ପୃଥକ୍ ରାଜ୍ୟ ଦାବିରେ ନାଗାଲାଣ୍ଡର ୬ ଜିଲ୍ଲାରେ ମତଦାନ ଶୂନ – Kalinga News
[ad_1]
ନୂଆଦିଲ୍ଲୀ: ନାଗାଲାଣ୍ଡରେ ଏକମାତ୍ର ଲୋକସଭା ଆସନରେ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଛି। କିନ୍ତୁ ଉତ୍ତରପୂର୍ବ ରାଜ୍ୟର ୬ ଜିଲ୍ଲାରେ ମତଦାନ ଶୂନ ହୋଇଛି। ପୃଥକ୍ ରାଜ୍ୟ ଦାବିରେ ୬ ଜିଲ୍ଲାର ନାଗରିକ ଭୋଟ୍ ବର୍ଜନ କରିଛନ୍ତି। ସେଥିପାଇଁ ୬ଟି ଜିଲ୍ଳାରେ ମତଦାନ ଶୂନ ରହିଛି। ଇଏନ୍ପିଓ (ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ୍) ଆନ୍ଦୋଳନ ସ୍ବରୂପ ୬ ଜିଲ୍ଲାର ଲୋକଙ୍କୁ ଭୋଟ୍ ନଦେବାପାଇଁ ଅନୁରୋଧ କରିଛନ୍ତି। ନାଗାଲାଣ୍ଡର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଆୱା ଲୋରିଙ୍ଗ କହିଛନ୍ତି, ୭୩୮ ମତଦାନ କେନ୍ଦ୍ରରେ ନିର୍ବାଚନ ଅଧିକାରୀମାନେ ମୁତୟନ ହୋଇଥିଲେ। ୬ ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଭୋଟର ଅଛନ୍ତି। କିନ୍ତୁ ୬ ଜିଲ୍ଲାରେ କେହି ବି ଭୋଟ୍ ଦେଇନାହାନ୍ତି ବୋଲି ଲୋଇଙ୍ଗ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇପିଏନଓ ୨୦୧୦ରୁ ପୃଥକ୍ ରାଜ୍ୟପାହ୍ୟା ଦାବି କରିଛନ୍ତି। ଇପିଏନଓ ଅନୁଯାୟୀ ଏହାର ଅଞ୍ଚଳରେ ୬ ଜିଲ୍ଲା ରହିଛି ଏବଂ ଏହି ଜିଲ୍ଲା ଗୁଡ଼ିକ ହେଉଛି ମୋନ୍, ଟୁନସାଙ୍ଗ, ଲୋଙ୍ଗଲେଙ୍ଗ, କିଫିରେ, ଶାମାଟୋର ଏବଂ ନୋକଲାକ।
[ad_2]