ଅପରାଧ

କଳାଜରି ଅଭିଯାନ: ୬୫ କାର୍‌କୁ ୩.୫୬ ଲକ୍ଷ ଜରିମାନା – Kalinga News

[ad_1]

ଗାଡ଼ି କାଚରେ କିଛି ଲାଗି ପାରିବନି

ଭୁବନେଶ୍ବର: ନିର୍ବାଚନ ସମୟରେ ଗାଡ଼ିରେ ଲାଗିଥିବା ବ୍ଲାକ୍‌ ଫିଲ୍ମ ବା କଳାଜରି ସାହାଯ୍ୟରେ ଟଙ୍କା ଚାଲାଣ ହେବାର ଆଶଙ୍କା ଥିବାରୁ ଏହାକୁ ଗୁରୁତ୍ବର ସହ ନେଇଛି କମିସନରେଟ୍‌ ପୁଲିସ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁଲିସ କଳାଜରି ହଟାଇବା ଅଭିଯାନ ଜାରି ରଖିଛି। ଏହି କ୍ରମରେ କମିସନରେଟ ଟ୍ରାଫିକ ସ୍ପେସା‌ଲ ଵିଙ୍ଗ ଆଜି ୬୫ଟି ଗାଡ଼ି ଧରିଛି। ଟିମ୍ ଗାଡ଼ିଗୁଡ଼ିକରେ ଲାଗିଥିବା କଳାଜରି କାଢ଼ିଛି। ୧୫ଟି କାର୍‌ ବିରୋଧରେ ଟ୍ରାଫିକ ଥାନା-୧ ମାମଲା ରୁଜୁ କରିବା ସହ ୫୦ଟି କାର୍‌ ବିରୋଧରେ ଟ୍ରାଫିକ ଥାନା-୨ରେ ମାମଲା ରୁଜୁ ହୋଇଛି। ଏଥିସହିତ ଉଲ୍ଲଂଘନକାରୀଙ୍କ ବିରୋଧରେ ସେକ୍ସନ ୧୮୨(ଏ)୪ ଏମଭି ଆଇନରେ ମାମଲା ରୁଜୁ କରିବା ସହ ୩ଲକ୍ଷ ୫୬ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଆଜିର ଯାଞ୍ଚରେ ଟ୍ରାଫିକ ଡିସିପି ପ୍ରଦୀପ ସାହୁ ଓ ଏସିପି ଜୟନ୍ତ ନେତୃତ୍ବ ନେଇଥିବା ବେଳେ ଟ୍ରାଫିକ ଥାନା-୧ ଓ ଟ୍ରାଫିକ ଥାନା-୨ ସମେତ ଭୁବନେଶ୍ବରର ଦୁଇ ଆରଟିଓ ସାମିଲ ହୋଇଥିଲେ। ସେଫ୍‌ ସିଟି ଡ୍ରାଇଭ୍‌ରେ ଅପରାଧ ରୋକିବା ଏବଂ ଅପରାଧୀଙ୍କୁ ଧରିବା ପାଇଁ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯାଉଥିବା ପୁଲିସ କମିସନର କହିଛନ୍ତି। ଗାଡ଼ି ଯାଞ୍ଚ ଓ ଧରପଗଡ଼ ବେଳେ ଗାଡ଼ିଚାଳକ ହଟହଟା ନହେବା ପାଇଁ ନିଜ ଆଡ଼ୁ ଗାଡ଼ିରୁ କଳାଜରି କାଢ଼ିଦେବାକୁ ସିପି ପରାମର୍ଶ ଦେଇଛନ୍ତି।

ଗାଡ଼ି କାଚରେ କିଛି ଲାଗି ପାରିବନି
ପୁଲିସ ପକ୍ଷରୁ କଳାଜରି ଧରପଗଡ଼କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବ‌ା ବେଳେ ବହୁ ଲୋକ ବିରୋଧ ମଧ୍ୟ କରୁଛନ୍ତି। ଟ୍ରାଫିକ ଅଧିକା‌ରୀ ବେଆଇନ ଭାବେ ଚଢ଼ଉ କରି କଳାଜରି ଛଡ଼ାଇବ‌ା ସହିତ ଜରିମାନା ଆଦାୟ କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଜଣେ ଅଭିଯୋଗକାରୀ ଯଶୋବନ୍ତ ସ୍ବାଇଁ କହିଛନ୍ତି, ଆର୍‌ଟିଓ ନିୟମ ଅନୁସାରେ ସାଇଡ୍‌ ୱିନ୍‌ଡୋରେ ୪୦ରୁ ୫୦ ପ୍ରତିଶତ ଭିଜୁଆଲ୍‌ ଲାଇଟ୍ ଟ୍ରାନ୍ସମିସନ୍‌(ଭିଏଲଟି) ଓ ଆଗ ଓ ପଛକାଚରେ ୭୦ ପ୍ରତିଶତ ଭିଏଲ୍‌ଟି ରହିବା ନିୟମ ରହିଛି। କିନ୍ତୁ ପୁଲିସ ଓ ଆର୍‌ଟିଓ ଅଧିକାରୀ ମନଇଚ୍ଛା ବିନା ଭିଜିବିଲିଟି ଟେଷ୍ଟ୍‌ରେ ଜରି ହଟାଉଛନ୍ତି ଓ ଜରିମାନା କାଟୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ଆର୍‌ଟିଓର ଜଣେ ବରିଷ୍ଠ ଅଧିକ‌ାରୀ କହିଛନ୍ତି, ‌ଜରି ଛଡ଼ାଇ କୌଣସି ବେଆଇନ କାର୍ଯ୍ୟ କରାଯାଉ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିୟମ ଅନୁସାରେ ଗାଡ଼ିକାଚରେ କୌଣସି ପ୍ରକାର ବ୍ଳାକ୍‌ ଫିଲ୍ମସ୍ ଅଥବା ଅନ୍ୟ କୌଣସି ସାମଗ୍ରୀ ଲଗାଯାଇ ପାରିବନାହିଁ। କେବଳ କାର୍‌ ନିର୍ମାତା କମ୍ପାନି ଦ୍ବାରା ଲଗା ଯାଇଥିବା ଟିଣ୍ଟ୍ କାଚ ହିଁ ବ୍ୟବହାର କରାଯାଇ ପାରିବ, ଯାହାର ସାଇଡ୍‌ ୱିନ୍‌ଡୋରେ ୪୦ରୁ ୫୦ ପ୍ରତିଶତ ଭିଏଲ୍‌ଟି ଏବଂ ଆଗ ଓ ପଛ କାଚରେ ୭୦ ପ୍ରତିଶତ ଭିଏଲ୍‌ଟି ରହିବା ଆବଶ୍ୟକ। କିନ୍ତୁ କାର୍‌ କିଣିବା ପରେ ଯେଉଁମାନେ ‌ଜରି ଅଥବା ଅନ୍ୟ କୌଣସି ସାମଗ୍ରୀ ଲଗାଇଛନ୍ତି, ସେମାନଙ୍କ ଉପରେ ହିଁ କାର୍ଯ୍ୟନୁଷ୍ଠାନ କରାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button