ମନୋରଞ୍ଜନ

ଘର ଉପରେ ଆକ୍ରମଣ ପରେ ଆମେ ଚିନ୍ତାରେ ଅଛୁ: ଅରବାଜ ଖାନ୍ – Kalinga News

[ad_1]

ମୁମ୍ବାଇ: ରବିବାର ଭୋର ୪ଟା ୫୧ ମିନିଟରେ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ୍‌ର ବାହାରେ ଗୁଳିମାଡ଼ ହୋଇଥିଲା। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଶେଷ ଚେତାବନୀ ବୋଲି ମାଫିଆ ଡନ୍‌ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ସାମାଜିକ ଗଣମାଧ୍ୟମରେ ଧମକ ଦେଇଥିଲା। ଆକ୍ରମଣ ହେବା ପରଠାରୁ ଖାନ୍ ପରିବ‌ାରର ଅବସ୍ଥା କିଭଳି ରହିଛି, ତାହା ଜଣାଇଛନ୍ତି ଅରବାଜ୍ ଖାନ୍। ଇନଷ୍ଟାଗ୍ରାମରେ ପୋଷ୍ଟ କରି ‌ତାଙ୍କ ପରିବାର କିଭଳି ଚାପରେ ରହିଛି, ତାହା ଅରବାଜ ଜଣାଇଛନ୍ତି।

ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, “ନିକଟରେ ଦୁଇଜଣ ଅଜ୍ଞାତ ମୋଟରସାଇକେଲ ଆରୋହୀ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ଚଳାଇଥିଲେ। ଏଥିପାଇଁ ପୂରା ସଲିମ ଖାନଙ୍କ ପରିବାର ଚକିତ ଓ ବିବ୍ରତ ହୋଇଛି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଆମ ପରିବାର ଉପରେ ଗଭୀର ପ୍ରଭାବ ପକାଇଛି। ଅନେକ ଲୋକ ଆମ ପରିବାରର ନିକଟତର ଏବଂ ମୁଖପାତ୍ର ବୋଲି ଦାବି କରି ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ। ଏସବୁ ସତ ନୁହେଁ। ଆମ ପରିବାରର କେହି ବି ଗଣମାଧ୍ୟମରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ପୁଲିସ ଏବେ ଯାଞ୍ଚ କରୁଛି ଏବଂ ଆମର ସୁରକ୍ଷା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛି।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button