ଅପହରଣ କରି ସାଙ୍ଗକୁ ହତ୍ୟା: କୂଅରୁ ମିଳିଲା ମୃତଦେହ, ହତ୍ୟାକାରୀ ଗିରଫ – Kalinga News

[ad_1]
ସମସ୍ତେ ଜାଣିଥିଲେ, ସହାୟତା କଲେନି
ବାଣପୁର/ଖୋର୍ଦ୍ଧା: ସାଙ୍ଗକୁ ମାରିଲା ସାଙ୍ଗ। ବିଶ୍ବାସରେ ବିଷ ଦେଲା। ଅପହରଣ କରି ମୁଣ୍ଡଜାମିନ ରଖିବା ପରେ ନାବାଳକକୁ ମାରି କୂଅରେ ପକାଇଦେଲା। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାରେ। ମୃତକ ହେଲେ, ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ର ଆଶୁତୋଷ ମହାପାତ୍ର(୧୭)। ସୂଚନା ଅନୁସାରେ, ବାଣପୁର ଖମାରସାହିର ଆଶୁତୋଷ ଗତ ୨୩ ତାରିଖରେ ମହାବିଦ୍ୟାଳୟକୁ ଯାଇ ଆଉ ଫେରିନଥିଲେ। ଅପରାହ୍ନ ୩ଟା ପରେ ତାଙ୍କ ମୋବାଇଲ୍ ଫୋନ୍ ଆଉ ଲାଗିନଥିଲା। ଏହାପରେ ଆଶୁତୋଷଙ୍କ ମା’ ଓ ବାପା ପ୍ରସନ୍ନ ମହାପାତ୍ରଙ୍କ ମୋବାଇଲ୍କୁ ପୁଅ ସେମାନଙ୍କ କବ୍ଜାରେ ଥିବା ଏବଂ ଜୀବିତ ଭାବେ ଦେଖିବାକୁ ଚାହୁଁଥିଲେ ୫ ଲକ୍ଷ ଟଙ୍କା ଦେବାକୁ ମୋବାଇଲ୍ରେ ମେସେଜ୍ ଆସିଥିଲା। ଆହୁରି ମଧ୍ୟ ପୁଲିସକୁ ନଜଣାଇବା ପାଇଁ ତାଗିଦ୍ କରିଥିଲେ। ତଥାପି, ସେହି ରାତିରେ ଥାନାରେ ଅଭିଯୋଗ କରିଥିଲେ ଆଶୁତୋଷଙ୍କ ପରିବାର। ଅଭିଯୋଗ ପରେ ଆଶୁତୋଷଙ୍କ ବାପା ପ୍ରସନ୍ନଙ୍କ ମୋବାଇଲ୍କୁ ପୁଣି ଏକ ମେସେଜ୍ ଆସିଥିଲା। ଏଥିରେ ପୁଲିସ୍କୁ ଜଣାଇଥିବାରୁ ପୁଅକୁ ଫେରିପାଇବେ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା। ଏହାର ୩୬ ଘଣ୍ଟାପରେ ଅର୍ଥାତ୍ ଆଜି ସକାଳେ ଖମାର ସାହିଠାରୁ ମାତ୍ର ଅଢେ଼ଇ କିଲୋମିଟର ଦୂର ଖଣାତ–ଦୀକ୍ଷିତପଡ଼ା ଛକ ନିକଟ ଏକ ଅର୍ଦ୍ଧନିର୍ମିତ ଘର ପଛପଟ କୂଅରୁ ଆଶୁତୋଷଙ୍କ ମୃତଦେହ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାରେ, ପୁଲିସ ଆଶୁତୋଷଙ୍କ ବନ୍ଧୁ ତଥା କୁବେର ପ୍ରଧାନଙ୍କ ପୁଅ ଆଶୀର୍ବାଦଙ୍କୁ ଗିରଫ କରିଛି। ପ୍ରତିଶୋଧ ଓ ଟଙ୍କା ପାଇଁ ଆଶୀର୍ବାଦ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଥିବା ଜଣାପଡ଼ିଛି। ଏଥିରୁ ଜଣାପଡ଼ିଛି ଯେ ଯେଉଁ ଘରେ ଆଶୁତୋଷଙ୍କୁ ମୁଣ୍ତଜାମିନ କରି ରଖାଯାଇଥିଲା, ତାହା ଆଶୀର୍ବାଦ ବାପାଙ୍କ ଘର ଅଟେ। ଅଭିଯୁକ୍ତ ଆଶୀର୍ବାଦ ଓ ତାଙ୍କ ପରିବାର ନିଜର ଗାଁ ଖଣାତରେ ନରହି ଖମାରସାହିରେ ଗତ ୧୦-୧୫ବର୍ଷ ଧରି ରହୁଥିଲେ। ଉଭୟ କେବଳ ସାଙ୍ଗ ନୁହନ୍ତି, ଦୁହିଁଙ୍କ ଘରର ଦୂରତ୍ବ ମାତ୍ର ଶହେ ମିଟର। ଦୁଇଜଣ ୨୩ ତାରିଖରେ ଏକାଠି ବିଭିନ୍ନ ସ୍ଥାନ ବୁଲିଥିଲେ। ମଦ କିଣିଥିଲେ ଏବଂ ହୋଟେଲ୍ରେ ମାଛ ଖାଇଥିଲେ। ହେଲେ, ତାଙ୍କର କିଛି ଦୁର୍ବଳ ମୁହୂର୍ତ୍ତର ପ୍ରମାଣ ଆଶୁତୋଷଙ୍କ ନିକଟରେ ଥିଲା ଓ ଏହାକୁ ନେଇ ସେ ତାଙ୍କୁ ବ୍ଲାକ୍ମେଲ୍ କରୁଥିଲା। ୨୩ ତାରିଖ ଅପହରଣ ଦିନ ହିଁ ଆଶୁତୋଷଙ୍କୁ ଆଶୀର୍ବାଦ ବେକରେ ଦଉଡ଼ି ଟାଣି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ ବୋଲି ଆଶୀର୍ବାଦ କହିଛନ୍ତି। ତେବେ ମୃତଦେହ ମିଳିଥିବା ଘର ନିକଟ ଲୋକ ଏବଂ ସେଠାକାର ଗ୍ରାମରକ୍ଷୀ ଲୋଚନ ସେଠୀଙ୍କ ବୟାନ ଘଟଣାକୁ ଆହୁରି ରହସ୍ୟମୟ କରିଛି। ଗ୍ରାମରକ୍ଷୀ ଲୋଚନଙ୍କ କହିବା କଥା ହେଲା ୨୩ ତାରିଖ ସଂଧ୍ୟା ସାଢେ଼ ୬ଟା ବେଳେ ସେହି ଘର ନିକଟ ଏକ ଦୋକାନରେ ଚା’ ପିଇବା ପାଇଁ ପହଂଚିବା ବେଳେ ଘର ଭିତରେ ଜଣେ କେହି ରହିଛି ଏବଂ ସହାୟତା ପାଇଁ ଚିତ୍କାର କରୁଥିବା ଦୋକାନୀ କୁଳମଣି ତାଙ୍କୁ କହିଥିଲେ। ସେ ସେଠାରେ ପହଂଚିବା ବେଳେ ଆଶୁତୋଷ ତାଙ୍କୁ ଗଳା ଶୁଖିଯାଉଥିବା ଓ ପାଣି ଯୋଗାଇ ଦେବାକୁ ଅନୁରୋଧ କରିଥିଲା। ଏଥିସହିତ ଫୋନ୍ କରିବାକୁ ମୋବାଇଲ୍ ମାଗିଥଲେ। କିନ୍ତୁ ପାଖରେ ମୋବାଇଲ୍ ନଥିବାରୁ ସେ ଅସହାୟତା ପ୍ରକାଶ କରିଥିଲେ। ତେବେ ଏ ସମ୍ପର୍କରେ ନ ଜଣାଇବା ପାଇଁ ତାଗିଦ୍ କରାଯାଇଥିବା କୁହାଯାଉଥିବା ବେଳେ ଗ୍ରାମରକ୍ଷୀଙ୍କ କର୍ତ୍ତବ୍ୟବୋଧ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏନେଇ ଆଶୁତୋଷଙ୍କ ବାପା ପ୍ରସନ୍ନଙ୍କ କହିବା କଥା ହେଲା, ୨୪ ତାରିଖ ଅପରାହ୍ନ ଗୋଟାଏ ବେଳେ ସେ ଢେଙ୍କାନାଳରୁ ଘେରକୁ ଫେରିଥିଲେ। ସେହିଦିନ ଆଶୁତୋଷର ବନ୍ଧୁ ତଥା ମୁଖ୍ୟ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନା(୨୫) ଭେଟିଥିଲେ। ଖଣାତ-ଦୀକ୍ଷିତପଡ଼ା ରାସ୍ତା କଡ଼ରେ ଥିବା ତାଙ୍କ ଅର୍ଦ୍ଧନିର୍ମିତ ଘର ନିକଟରେ ପୁଅକୁ ଦେଖିଥିବା ଆଶୀର୍ବାଦ ତାଙ୍କୁ କହିଥିଲା। ଏହି କଥା ଶୁଣିବା ପରେ ସେ ପୁଲିସକୁ ସୂଚନା ଦେଇଥିଲେ ବୋଲି ପ୍ରସନ୍ନ କହିଛନ୍ତି, ଯିଏକି ଜଣେ ଠିକାଦାର। ଅନ୍ୟପକ୍ଷରେ ବାଣପୁର ଏସ୍ଡିପିଓ ମାନସ ରଂଜନ ବାରିକ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ତେଣୁ ଘଟଣା ପଛର କାରଣ, କିଭଳି ହତ୍ୟା କରିଛି ଆଦି ଦିଗ ଉପରେ ପରବର୍ତୀ ସମୟରେ ଜଣାପଡ଼ିବ।
[ad_2]




