ଖେଳ ଖବର

ଆର୍‌ସିବିକୁ ବିସିସିଆଇ ବିକ୍ରି କରିଦେଉ: ୪୭ କୋଟି ଟଙ୍କାର ଖେଳାଳି ବେଞ୍ଚ୍‌ରେ ବସିଛନ୍ତି – Kalinga News

[ad_1]

ନୂଆଦିଲ୍ଲୀ: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଦୟନୀୟ ପ୍ରଦର୍ଶନ ଯୋଗୁ କୋଟିକୋଟି ପ୍ରଶଂସକ ଓ ସମର୍ଥକ ନିରାଶ ହୋଇଛନ୍ତି। ତେଣୁ ଏହି ଦଳକୁ ଆଉ କାହାକୁ ବିକ୍ରି‌ କରିଦେବାକୁ ଭାରତୀୟ ଟେନିସ୍‌ କିଂବଦନ୍ତି ମହେଶ ଭୂପତି ବିସିସିଆଇକୁ ପରାମର୍ଶ ଦେଇଛନ୍ତି। ସୋମବାର ଏକ ଐତିହାସିକ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ଆର୍‌ସିବି ୨୫ ରନ୍‌ରେ ପରାସ୍ତ ହୋଇଥିଲା। ଏହି ପରାଜୟ ପରେ ଦଳୀୟ ‌ଖେଳାଳିମାନଙ୍କ ଉପରେ ଗବେଷଣା ଓ ଆକଳନ କରିବା ଆରମ୍ଭ ହୋଇଯାଇଛି। ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ ଆର୍‌ସିବିର ସବୁଠୁ ଦୁର୍ବଳ ବୋଲିଂ ଆକ୍ରମଣ ହେଉଛି ଓ ଦଳର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାହାରେ ବସିବାକୁ ପଡୁଛି। ଏବେ ଧୀରେଧୀରେ ପ୍ରଶଂସକଙ୍କ ଆକ୍ରୋଶ ଦଳର ମାଲିକଙ୍କ ଉପରକୁ ଆସିଲାଣି। ଗତବର୍ଷ ଡିସେମ୍ବରରେ ଖେଳାଳି ନିଲାମ ବେଳେ ବୁଦ୍ଧିମତ୍ତାର ପ୍ରୟୋଗ କରାଯାଇ ନଥିବା ଅଭିଯୋଗ ହୋଇଛି। ଏଥିରେ ମର୍ମାହତ ହୋଇ ଭୂପତି ସାମାଜିକ ଗଣମାଧ୍ୟମରେ ଖେଳ, ଆଇପିଏଲ୍‌ ଓ ପ୍ରଶଂସକଙ୍କ ହିତ ଦୃଷ୍ଟିରୁ ବିସିସିଆଇ ଏହି ଦଳକୁ କୌଣସି ଏକ ନୂଆ ମାଲିକଙ୍କୁ ବିକ୍ରି କରିଦେବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟ ଫ୍ରାଞ୍ଚାଇଜ୍‌ମାନେ ଯେପରି କ୍ରୀଡ଼ା ଭିତ୍ତିକ ଦଳ ଗଠନ କରିପାରିଛନ୍ତି, ନୂଆ ମାଲିକ ଏହି ଦଳକୁ ଠିକ୍‌ ସେମିତି ଗଢ଼ିପାରିବେ ବୋଲି ଭୂ‌ପତି ଆଶା ରଖିଛନ୍ତି।

୪୭ କୋଟି ଟଙ୍କାର ଖେଳାଳି ବେଞ୍ଚ୍‌ରେ ବସିଛନ୍ତି
କୋଟି କୋଟି ଟଙ୍କାରେ ଖେଳାଳିଙ୍କୁ କିଣାଯାଉଛି। ହେଲେ ବାହାରେ ବସାଯାଉଛି। ସୋମବାର ହାଇଦ୍ରାବାଦଠୁ ପରାଜିତ ହେବା ପରେ ଆର୍‌ସିବିର ପ୍ରଦର୍ଶନକୁ ନେଇ ପ୍ରଶଂସକ ମାନସମନ୍ଥନ କରିବା ଆରମ୍ଭ କଲେଣି। ଯେଉଁ ଖେଳାଳିମାନେ ବେଞ୍ଚ୍‌ରେ ବସିଥିଲେ ସେମାନଙ୍କ ମୋଟ ମୂଲ୍ୟ ୪୭ କୋଟି ଟଙ୍କା ହେବ ବୋଲି ପୂର୍ବତନ କ୍ରିକେଟର୍‌ ଅଭିନବ ମୁକୁନ୍ଦ ସାମାଜିକ ଗଣମାଧ୍ୟମରେ କଟାକ୍ଷ କରିଛନ୍ତି। କାମେରନ୍‌ ଗ୍ରିନ୍‌, ଆଲଜରି ଜୋସେଫ, ଗ୍ଲେନ ମାକ୍ସୱେଲ ଓ ମହମ୍ମଦ ସିରାଜଙ୍କୁ ସେ ଇଂଗିତ କରିଛନ୍ତି। ଗ୍ରିନ୍‌ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସଠୁ ୧୭.୫ କୋଟି ଟଙ୍କାରେ ଟ୍ରେଡ୍‌ କରାଯାଇଥିଲା ବେଳେ ଜୋସେଫ୍‌ଙ୍କୁ ୧୧.୫ କୋଟି ଟଙ୍କାରେ କିଣାଯାଇଥିଲା। ମା‌କ୍ସୱେଲ୍‌ ଓ ସିରାଜଙ୍କୁ ଦଳ ଯଥାକ୍ରମେ ୧୧ କେଟି ଓ ୭ କୋଟି ଟଙ୍କାରେ ପୂର୍ବରୁ କିଣି ଦଳରେ ରଖିଛି। ମୁକୁନ୍ଦ ଏହାକୁ ତାଙ୍କ ପୋଷ୍ଟ୍‌ରେ ‘ଆର୍‌ସିବି ବେଞ୍ଚ୍‌ରେ ୧୭.୫+୧୧.୫+୧୧+୭ କୋଟି ବସିଛନ୍ତି’ ବୋଲି ଉଲ୍ଲେଖ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button