ଅପରାଧ

କାର ସହ ଗଂଜେଇ ଜବତ, ଅଭିଯୁକ୍ତ ଚମ୍ପ – Kalinga News

[ad_1]

ଜୟପୁର: ଜୟପୁର ସଦର ଥାନା ପୁଲିସ ଆଜି ଭୋର ୫ଟା ବେଳେ ଉମୁରୀ ନିକଟରୁ ଗୋଟିଏ କାରରୁ ଗଂଜେଇ ଜବତ କରିଛନ୍ତି। ଅଭିଯୁକ୍ତ କାର ଛାଡ଼ି ଅନ୍ଧାରର ସୁଯୋଗ‌ରେ ଚମ୍ପଟ ମାରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଜୟପୁର ସଦର ଥାନା ପୁଲିସ ନାଇଟ୍ ପାଟ୍ରୋଲିଂ କରୁଥିଲେ। ଉମୁରୀ ଜାତୀୟ ରାଜପଥ ଦେଇ ଆସୁଥିବା ହ୍ୟୁଣ୍ଡଇ କାରକୁ ଅଟକାଇଥିଲେ।  ଏମାନଙ୍କୁ ଦେଖି ଏବଂ  କାର ଅଟକାଉଥିବା ଦେଖି କାର ଚାଳକ ଜଣକ କାର ଛାଡ଼ି ଚମ୍ପଟ ମାରିଥିଲେ। କାର ଯାଂଚ କରିବାରେ   କାର ମଧ୍ୟରେ ୨ବସ୍ତାରେ ଗଂଜେଇ ଥିବା ଦେଖିବାକୁ ମିଳିଥିଲା। ପରେ ମାଜିଷ୍ଟ୍ରେଟ ଦିବାକର ମହାପାତ୍ରଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରିବାରେ ଏହା ୬୦କିଲୋ ହୋଇଥିଲା। ଜବତ ଗଂଜେଇର ମୂଲ୍ୟ ୬ଲକ୍ଷରୁ ଟଙ୍କା ହେବ ବୋଲି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି କହିଛନ୍ତି। ଏହି ଯାଂଚରେ ସବଇନିସପେକ୍ଟର ଶିରୀଷ ମହାପାତ୍ର, ଏଏସଅଇ ଏସ୍ ଦଳପତି  ପ୍ରମୁଖ ଭାଗ ନେଇଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button