ଅପରାଧ

ବାଘଛାଲ ଜବତ, ସମିତିସଭ୍ୟଙ୍କ ସମେତ ୨ ଗିରଫ – Kalinga News

[ad_1]

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଫୁଲଝରୀ ନିକଟରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଏକ ବାଘଛାଲ ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ପଞ୍ଚାୟତ ସମିତିସଭ୍ୟ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବାଘଛାଲ ବିକ୍ରି ହେବା ନେଇ କିଛିଦିନ ପୂର୍ବରୁ ବନ ବିଭାଗ ପକ୍ଷକୁ ସୂଚନା ମିଳିଥିଲା। ଆଜି ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଫୁଲଝରୀ ନିକଟରେ ବସ୍ତାରେ ବାଘଛାଲ ଧରି ହାଣ୍ଡିଗୁଡ଼ା ଗ୍ରାମର ଟିକନ ଗୋଛାୟତ ଓ ବସନ୍ତପୁର ସମିତିସଭ୍ୟ ଧଉରାଖମଣ ଗ୍ରାମର ଯୁଗଳ ନାଏକ ଅପେକ୍ଷାରେ ଥିଲେ। ଏହିସମୟରେ ଛେଣ୍ଡିପଦା ରେଞ୍ଜର୍‌ ଶୁଭ୍ରା ଶୁଚିସ୍ମିତା ମହାପାତ୍ର, ଜରପଡ଼ା ରେଞ୍ଜର୍‌ ମାଧବ ଚରଣ ନାଏକ ସଦଳବଳେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ଯୁଗଳ ଓ ଟିକନକୁ ଗିରଫ କରିଛନ୍ତି। ଅନୁଗୁଳ ଡିଏଫ୍‌ଓ ନୀତୀଶ୍ କୁମାରଙ୍କ ନେତୃତ୍ୱରେ ଜରପଡ଼ା ଓ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀମାନେ ସ୍ବତନ୍ତ୍ର ଦଳ ଗଠନ କରି ବାଘଛାଲ ଜବତ କରିବାରେ ସକ୍ଷମ ହୋଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button