ରାଜନୀତି

ଶରତଙ୍କ ପାଇଁ କଣ୍ଟା ଘାସିରାମ – Kalinga News

[ad_1]

ନୂଆପଡ଼ା: ନୂ୍ଆପଡ଼ା ବିଧାନସଭା ଆସନରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତେବେ ତାଙ୍କ ରାସ୍ତାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ କଣ୍ଟାହୋଇ ଉଭା ହୋଇଛନ୍ତି। ଶ୍ରୀ ମାଝୀ ୨୦୧୯ ନିର୍ବାଚନରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଶ୍ରୀ ମାଝୀ କଂଗ୍ରେସ ଟିକେଟ୍‌ ପାଇଁ ଆଶାୟୀ ଥିଲେ। ହେଲେ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କାହାକୁ ଟିକେଟ ନଦେଇ ନିଜେ ଛିଡ଼ା ହେବାପରେ କଂଗ୍ରେସ କର୍ମୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ଏଥିସହ ନୂଆପଡ଼ା ବିଧାନସଭା ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ଆଦିବାସୀଙ୍କୁ ଟିକେଟ ନଦେବା ପ୍ରତିବାଦରେ ଆଦିବାସୀମାନେ ଏକତ୍ର ହୋଇ ଶ୍ରୀ ମାଝୀଙ୍କୁ ସ୍ବାଧୀନ ପ୍ରାର୍ଥୀ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଏହା ତାଙ୍କ ପାଇଁ ଅଡ଼ୁଆ ହେବ ବୋଲି ଜାଣି ଶ୍ରୀ ମାଝୀଙ୍କୁ ବୁଝାଇବା ପାଇଁ ବହୁବାର ଚେଷ୍ଟା କରିଥିଲେ। ମାତ୍ର, ଏଥିରେ ସଫଳ ହୋଇନାହାନ୍ତି। ଯାହାଫଳରେ ଏଠାରେ କଂଗ୍ରେସ କର୍ମୀ ଦୁଇଭାଗ ହୋଇ ଯାଇଛନ୍ତି। ଆଜି ନୂଆପଡ଼ା ବିଧାନସଭା ଭଇଷଁମୁଣ୍ଡି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ଏହାର ଜ୍ବଳନ୍ତ ଉଦାହରଣ। ଏଥିରେ କଂଗ୍ରେସର ଜଣେ ମଧ୍ୟ ପୁରୁଣା ନେତାଙ୍କୁ ଦେଖିବାକୁ ମିଳିନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ସେହିପରି ଆଜି ଦର୍ଲି ନୂଆପଡ଼ାଠାରେ ଆଦିବାସୀମାନଙ୍କ ଏକ ବୈଠକ ବସିଥିଲା। ସ୍ବାଧୀନ ପ୍ରାର୍ଥୀ ଶ୍ରୀ ମାଝୀଙ୍କ ପାଇଁ ବହୁ ମହିଳା ଚାଉଳ, ହଳଦୀ ସହ ଏକ ଶହ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଗୁରୁବାର ବିଶୋରା ଗ୍ରାମରେ ଆଦିବାସୀ ସମାଜ ପକ୍ଷରୁ ସ୍ବାଧୀନ ପ୍ରାର୍ଥୀ ଶ୍ରୀ ମାଝୀଙ୍କୁ ନିର୍ବାଚନ ଲଢ଼ିବା ପାଇଁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button