ଅପରାଧ

କଣ୍ଟେନରରୁ ୯୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ – Kalinga News

[ad_1]

ସୋନପୁର: ସୋନପୁର ଅବକାରୀ ବିଭାଗ ଏକ କଣ୍ଟେନରରୁ ୯୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ର ନାଗପୁର ଜିଲ୍ଲା ସକନ୍ଦରା ଜିଲ୍ଲା ଉମରେଦ ରୋଡ଼ର ବାସିନ୍ଦା ଜୁବେଦ ଖାନ(୩୬) ଓ ଉମେଦ ରୋଡ଼ ବିଶାବାବା ଦରବାର ଅଞ୍ଚଳର ସାଜିଦ ଅଲ୍ଲି (୩୭)।
ଅବକାରୀ ବିଭାଗର ସୂଚନା ଅନୁସାରେ, ଉକ୍ତ କଣ୍ଟେନରରେ ବିନିକା ରାସ୍ତା ଦେଇ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଧଉରାଖମନ ନିକଟରେ ତାକୁ ଧରାଯାଇଥିଲା। ଯାଞ୍ଚ ସମୟରେ କଣ୍ଟେନରରୁ ୯୦ କେଜି ଗଞ୍ଜେଇ ବାହାରିଥିଲା। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ କଣ୍ଟେନରକୁ ଜବତ କରାଯାଇଛି। ଅବକାରୀ ଅଧୀକ୍ଷକ ପ୍ରବୀର ସାମଲଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ ହୋଇଥିବା ବେଳେ ଏଥିରେ ଇନ୍ସପେକ୍ଟର ପ୍ରକାଶ ସା, ଏସ୍‌ଆଇ ବଲବୀର ଗଡ଼ନାୟକ, ଏସ୍‌ଆଇ ସୁମିତ୍ରା ହେମ୍ରମ ପ୍ରମୁଖ ସାମିଲଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button