ଖେଳ ଖବର

ସିଲି ପଏଣ୍ଟ୍‌: ଧୋନିଙ୍କୁ ପସନ୍ଦ ଭୋଜପୁରୀ ଧାରାବିବରଣୀ – Kalinga News

[ad_1]

ଭାରତୀୟ ଦଳ ତଥା ଚେନ୍ନାଇ ସୁପରକିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭୋଜପୁରୀ ଭାଷାରେ ଧାରାବିବରଣୀ ଶୁଣିବାକୁ ବହୁତ ପସନ୍ଦ। ଚଳିତ ଆଇପିଏଲ୍‌ରେ ସେ ଭୋଜପୁରୀ ଭାଷାରେ ମ୍ୟାଚ୍‌ଗୁଡ଼ିକର ଧାରାବିବରଣୀ ଶୁଣିଥା’ନ୍ତି ବୋଲି ଭାରତୀୟ ଦଳର ପୂର୍ବତନ ବ୍ୟାଟର୍‌ ସୁରେଶ ରାଇନା କହିଛନ୍ତି। ୱାଙ୍ଖଡ଼େରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ରାଇନା ଓ ଧୋନି ପରସ୍ପରକୁ ଭେଟି କିଛି ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। କ୍ରିକେଟ୍‌ରୁ ସନ୍ୟାସ ନେଇସାରିଥିବା ରାଇନା ଏବେ ଭାଷ୍ୟକାର ଭୂମିକାରେ ଆସିଛନ୍ତି। ରାଇନା ଧାରା ବିବରଣୀ ପ୍ରଦାନ ସମୟରେ ଧୋନିଙ୍କ ସହିତ ହୋଇଥିବା ଆଲୋଚନାର କିଛି କଥା କହିଥିଲେ। ଯେଉଁଥିରେ ଆଇପିଏଲ୍‌ ସମୟରେ ଭୋଜପୁରୀ ଭାଷାରେ ଧାରାବିବରଣୀ ବିଷୟରେ ଆଲୋଚନା ହୋଇଥିଲା। ଭୋଜପୁରୀ ଭାଷାରେ ବହୁତ ଭଲ ଧାରାବିବରଣୀ ଦିଆଯାଉଛି ବୋଲି ଧୋନି କହିଥିଲା ବେଳେ ହରିୟାଣୀ ଧାରାବିବରଣୀ ମଧ୍ୟ ବହୁତ ଭଲ ବୋଲି ରାଇନା ଜବାବ ଦେଇଥିଲେ। ଭୋଜପୁରୀ ଧାରାବିବରଣୀରେ ଲୋକପ୍ରିୟ ଅଭିନେତା ତଥା ରାଜନେତା ରବି କିଶନଙ୍କୁ ଶୁଣିବାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button