ରାଜନୀତି

ଗାଁ ମୁହଁା ନେତା: ୫ ପଞ୍ଚାୟତ ଉପରେ ପ୍ରାର୍ଥୀଙ୍କ ନଜର – Kalinga News

[ad_1]

ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ‌ରେ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା ପରେ ସରଗରମ ଗାଁ ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ତିନି ପ୍ରମୁଖ ଦଳର ନେତା ଲାଗି ପଡ଼ିଛନ୍ତି। କିଏ ଲୋକଙ୍କୁ କୁଣ୍ଢାଇ ପକାଉଛନ୍ତି, ତ ଆଉ କିଏ ଭୋଟରଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲି ଆସୁଛନ୍ତି। ସାଧାରଣ ନିର୍ବାଚନ ପାଇଁ ଭୁବନେଶ୍ବର ଉପକଣ୍ଠରେ ଏବେ ଏମିତି ସବୁ ଦୃଶ୍ୟ। ପ୍ରାର୍ଥୀଙ୍କ ସମେତ କର୍ମୀମାନେ ପାଦରେ ପାଦ ପକାଇ ପ୍ରଚାର ମଇଦାନକୁ ଆହୁରି ସରଗରମ କରୁଛନ୍ତି। ଗାଁ ଦାଣ୍ଡରେ ପ୍ରଚାର ଜୋର ଧରୁଥିବା ବେଳେ ଲୋକଙ୍କ କୋଳାହଳରେ ଉଚ୍ଛୁଳୁଛି ପଡ଼ୁଛି ସଭା, ସମିତି, ଶୋଭାଯାତ୍ରା। ରାତିରେ ଭୋଜିଭାତର ଆସର ବି ଜମିଲାଣି। କେତେକ ସ୍ଥାନରେ ପ୍ରାର୍ଥୀଙ୍କ ଦୃଢ଼ ସମର୍ଥକମାନେ ପ୍ରଚାରର ମଙ୍ଗ ଧରୁଥିବା ଦେଖିବାକୁ ମିଳିଛି। ନିର୍ବାଚନମଣ୍ଡଳୀର ପାଞ୍ଚ ପଞ୍ଚାୟତ କଥାକୁ ବିଚାରକୁ ନେଲେ ଏଠାକାର ଭୋଟ ହାତେଇବାକୁ ବିଜେଡି ସ୍ବତନ୍ତ୍ର ରଣନୀତି ଆପଣାଇଛି। କାରଣ ପାଞ୍ଚ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ସମର୍ଥିତ। ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଏଠାରେ ବିଜୟ ହାସଲ କରିଥିଲେ।

ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ବିଜେଡିର ଭୋଟହାର ମଧ୍ୟ ଏହି ଅଞ୍ଚଳରେ ଅଧିକ ରହିଥିଲା। ସେହିଦୃଷ୍ଟିରୁ ବିଜେଡି ଏଠାରେ ଲାଭରେ ରହିବ ବୋଲି କୁହାଯାଉଛି। ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଇତିମଧ୍ୟରେ ପାଞ୍ଚ ପଞ୍ଚାୟତ ନେତାଙ୍କ ସହ ଆଲୋଚନା କରିଛନ୍ତି। ପଦାସାହି, ଝିଙ୍କିରିଢିଅ, ମରିଚିଆ, ଗଣ୍ଡରପୁର, କଲ୍ୟାଣପୁର, ବରିମୁଣ୍ଡ, ରଘୁନାଥପୁର, ବାଲିପଡ଼ା, କଣ୍ଟୁଣିଆ, କେନ୍ଦୁପାଟଣା, କଳାଝରି, ଓସ୍ତପଡ଼ା, ଟାଙ୍ଗିବନ୍ତ, ସିଙ୍ଗଡ଼ା, କୃଷ୍ଣସରଣପୁର, ଇଞ୍ଜଣା, ଜରିପାଟଣା ପ୍ରମୁଖ ଗାଁରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇସାରିଲେଣି। ପ୍ରତିଦିନ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରୁଛନ୍ତି। ଭଲମନ୍ଦ ପଚାରି ବୁଝୁଛନ୍ତି। ଏଥିସହ ଏକାଧିକ କର୍ମୀ ସମ୍ମିଳନୀ ମାଧ୍ୟମରେ ଅଧିକରୁ ଅଧିକ ଭୋଟ ହାତେଇବାକୁ ଉଦ୍ୟମ ଜାରି ରଖିଛନ୍ତି।

ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଏବେ ଗାଁ ମୁ‌ହାଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନହିତକରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ବିଜେପିକୁ ଭୋଟଦେଇ ଡବଲ ଇଞ୍ଜିନ୍‌ ସରକାର ଗଢ଼ିବାକୁ ଅନୁରୋଧ କରୁଛନ୍ତି। ପାଞ୍ଚ ପଞ୍ଚାୟତରେ ବିଜେପିର ଭୋଟହାର ସେତେଟା ଉତ୍ସାହଜନକ ନ ଥିଲେ ମଧ୍ୟ ପ୍ରିୟଦର୍ଶୀଙ୍କ ସହ କିଛି ଗାଁ ନେତା ମଧ୍ୟ ରହିଛନ୍ତି, ଯେଉଁମାନେ କି ଏବେ ନିର୍ବାଚନମଣ୍ଡଳୀରେ ପ୍ରଚାରର ମଙ୍ଗ ଧରିଛନ୍ତି। ସେ ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ ବିଧାୟକ ଥିବାରୁ କିଭଳି ଭାବେ ଗାଁ ଭୋଟ ହାତେଇପାରିବେ ତାହାକୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ତା’ପରେ ମଧ୍ୟ ଆଶାୟୀମାନେ ଗାଁକୁ ଗାଁ ବୁଲି ଲୋକଙ୍କ ସହ ସମ୍ପର୍କ ଯୋଡ଼ୁଛନ୍ତି। ଆଶାୟୀ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପତି ଇତିମଧ୍ୟରେ ପାଞ୍ଚ ପଞ୍ଚାୟତର ଇଞ୍ଜଣା, ବରିମୁଣ୍ଡ, କଲ୍ୟାଣପୁର, ଢାୱା, ଓସ୍ତପଡ଼ା, କଳାଝରି, ଜରିପାଟଣା ପ୍ରଭୃତି ସ୍ଥାନରେ ଏକାଧିକ ବୈଠକ କରି ପୁରୁଣା କଂଗ୍ରେସ କର୍ମୀମାନଙ୍କୁ ପୁଣିଥରେ ଏକାଠି କରିବାକୁ ଲାଗିପଡ଼ିଛନ୍ତି। କିଛିମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି। ତେବେ କଂଗ୍ରେସ ଟିକେଟ୍‌ ଘୋଷଣା ହୋଇ ନ ଥିବାରୁ ପ୍ରଚାର ଆଗକୁ ବଢ଼ିପାରୁ ନାହିଁ। ଅନ୍ୟତମ ଟିକେଟ୍‌ ଆଶାୟୀ ଅଶୋକ ଦାସ ମଧ୍ୟ ଝିଙ୍କିରିଢ଼ିଅ, ଇଞ୍ଜଣା, ରଘୁନାଥପୁର ଅଞ୍ଚଳରେ ବିଭିନ୍ନ ମନ୍ଦିର କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କୁ ଭେଟିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button