ରାଜନୀତି

ସମ୍ବଲପୁର ଦାୟିତ୍ବ ଭୁଲି ମିଛ ସୁଆଙ୍ଗ ରଚୁଛି ବିଜେଡି : ଧର୍ମେନ୍ଦ୍ର – Kalinga News

[ad_1]

ଏନ୍‌ଏଚ୍‌-୫୫ର ୯୫% କାମ ଶେଷ ହୋଇଛି

ଭୁବନେଶ୍ବର/ସମ୍ବଲପୁର: ପ୍ରସଙ୍ଗ ନ ଥିବାରୁ ବିଜେଡି ସମ୍ବଲପୁର ପ୍ରତି ଥିବା ନିଜ ଦାୟିତ୍ୱକୁ ଭୁଲି ମିଛ ସୁଆଙ୍ଗ ରଚୁଛି। ଏନଏଚ-୫୫ର ୯୫% କାମ ଶେଷ ହୋଇଥିବା ବେଳେ ବାକି କାମ ରାଜ୍ୟ ସରକାରଙ୍କ ଅସହଯୋଗ ଓ ଷଡ଼୍‌ଯନ୍ତ୍ର କାରଣରୁ ହୋଇପାରୁନାହିଁ। ଯଦି ସାରା ରାଜ୍ୟରେ ୨୫ ବର୍ଷର ରୂପାନ୍ତର କଥା କୁହାଯାଉଛି ତେବେ ପ୍ରାୟ ସବୁ ସ୍ଥାନରେ କାହିଁକି ଲୋକମାନଙ୍କ ତରଫରୁ ଭୋଟ୍ ବର୍ଜନର କଥା ଆସୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବୁର୍ଲାରେ ବିଜେପିର ନୂତନ କାର୍ଯ୍ୟାଳୟର ଉଦ୍‌ଘାଟନ କରିବା ସହ କର୍ମୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଜେଡି ଏନଏଚ-୫୫ କୁ କେବଳ ପ୍ରସଙ୍ଗ କରି ନିଜର ଦାୟିତ୍ୱ ଭୁଲିଯାଇଛି। ବିଜେଡିକୁ ଏନଏଚ-୫୩ର ବିକାଶ କଥା ଦେଖାଯାଉନାହିଁ। ସମ୍ବଲପୁର ସହରରେ ରାସ୍ତା ଓ ଡ୍ରେନେଜର ବ୍ୟବସ୍ଥା କ’ଣ ? ଲୋକଙ୍କ ମୌଳିକ ସୁବିଧା ଉପଲବ୍ଧ କରାଇବାରେ ବିଜେଡି ସରକାର ବିଫଳ। ମୁଖ୍ୟମନ୍ତ୍ରୀ ଚଳିତ ନିର୍ବାଚନର ପ୍ରାର୍ଥୀ ହୋଇଥିବା ହିଞ୍ଜିଳିକାଟୁ ଓ କଣ୍ଟାବାଞ୍ଜିରେ ଅଧିକ ଦେଶାନ୍ତର(ମାଇଗ୍ରେସନ) ହେଉଛି। ପ୍ରଧାନମନ୍ତ୍ରୀ ୩୪ ଲକ୍ଷ ଆବାସ ପଠାଇଛନ୍ତି। ବୁର୍ଲାରେ ଲୋକଙ୍କ ପାଖରେ ପଟ୍ଟା ନ ଥିବାରୁ ଘର ମିଳୁନାହିଁ।

ଏନ୍‌ଏଚ୍‌-୫୫ର ୯୫% କାମ ଶେଷ ହୋଇଛି
ବାକି କାମ ରାଜ୍ୟ ସରକାରଙ୍କ ଅସହଯୋଗ ପାଇଁ ହୋଇପାରୁନି
ବୁର୍ଲାରେ ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟନ ପରେ ମିଶ୍ରଣ ପର୍ବ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ଲଢ଼ିବେ। ପୂର୍ବରୁ ସେ ବିଜେପୁରରୁ ଲଢ଼ିଥିଲେ। ବିଜେପୁରର ବିକାଶ ତାଙ୍କ ଦାୟିତ୍ୱ ବୋଲି କହିଥିଲେ। ୫ ବର୍ଷରେ କ’ଣ ବିକାଶ କରିଛନ୍ତି, ସେ ସମ୍ପର୍କିତ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ। ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଅନେକ ଗରିବ କଲ୍ୟାଣ ଯୋଜନା କରିଛନ୍ତି। କିନ୍ତୁ ସେଥିରୁ ଓଡ଼ିଶା ବଞ୍ଚିତ ହେଲା। କେବଳ ଘରେ ଘରେ ସ୍ୱଚ୍ଛ ପିଇବା ପାଣି ଯୋଗାଇବା ପାଇଁ ୧୦ ହଜାର କୋଟି ଟଙ୍କା ମୋଦୀ ସରକାର ଦେଇଛନ୍ତି। ଅଥଚ ସମ୍ବଲପୁର, ବୁର୍ଲା, ହୀରାକୁଦ ଅଞ୍ଚଳରେ ପିଇବା ପାଣି ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ସମ୍ବଲପୁର ମହାନଗର ନିଗମ ହେଲା। କିନ୍ତୁ ନିର୍ବାଚନ ହେଲା ନାହିଁ। କାଳେ ଏଠାରେ ବିଜେପି ଜିତିଯିବ, ସେହି ଡରରେ ନିର୍ବାଚନ କରୁନାହାନ୍ତି। ସମ୍ବଲପୁର ଉନ୍ନୟନ କମିଟିରେ କୌଣସି ରାଜନେତାଙ୍କୁ ନ ନେଇ ଅଫିସରରାଜ ଚଳାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ବିକଶିତ ଓଡ଼ିଶା ସହ ସମ୍ବଲପୁରକୁ ଦେଶର ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଯୁବବର୍ଗଙ୍କ ମଧ୍ୟରେ ବହୁତ ଉତ୍କଣ୍ଠା ଅଛି। ସମସ୍ତଙ୍କ ସହଯୋଗ ଓ ସାମୂହିକ ଉଦ୍ୟମରେ ହିଁ ସମ୍ବଲପୁରର ବିକାଶ ହେବ। ମୋଦୀ ଗ୍ୟାରେଣ୍ଟିରେ ସମସ୍ତେ ମିଳିତ ଭାବରେ ସମ୍ବଲପୁରର ବିକାଶ ପାଇଁ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିବା ସହ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଶୀର୍ବାଦ କାମନା କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button