୨୩ ରାଜ୍ୟ ପାଇଁ ଭାଜପାର ୩୬ ପ୍ରଭାରୀ ଘୋଷଣା – Kalinga News

[ad_1]
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ କଂଗ୍ରେସ ଏବେ ଭାରତ ଯୋଡ଼ ଯାତ୍ରା ଓ ବିରୋଧୀ ଇଣ୍ଡିଆ ମେଣ୍ଟ ଆସନ ଭାଗବଣ୍ଟା ହିସାବରେ ବ୍ୟସ୍ତ ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ୨୩ଟି ରାଜ୍ୟ ପାଇଁ ପ୍ରଭାରୀ ଘୋଷଣା କରିଛି। ଦଳର ରାଷ୍ଟ୍ରୀୟ ସାଧାରଣ ସଚିବ ଅରୁଣ ସିଂହଙ୍କ ସ୍ବାକ୍ଷରରେ ଜାରି ହୋଇଥିବା ତାଲିକାରେ ଦର୍ଶାଯାଇଛି ଯେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭାରପ୍ରାପ୍ତ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନିୟୋଜିତ କରାଯାଇଛି। ତାଲିକାରେ ଉତ୍ତର ପ୍ରଦେଶ ଦାୟିତ୍ବରେ ଦଳର ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଗୁଜରାଟର ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟଭାଇ ରୁପାନୀଙ୍କୁ ଚଣ୍ଡୀଗଡ଼ ଓ ପଞ୍ଜାବର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଆଣ୍ଡାମାନ ନିକୋବର ପାଇଁ ୱାଇ ସତ୍ୟା କୁମାର, ଅରୁଣାଚଳ ପ୍ରଦେଶ ପାଇଁ ଆସାମର ମନ୍ତ୍ରୀ ଆଶୋକ ସିଂଘଲ, ବିହାର ନିମନ୍ତେ ବିନୋଦ ତାବଡ଼େ ଓ ସାଂସଦ ଦୀପକ ପ୍ରକାଶ, ଡାମନ ଓ ଡିଉ ପାଇଁ ଗୁଜରାଟର ପୂର୍ବ କ୍ୟାବିନେଟ୍ ମନ୍ତ୍ରୀ ତଥା ବିଧାୟକ ପୂର୍ନେଶ ମୋଦୀ ଓ ଭାରୁଚ ବିଧାୟକ ଦୁଷ୍ମନ୍ତ ରଜନୀକାନ୍ତ ପଟେଲ୍, ଗୋଆ ପାଇଁ ଆଶୀଷ ସୁଦ, ହରିୟାଣା ପାଇଁ ସାଂସଦ ବିପ୍ଲବ କୁମାର ଦେବ, ସାଂସଦ ସୁରେନ୍ଦ୍ର ନାଗର, ହିମାଚଳ ପ୍ରଦେଶ ପାଇଁ ବିଧାୟକ ଶ୍ରୀକାନ୍ତ ଶର୍ମା, ସଂଜୟ ଟଣ୍ଡନ, ଜମ୍ମୁ ଓ କଶ୍ମୀର ପାଇଁ ତରୁଣ ଚୁଧ ଓ ଆଶିଷ ସୁଦ, ଝାଡ଼ଖଣ୍ଡ ନିମନ୍ତେ ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ, କର୍ଣ୍ଣାଟକ ପ୍ରଭାରୀ ଭାବେ ସାଂସଦ ରାଧା ମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡି, କେରଳ ନିମନ୍ତେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର, ଲଦାଖ ପ୍ରଭାରୀ ତରୁଣ ଚୁଧ, ଲକ୍ଷ୍ୟଦ୍ବୀପ ନିମନ୍ତେ ଅରବିନ୍ଦ ମେନନ, ମଧ୍ୟପ୍ରଦେଶ ନିମନ୍ତେ ବିଧାନ ପରିଷଦ ସଦସ୍ୟ ମହେନ୍ଦ୍ର ସିଂହ ଓ ସତୀଶ ଉପାଧ୍ୟାୟ, ଓଡ଼ିଶା ପାଇଁ ସାଂସଦ ବିଜୟପାଲ ସିଂହ ତୋମର ଓ ବିଧାୟକ ସୁଶ୍ରୀ ଲତା ଉସଁଡି, ପୁଡ଼ୁଚେରୀ ନିମନ୍ତେ ନିର୍ମଳ କୁମାର ସୁରାଣା, ପଞ୍ଜାବ ନିମନ୍ତେ ଡା ନରିଦର ସିଂହ, ସିକ୍କିମ୍ ପାଇଁ ବିଧାନ ପରିଷଦ ସଦସ୍ୟ ଡା ଦିଲୀପ ଜୟସ୍ବାଲ, ତାମିଲନାଡ଼ୁ ପାଇଁ ଅରବିନ୍ଦ ମେନନ ଓ ସୁଧାକରଣ ରେଡ୍ଡି, ଉତ୍ତରାଖଣ୍ଡ ନିମନ୍ତେ ଦୁଷ୍ମନ୍ତ କୁମାର ଗୌତମ, ପଶ୍ଚିମବଙ୍ଗ ନିମନ୍ତେ ବିଧାନ ପରିଷଦ ସଦସ୍ୟ ମଙ୍ଗଳ ପାଣ୍ଡେ, ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଓ ସୁଶ୍ରୀ ଆଶା ଲକଡ଼ାଙ୍କୁ ଦାୟିତ୍ବ ଦିଆଯାଇଛି।
[ad_2]