ତି। ଅନ୍ୟପକ୍ଷରେ ଏହାର ଦୁରୁପଯୋଗ ମଧ୍ୟ କିଛି କମ୍‌ ହେଉନାହିଁ। ମଣିଷ ମନକୁ ଅଶାନ୍ତ କରିବା, ବିଶେଷକରି କୋମଳମତି ଶିଶୁମାନଙ୍କୁ ଯୌନ ଉଦ୍ଦୀପକ ବିଷୟ ପଠାଇ ସେମାନଙ୍କ ମନକୁ ବିଷାକ୍ତ କରିବାର ମାଧ୍ୟମ ବି ଏହି ସାମାଜିକ ଗଣମାଧ୍ୟମ ପାଲଟିଛି। ବିଶ୍ବର ପ୍ରମୁଖ ସାମାଜିକ ଗଣମାଧ୍ୟମ କମ୍ପାନି ମେଟା ପକ୍ଷରୁ ଏଭଳି ତଥ୍ୟ ରଖାଯାଇଛି। ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନି ମେଟା ପକ୍ଷରୁ ଆକଳନ କରାଯାଇଛି ଯେ ଦିନକୁ ୧ ଲକ୍ଷରୁ ଅଧିକ ଶିଶୁଙ୍କ ନିକଟକୁ ଅଶ୍ଳୀଳ ଫଟେ ଏବଂ ଭିଡିଓ ପଠାଯାଉଛି। ୨୦୨୧ ମସିହାରେ କମ୍ପାନି ପକ୍ଷରୁ କରାଯାଇଥିବା ଏକ ଆଭ୍ୟନ୍ତରୀଣ ଉପସ୍ଥାପନା ସମୟରେ ଏହା କୁହାଯାଇଛି। ତେବେ ଚକିତ କରିବା ଭଳି ଏହି ତଥ୍ୟ ଗତମାସରେ ଅଦାଲତରେ ଉପସ୍ଥାପନ କରିବା ପରେ ଏହା ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋ ପକ୍ଷରୁ ଅଦାଲତରେ ଦାଏର ହୋଇଥିବା ମାମଲାରେ ଗତମାସରେ ଉପରୋକ୍ତ ତଥ୍ୟ ସମ୍ବଳିତ ଆଶ୍ଚର୍ଯ୍ୟଜନକ ଦସ୍ତାବିଜ୍‌ ଦାଖଲ କରାଯାଇଛି ବୋଲି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।

ମାମଲାରେ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ମେଟାର ପ୍ଲାଟଫର୍ମଗୁଡ଼ିକ ଯୌନ ସମ୍ବଳିତ ବିଷୟକୁ କମ୍ ବୟସର ଶିଶୁଙ୍କ ନିକଟକୁ ପଠାଇବା ନେଇ ସୁପାରିସ କରାଯାଉଛି ଏବଂ ଶିଶୁମାନଙ୍କ ଆକାଉଣ୍ଟକୁ ଯୌନ ଶୋଷଣ ପାଇଁ ମଧ୍ୟ ବୟସ୍କ ବ୍ୟବହାରକାରୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ୨୦୨୧ର ଏକ ଦସ୍ତାବିଜ୍‌ରେ ଏହା ମଧ୍ୟ କୁହାଯାଇଛି ଯେ ପ୍ଲାଟଫର୍ମର ଏକ ସୁପାରିସ ଆଲଗରିଦମ ‘ପିପୁଲ ୟୁ ମେ ନୋ’ ସମ୍ଭାବ୍ୟ ଶୋଷଣକାରୀଙ୍କ ସହ ଶିଶୁ ଉପଭୋକ୍ତାମାନଙ୍କୁ ଯୋଡ଼ିବା ନେଇ କର୍ମଚାରୀମାନଙ୍କୁ ଜଣାଥିଲା। ବହୁ ପୂର୍ବରୁ କମ୍ପାନିର ଅଧିକାରୀମାନଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲା। କିନ୍ତୁ ଆଲଗରିଦମ୍‌ରେ ପରିବର୍ତ୍ତନ ଆଣିବାକୁ ସେମାନେ ଅମଙ୍ଗ ଥିଲେ। କମ୍ପାନିର କର୍ମଚାରୀ ମାନଙ୍କ ମଧ୍ୟରେ ଏହି ଆଲଗରିଦମ ସଂକ୍ଷେପରେ (ପିୱାଇଏମ୍‌କେ) ନାମରେ ଜଣାଶୁଣା। ଫେସବୁକ୍‌ର ଜଣେ କର୍ମଚାରୀଙ୍କ କହିବାନୁଯାୟୀ, ସମସ୍ତ ଶିଶୁ-ବୟସ୍କ ଅନୁପଯୁକ୍ତ ଯୋଗାଯୋଗରେ ଉକ୍ତ ଆଲଗରିଦମର ଯୋଗଦାନ ୭୫ ପ୍ରତିଶତ। ନୂଆ ତଥ୍ୟ ସଂପର୍କରେ ମେଟା କୌଣସି ମତ ରଖି ନଥିଲେ ମଧ୍ୟ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଚୟନିତ ତଥ୍ୟ ଆଧାରରେ ଏହାପ୍ରକାଶ କରାଯାଇଛି ବୋଲି ଅଭିହିତ କରାଯାଇଛି। ଶିଶୁମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତିମାନଙ୍କୁ କମ୍ପାନି ଅପରାଧୀ ବୋଲି କହିଛି। ଏଥିସହିତ ଶିଶୁମାନଙ୍କ ସୁରକ୍ଷା କୈନ୍ଦ୍ରିକ ଉପକରଣରେ କମ୍ପାନି ପର୍ଯ୍ୟାପ୍ତ ନିବେଶ କରିଛି ବୋଲି ଦର୍ଶାଇଛି। ଅନ୍ୟ ଏକ ଆଭ୍ୟନ୍ତରୀଣ ଇମେଲ ତଥ୍ୟରୁ ଏହା ଜଣାଯାଇଛି ଯେ ଫେସବୁକର ମେସେଞ୍ଜର ତୁଳନାରେ ଇନଷ୍ଟାଗ୍ରାମରେ ଶିଶୁମାନଙ୍କ ସହିତ ଯୌନ ବାର୍ତ୍ତାଳପ ୩୮ ଗୁଣା ଅଧିକ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button